Odiapua.com

କେନ୍ଦ୍ରାଚଂଳ ରାଜସ୍ୱ ଆୟୁକ୍ତଙ୍କ ଗୋପ ଓ କଣାସ ବନ୍ୟାଚଂଳ ପରିଦର୍ଶନ।

ପୁରୀ ୨୦/୮ (ଓଡ଼ିଆ ପୁଅ) କେନ୍ଦ୍ରାଚଂଳ ରାଜସ୍ୱ ଆୟୁକ୍ତ ଶ୍ରୀ ସୁରେଶ ଚନ୍ଦ୍ର ଦଳାଇ ଆଜି ପୁରୀ ଜିଲ୍ଲାର ଗୋପ ଓ କଣାସ ବ୍ଲକ ର ବନ୍ୟା ପ୍ରଭାବିତ ଅଚଂଳ ପରିଦର୍ଶନ କରିଥିଲେ। ଗୋପ ବ୍ଲକ ର ଖଣ୍ଡିଆକୁଦ ସ୍ଥିତ ଘାଇ ସ୍ଥଳକୁ ଆୟୁକ୍ତ ବୁଲି ଦେଖିବା ସହ ରିଲିଫ ଓ ଉଦ୍ଧାର କାର୍ଯ୍ୟ ସମ୍ପର୍କରେ ପଚାରି ବୁଝି ଥିଲେ। ବିପନ୍ନ ଙ୍କୁ ସରକାରୀ ନିୟମ ଆଧାର ରେ ସମସ୍ତ ସହଯୋଗ ଯୋଗାଇ ଦେବାକୁ ସେ ପ୍ରଶାସନ କୁ ପରାମର୍ଶ ଦେଇଥିଲେ। ପରେ କଣାସ ବ୍ଲକ ର ବନ୍ୟା ପ୍ରଭାବିତ ଅଚଂଳ ଗସ୍ତ କରିଥିଲେ। ପ୍ରଶାସନିକ ଅଧିକାରୀ, ଲୋକ ପ୍ରତିନିଧି ଓ ଲୋକ ମାନଙ୍କ ସହ କେନ୍ଦ୍ରାଚଂଳ ରାଜସ୍ବ ଆୟୁକ୍ତ ଆଲୋଚନା କରିଥିଲେ। ସରକାରୀ ନିୟମ ଆଧାର ରେ ପ୍ରଭାବିତ ଲୋକ ମାନଙ୍କୁ ସମସ୍ତ ପ୍ରକାରର ସହଯୋଗ ତ୍ୱରାନ୍ୱିତ ପ୍ରକ୍ରିୟାରେ ପ୍ରଦାନ ପାଇଁ ସେ ନିର୍ଦ୍ଦେଶ ଦେଇଥିଲେ।ଏହି ଗସ୍ତ ସମୟରେ ଅତିରିକ୍ତ ଜିଲ୍ଲାପାଳ ରାଜସ୍ବ ଶ୍ରୀ ଦିଲିପ କୁମାର ମହାପାତ୍ର, ଅତିରିକ୍ତ ଜିଲ୍ଲାପାଳ ଜମି ଅଧିଗ୍ରହଣ ଶ୍ରୀ କୈଳାସ ଚନ୍ଦ୍ର ନାୟକ, ଗୋପ ବିଡିଓ ଦୀପ୍ତି ରାଣୀ ଦାସ, ତହସିଲଦାର ଏସ କେ ସାଗିର, କଣାସ ବିଡ଼ିଓ ଶ୍ରୀ ଲୋଚନ ଦାସ, ତହସିଲଦାର ଶ୍ରୀ ସ୍ମୃତି ରଞ୍ଜନ ଶତପଥୀ, ଲୋକ ପ୍ରତିନିଧି ପ୍ରମୁଖ ଉପସ୍ଥିତ ଥିଲେ।