Odiapua.com

କେନ୍ଦ୍ରସରକାରଙ୍କ ବିଭିନ୍ନ ଉନ୍ନୟନ ମୁଳକ କାର୍ଯ୍ୟ ପରିଦର୍ଶନ କରି ତଦାରଖ କଲେ କେନ୍ଦ୍ରୀୟ ଅନୁଧ୍ୟାନ କାରି ଦଳ

ମାଲକାନଗିରି,୬ା୧୧ (ଓଡିଆ ପୁଅ ) ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲାରେ କେନ୍ଦ୍ରସରକାରଙ୍କ ଅନୁଦାନରେ ଚାଲିଥିବା ବିଭିନ୍ନ ଉନ୍ନୟନ ମୁଳକ କାର୍ଯ୍ୟ ପରିଦର୍ଶନ କରି ତଦାରଖ କରିଛନ୍ତି କେନ୍ଦ୍ରୀୟ ଅନୁଧ୍ୟାନ କାରୀ ଦଳ । ଦିଲ୍ଲୀର ଜାତୀୟ ମନିଟରିଂ କମିଟି ଏନଏଲଏମ ଟିମ ର ଭି.କେ ପ୍ରସାଦ,ବିଶାଲ କୁମାର ସିଂ ଗତ ଦୁଇଦିନ ହେଲା ମାଲକାନଗିରି ଜିଲ୍ଲାକୁ ଗସ୍ତକରି ଜିଲ୍ଲାରେ ଚାଲିଥିବା ପ୍ରଧାନମନ୍ତ୍ରୀ ଗ୍ରାମସଡକ ଯୋଜନାର ରାସ୍ତା,ପ୍ରଧାନମନ୍ତ୍ରୀ ଆବାସ ଯୋଜନା,ଏନଆରଜିଏସ,ଜାତୀୟ ପେନସନ ଯୋଜନା ସହ କେନ୍ଦ୍ରସରକାର ଙ୍କ ବିଭିନ୍ନ ଉନ୍ନୟନ ମୁଳକ ଯୋଜନାର କାର୍ଯ୍ୟ ପରିଦର୍ଶନ କରି କାର୍ଯ୍ୟର ମାନତଦାରଖ କରିଛନ୍ତି । ଏହି ଟିମ ମାଥିଲି ବ୍ଲକସ୍ଥ ମାଓପ୍ରବଣ କର୍ତନପାଲି ପଚାଂୟତ ଗସ୍ତ କରିସେଠାରେ ଚାଲିଥିବା କେନ୍ଦ୍ରସରକାର ଙ୍କ ବିଭିନ୍ନ ଉନ୍ନୟନ ମୁଳକକାର୍ଯ୍ୟ ତଦାରଖ କରି ହିତାଧିକାରୀ ଓ ଗ୍ରାମବାସୀ ମାନଙ୍କ ସହିତ ଆଲୋଚନା କରିଛନ୍ତି । କର୍ତନପାଲି ପଚାଂୟତ କାର୍ଯ୍ୟାଳୟ ଠାରେ କେନ୍ଦ୍ରସରକାର ଙ୍କ ଉନ୍ନୟନ କାର୍ଯ୍ୟର ସମୀକ୍ଷା କରିଥିଲେ ଓ ଗ୍ରାମବାସୀ ମାନଙ୍କୁ ଡାକି ଏହି ଉନ୍ନୟନ କାର୍ଯ୍ୟ କିପରି ଚାଲିଛି ତାର ସୁଫଳ ଠିକ ଭାବେ ଗ୍ରାମବାସୀ ପାଉଛନ୍ତି କି ନାହିଁ ପଚାରିବୁଝିଥିଲେ । ଏହି ଟିମ ଙ୍କ ସହିତ ମାଥଲି ବିଡିଓ ଆଶିସ କୁମାର ଭୋଇ,ଜୀବିକା ମିଶିନ ଜିଲ୍ଲାପ୍ରକଳ୍ପ ପରିଚାଳକ ପବିତ୍ର ମୋହନ ବାରା,ସହାକାରି ଯନ୍ତ୍ରୀ ନଗେନ୍ଦ୍ର ନାଥ ଦାଶ,ଏନଆରଜିଏସ ଏମସି ଶୁଭଶ୍ରୀ ସାହୁ,କର୍ତନପାଲି ପଚାଂୟତ ସରପଚଂ ଫୁଲମତି ଜିରାମ ଓ ଗ୍ରାମବାସୀ ପ୍ରମୁଖ ଉପସ୍ଥିତ ରହି କେନ୍ଦ୍ରୀୟ ଅନୁଧ୍ୟାନ କାରୀଦଳଙ୍କ ସହିତ ବିଭିନ୍ନ ଉନ୍ନୟନମୁଳକ କାର୍ଯ୍ୟ ସଂପର୍କରେ ଆଲୋଚନା କରିଥିଲେ ।