Odiapua.com

କେନ୍ଦ୍ରର କୃଷି ଆଇନକୁ ବିରୋଧ କରି ଅଖିଳ ଭାରତ ଗଣତାନ୍ତ୍ରିକ ମହିଳା ସମିତିର ବିକ୍ଷୋଭ

ଭଦ୍ରକ, ୧୨ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – କେନ୍ଦ୍ର ସରକାର ପ୍ରଣୟନ କରିଥିବା ନୂତନ କୃଷି ଆଇନକୁ ବିରୋଧ ସହିତ ସରକାର ଦରଦାମ ନିୟନ୍ତ୍ରଣରେ ବିଫଳ ହେବା, ଚାଷୀର ଉତ୍ପାଦିତ ଦ୍ରବ୍ୟକୁ ଆମ୍ବାନୀ, ଆଦାନୀ ଭଳି କର୍ପୋରେଟ ସଂସ୍ଥାକୁ ବିକ୍ରୟ କରାଯିବା ଯୋଜନାକୁ ବିରୋଧ କରି ଆଜି ଅଖିଳ ଭାରତ ଗଣତାନ୍ତ୍ରିକ ମହିଳା ସମିତି ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । କୃଷି ଆଇନକୁ ବାତିଲ କରିବା ଦାବୀରେ ରାଜଧାନୀ ଦିଲ୍ଲୀରେ ଦୀର୍ଘ ୧୬ ଦିନ ଧରି ଥଣ୍ଡା କାକରରେ ରାଜରାସ୍ତାରେ ନିଜର ହକ୍ ପାଇଁ ଆନ୍ଦୋଳନ କରୁଥିବା ବେଳେ କେନ୍ଦ୍ର ସରକାର କୁମ୍ଭକର୍ଣ୍ଣର୍ ନିଦ୍ରାରେ ଶୋଇଛି । ସମିତି ପକ୍ଷରୁ ମହିଳାମାନେ ବାଲଗୋପାଲ ମନ୍ଦିର ନିକଟରୁ ଏକ ଶୋଭାଯାତ୍ରାରେ ବାହାରି ଜିଲ୍ଳାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଯାଇଥିଲେ । ସେଠାରେ ସମିତିର ଜିଲ୍ଲା ସଭାନେତ୍ରୀ ପ୍ରତିଭା ଜେନାଙ୍କ ଅଧ୍ୟକ୍ଷତାରେ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା ।ଏଥିରେ ସମ୍ପାଦିକା ମମତା ଜେନା, ସର୍ବଭାତୀୟ ସମ୍ପାଦିକା ତାପସୀ ପ୍ରହରାଜ, ଦାମିନୀ ନାୟକ, ପ୍ରଭାତୀ ଦାସ, ସଂଜିତା ମହାପାତ୍ର, ସୁମତୀ ନାୟକ, ରୋଜାଲିନ୍ ସାମ୍ୟବାଦୀ, ସୀତାରାଣି ଦାସ, ତସ୍‌ଲିମା ବିବି ପ୍ରମୁଖ ଯୋଗ ଦେଇ ବକ୍ତବ୍ୟ ରଖିଥିଲେ ।