Odiapua.com

କେନ୍ଦ୍ରର ୧୧ ବର୍ଷ ଓ ରାଜ୍ୟ ସରକାରଙ୍କ ଏକବର୍ଷ ପୂର୍ତି, ବୃତିଧାରୀଙ୍କ ସଂଗୋଷ୍ଠି ସାମ୍ବାଦିକ ସମ୍ମିଳନୀ ଓ ପ୍ରଦର୍ଶନୀ

?????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????

ଭଦ୍ରକ, ୧୩ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – କେନ୍ଦ୍ରର ୧୧ ବର୍ଷ ଓ ରାଜ୍ୟ ସରକାରଙ୍କ ଏକବର୍ଷ ପୂର୍ତି ଅବସରରେ ଭଦ୍ରକର ସହୀଦ ସ୍ମୃତି ଭବନରେ ବିଜେପି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଓ ପ୍ରଦର୍ଶନୀ କାର୍ଯ୍ୟକ୍ରମ ଉଦ୍‌ଘାଟିତ ହୋଇଛି। ଏହି ଉତ୍ସବରେ ସାଂସଦ ଅଭିମନ୍ୟୁ ସେଠୀ ଓ ବିଧାୟକ ସୀତାଂଶୁ ଶେଖର ମହାପାତ୍ର ମୁଖ୍ୟତଃ ସରକାରଙ୍କ ଉପଲବ୍ôଧ ବିଷୟରେ ବକ୍ତବ୍ୟ ରଖିଥିଲେ। ମୋଦି ସରକାରଙ୍କ କାର୍ଯ୍ୟକାଳରେ ଭାରତର ଭବିଷ୍ୟତ ପାଇଁ ଦୃଢ ମୂଳଦୁଆ ସ୍ଥାପନ ହୋଇଛି। ୧୧ ବର୍ଷ ଭିତରେ ଭାରତକୁ ବିକଶିତ କରିବାରେ ଅମୃତକାଳ ଇତିମଧ୍ୟରେ ଆରମ୍ଭ ହୋଇଛି। ପ୍ରଯୁକ୍ତି ବିଦ୍ୟା ସହିତ ପ୍ରଗତିକୁ ଯୋଡାଯାଇଛି। ଶାସନ ଏବେ ସେବାରେ ପରିଣତ ହୋଇଛି। ସୁଶାସନ ଏବେ ସଂସ୍କୃତିରେ ପରିଣତ ହୋଇଛି। ଏବେ କାର୍ଯ୍ୟଦକ୍ଷତାର ରାଜନୀତି ଆରମ୍ଭ ହୋଇଛି। ଦେଶରେ ଦ୍ରୁତ ବିକାଶ ପରିଲକ୍ଷିତ ହୋଇଛି। ଫଳରେ ଭାରତ ବିଶ୍ୱର ଚତୁର୍ଥ ବୃହତ୍ ଅର୍ଥନୀତି ଆଡକୁ ଅଗ୍ରସର ହେଉଛି। ମୋଦିଜୀ କଠିନ ନିଷ୍ପତି ନେବାରେ ସମର୍ଥ ହୋଇଛନ୍ତି। ଜାମୁକାଶ୍ମୀରର ଧାରା ୩୭୦ ହଟାଇବା, ତିନି ତଲାକ ଉଚ୍ଛେଦ, ଜିଏସ୍‌ଟି ଲାଗୁ କରିବା, ୱାକଫ୍ ବିଲ୍ ଆଦି କଠିନ ନିଷ୍ପତି ନିଆଯାଇଛି। ଦୁର୍ନୀତି ଉପରେ ଆକ୍ରମଣ ହେଉଛି। ଆତଙ୍କବାଦ ଉପରେ କଠୋର ନୀତି ଆପଣାଯାଇଛି। ଅନୁରୂପ ଭାବେ ରାଜ୍ୟର ବର୍ଷକର ସରକାର ତାର ପ୍ରତିଶ୍ରୁତି ପୂରଣ କରିଚାଲିଛି। ଶ୍ରୀମନ୍ଦିରର ଚାରିଦ୍ୱାର ଖୋଲିବା ଠାରୁ ଆରମ୍ଭ କରି ଚାଷୀଙ୍କୁ ଧାନ କ୍ୱିଂଟାଲ ପିଛା ୮ ଶହ ଟଙ୍କା ବୋନସ, ଆୟୁଷ୍ମାନ ଯୋଜନା ଠାରୁ ଆରମ୍ଭ କରି ଗାଁ ରାସ୍ତାର ବିକାଶ ଯାଏଁ ସବୁ ପ୍ରତିଶ୍ରୁତି ପୂରଣ କରିବାରେ ଲାଗିଛି। ଉଭୟ କେନ୍ଦ୍ର ଓ ରାଜ୍ୟରେ ଉତରଦାୟୀ ସରକାର ଚାଲିଛି ବୋଲି ବିଜେପି ପକ୍ଷରୁ କୁହାଯାଇଛି। ଏଥିସହ ଭଦ୍ରକରେ ମେଡିକାଲ କଲେଜ ଓ ବିଶ୍ୱବିଦ୍ୟାଳୟ ସ୍ଥାପନର ଘୋଷଣା ହୋଇସାରିଛି। ଫଳରେ ବିକାଶିତ ଭଦ୍ରକର ସ୍ୱପ୍ନ ଆଗକୁ ସାକାର ହେବ ବୋଲି ଉଭୟ ସାଂସଦ ଓ ବିଧାୟକ ନିଜ ଭାଷଣ ପ୍ରସଙ୍ଗରେ କହିଥିଲେ। ଜିଲା ସଭାପତି ଭଗବାନ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଭଣ୍ଡାରିପୋଖରୀ ନେତା ସୁଧାଂଶୁ ନାୟକ, ବାସୁଦେବପୁର ନେତା ବାଣୀକଲ୍ୟାଣ ମହାନ୍ତିଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ। ବୈକୁଣ୍ଠ ସାହୁ ଅତିଥି ପରିଚୟ ପ୍ରଦାନ ସହିତ କାର୍ଯ୍ୟକ୍ରମର ଆଭିମୁଖ୍ୟ ସଂପର୍କରେ ସୂଚନା ଦେଇଥିଲେ। ପ୍ରଭାତ ନାୟକ ସଂଯୋଜନା କରିଥିବାବେଳେ ଅଶୋକ ପରିଜା ଧନ୍ୟବାଦ ଦେଇଥିଲେ।