Odiapua.com

କେନ୍ଦ୍ରାଂଚଳ ରାଜସ୍ୱ ଆୟୁକ୍ତଙ୍କ କୋଭିଡ୍ କେନ୍ଦ୍ର ପରିଦର୍ଶନ ଓ ସମୀକ୍ଷା

ନୟାଗଡ଼, ୨୫ା୮ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ): କେନ୍ଦ୍ରାଂଚଳ ରାଜସ୍ୱ ଆୟୁକ୍ତ ଅନିଲ କୁମାର ସାମଲ ଆଜି ନୟାଗଡ଼ ଗସ୍ତ କରି ନୟାଗଡ଼ ଜିଲାର କୋଭିଡ ପରିସ୍ଥିତି ତଥା ଅନ୍ୟାନ୍ୟ କାର୍ଯ୍ୟର ଉଚ୍ଚସ୍ତରୀୟ ସମୀକ୍ଷା କରିଥିଲେ। ଶ୍ରୀଯୁକ୍ତ ସାମଲ ଆଜି ପୂର୍ବାହ୍ନରେ ନୟାଗଡ଼ ସର୍କିଟ ହାଉସଠାରେ ପହଂଚିଥିଲାବେଳେ ପରେ ଜିଲାସ୍ତରୀୟ ଭୋଭିଡ୍ ମନିଟରିଂ ସେଲକୁ ଯାଇ ସେଠାରେ ସମସ୍ତ ବ୍ୟବସ୍ଥା ଉପରେ ଆଲେଚାନା କରିଥିଲେ। ଏହାପରେ ପୁଲିସ ଆରଆଇ ପରିସର ମଧ୍ୟରେ ଥିବା କୋଭିଡ୍ କେନ୍ଦ୍ର ପରିଦର୍ଶନ କରିଥିଲେ। ସେଠାରେ ଦୈନିକ କେତେ ଆଂଟିଜେନ ଓ ଆର-ଟି-ପି-ସି-ଆର ପରୀକ୍ଷା କରାଯାଉଛି ବୋଲି ପଚାରୀ ବୁଝିଥିଲେ। ଆରଡିସି ଶ୍ରୀ ସାମଲଙ୍କୁ ଜିଲାପାଳ ଡଃ ପୋମା ଟୁଡୁ ସମସ୍ତ ତଥ୍ୟ ପ୍ରଦାନ କରିଥିଲାବେଳେ ଅତିରିକ୍ତ ଜିଲାପାଳ ବିଧାନ ଚନ୍ଦ୍ର ରାୟ, ପିଡି ସୁବାଷ ଚନ୍ଦ୍ର ରାୟ, ଉପଜିଲାପାଳ ଲଗ୍ନଜିତ ରାଉତ, ସିଡିଏମ୍‌ଓ ଡା ରଂଜିତା ବିଶ୍ୱାଳ ଓ ପୌରାଧିକାରୀ ସନ୍ତୋଷ କୁମାର ଜେନା ପ୍ରମୁଖ ଉପସ୍ଥିତ ଥିଲେ।