Odiapua.com

କେନ୍ଦ୍ରାପଡ଼ା ବାଣ ବିସ୍ଫୋରଣ ଘଟଣା : କଟକ ଏସସିବିରେ ଚିକିତ୍ସା ପାଇଁ ୪୦ ଆହତଙ୍କ ମଧ୍ୟରେ ପାଞ୍ଚ ଶିଶୁ 

କଟକ, ୨୪/୧୧ (ଓଡ଼ିଆ ପୁଅ/ଅଭୟ ଜେନା) ମେଳଣରେ ବାଣ ଫୁଟି ଅଘଟଣ। କେନ୍ଦ୍ରାପଡ଼ା ବାଲିଆ ବଜାରରେ କାର୍ତ୍ତିକେଶ୍ୱର ମେଳଣ ସମୟରେ ଅଘଟଣ। ବାଣ ଫୁଟି ୪୦ ରୁ ଉର୍ଦ୍ଧ୍ବ ହୋଇଛନ୍ତି ଆହତ। ତେବେ ଏହି ଘଟଣାରେ ୩୦ ଜଣଙ୍କୁ ଏସିବି ବଡ଼ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି। ସେମାନଙ୍କ ମଧ୍ୟରୁ ଅନେକଙ୍କ ଅବସ୍ଥା ଅତି ଗୁରୁତର ରହିଛି। ସେମାନଙ୍କୁ ପ୍ରଥମେ କାଜୁଆଲଟିରେ ଆସୁ ଚିକିତ୍ସା ଯୋଗାଇବା ପରେ ଯାହାର ଆଇସିୟୁ, ସେଣ୍ଟ୍ରାଲ ଆଇସିୟୁ ଆବଶ୍ୟକ ସେମାନଙ୍କୁ ପଠେଇ ଦିଆଯାଇଛି। ବର୍ତ୍ତମାନ ମେଡିକାଲର ଏକ ସ୍ଵତନ୍ତ୍ର ଡାକ୍ତରୀ ଦଳ ସମସ୍ତଙ୍କ ଚିକିତ୍ସା କରୁଛନ୍ତି। ବର୍ତ୍ତମାନ ସମୟରେ ଏସିବି ଚିକିତ୍ସା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିବା କହିଛନ୍ତି ଏସିବି ପ୍ରଶାସନିକ ଅଧିକାରୀ। ଅନ୍ୟପଟେ ଏହି ଅଘଟଣରେ ପୀଡ଼ିତମାନଙ୍କୁ ଭେଟିଛନ୍ତି କେନ୍ଦ୍ରାପଡ଼ା ସ୍ଥାନୀୟ ବିଧାୟକ ଶଶୀଭୂଷଣ ବେହେରା। ଚିକିତ୍ସା ଦିଗ ପଚାରି ବୁଝିବା ସହ ସମସ୍ତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ସେ। ତେବେ ଏହି ୩୦ ଜଣଙ୍କ ମଧ୍ୟରୁ ୫ ଜଣ ଶିଶୁ ରହିଛନ୍ତି। ଗୁରୁତରଙ୍କୁ ଆଇସିୟୁ ଓ ମେଡିକାଲର ପ୍ଲାଷ୍ଟିକ ସର୍ଜରି ବିଭାଗରେ ଚିକିତ୍ସା ଆରମ୍ଭ କରାଯାଇଛି।