Odiapua.com

କେନ୍ଦ୍ରାପଡ଼ାର ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ନକୁଳ ଚନ୍ଦ୍ର ଦାସଙ୍କ ୯୬ ବର୍ଷ ବୟସରେ ପରଲୋକ – ସ୍ୱର୍ଗଦ୍ୱାରରେ ଅନ୍ତିମ ସଂସ୍କାର

ପୁରୀ ୧୦/୦୬ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) : ବୁଧୁବାର ସକାଳ ସମୟରେ କେନ୍ଦ୍ରାପଡ଼ାର ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ନକୁଳ ଚନ୍ଦ୍ର ଦାସଙ୍କ ୯୬ ବର୍ଷ ବୟସରେ ପରଲୋକ ଘଟିଛି। ତାଙ୍କର ପ୍ରାର୍ଥିବ ଶରୀର ପୁରୀ ସ୍ୱର୍ଗଦ୍ୱାର ଆସିଥିଲା। ତାଙ୍କୁ ସ୍ୱର୍ଗଦ୍ୱାରରେ ଗାଡ୍ ଅଫ ଅନର୍ ଦିଆ ଯାଇଥିଲା। ଏଥି ସହିତ ସ୍ୱର୍ଗଦ୍ୱାରରେ ତାଙ୍କୁ ପୁରୀ ଜିଲ୍ଲା ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଅରୁଣ କୁମାର ଜେନା, ପୌର ନିର୍ବାହୀ ଅଧିକାରୀ ବିଜୟ କୁମାର ଦାଶ, ରିଜର୍ଭ ଇନ୍ସପେକ୍ଟର ଚନ୍ଦ୍ରଶେଖର ଦାଶ, ଜିଲ୍ଲା ସଂସ୍କୁତି ଅଧିକାରୀ ଅରବିନ୍ଦ ଦାଶ, ଜିଲ୍ଲା ଜୀବନ ବିନ୍ଦୁ ସଂଯୋଗ ସୁବାସୀଷ ଖୁଣ୍ଟିଆ ଉପସ୍ଥିତ ଥିଲେ। ସ୍ୱାଧୀନତା ସଂଗ୍ରାମୀ ନକୁଳ ଚନ୍ଦ୍ର ଦାସଙ୍କ ବଡ଼ ପୁଅ ବିଜୟ କୁମାର ଦାସ ମୁଖାଅଗ୍ନି ଦେଇ ରୀତିନୀତି ଅନୁସାରେ ସମସ୍ତ କାର୍ଯ୍ୟଶେଷ କରିଥିଲେ।