Odiapua.com

କେନ୍ଦ୍ରମନ୍ତ୍ରୀ ମୁଖ୍ତାର ଅବ୍ବାସ୍ ନକଭୀଙ୍କ ଶୋଭାଯାତ୍ରା – କଟକରେ

କଟକ ୨୦.୦୪ (ଓଡ଼ିଆ ପୁଅ) : ଭାରତ ସରକାରଙ୍କର ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ ଶ୍ରୀଯୁକ୍ତ ମୁଖ୍ ତାର ଅବ୍ ବାସ୍ ନକଭୀଙ୍କର ଏକ ମୋଟର ସାଇକେଲ ଶୋଭାଯାତ୍ରା କଦମ ରସୁଲ (ଦରଘା ବଜାର) ଠାରୁ ବାହାରି ଦିୱାନ ବଜାର, ଓଡ଼ିଆ ବଜାର ହୋଇ ଶେଷରେ ସୂତାହାଟ ଛକ ଠାରେ ବିଜୟ ସଂକଳ ସଭା ଅନୁଷ୍ଠିତ ହୋଇଥିଲା। ଏଥିରେ ପୂର୍ବତନ ମନ୍ତ୍ରୀ ତଥା ସମୀର ଦେ କଟକ ବାରବାଟୀ ବିଧାୟକ ପ୍ରାର୍ଥୀ ଯୋଗ ଦେଇ ମାରାଥନ ପ୍ରଚାର କରିଥିଲେ। ୧୯୯୫ ରୁ ୨୦୦୯ ମସିହା ମଧ୍ୟରେ ପୂର୍ବତନ ମନ୍ତ୍ରୀ ସମୀର ଦେଙ୍କ ଶାସନ କାଳରେ ସଂଖ୍ୟାଲଘୁ ସଂମ୍ପ୍ରଦାୟଙ୍କ ପାଇଁ ଯେଉଁସବୁ ଉନ୍ନତି ମୂଳକ କାର୍ଯ୍ୟକ୍ରମ କରିଥିଲେ ତାହା ୨୦୦୯ ରୁ ୨୦୧୯ ମଧ୍ୟରେ ଗୋଟିଏ ବି କାର୍ଯ୍ୟର ତ୍ୱରାନ୍ୱିତ ହୋଇନାହିଁ। ତେଣୁ ସେହିପରି ଭାବରେ ନରେନ୍ଦ୍ର ମୋଦିଙ୍କ ଶାସନରେ ମୁସଲିମ୍ ମହିଳାମାନଙ୍କ ପାଇଁ ୩ତଲାଖ ପ୍ରଥା ଉଚ୍ଛେଦ, ସଂଖ୍ୟାଲଘୁଙ୍କ ପାଇଁ ମେଧାବୀ ଶିକ୍ଷାବୃତି ଏବଂ ସଂଖ୍ୟାଲଘୁ ଛାତ୍ରଛାତ୍ରୀମାନଙ୍କ ପାଇଁ ସ୍କିଲ ଇଣ୍ଡିଆ ପାଠ୍ୟକ୍ରମ ମାଧ୍ୟମରେ ସ୍ୱରୋଜଗାର ଯୋଗାଇଦେବା ଏକ ମାଇଲ ଖୁଂଟ ବୋଲି କେନ୍ଦ୍ରମନ୍ତ୍ରୀ ମୁଖ୍ ତାର ଅବ୍ ବାସ୍ ନକଭୀ ଅଭିଭାଷଣ ମାଧ୍ୟମରେ ମୋଦୀ ସରକାରଙ୍କ ସଫଳତାକୁ ବର୍ଣ୍ଣନା କଲେ। ୧୯୯୫ ରୁ ୨୦୦୯ ମଧ୍ୟରେ ଶ୍ରୀ ଦେ କଟକ ସହରର ସମସ୍ତ ମସଜିଦ୍, ଗୀର୍ଜା ଓ ଗୁରୁଦ୍ୱାରର ପୁନଃରୁଧାର କରିବା ସହ ଭାଇଚାରାର ପରମ୍ପରା ସୃଷ୍ଟି କରିଥିଲେ ଯାହା ଆଜି ସୁଦ୍ଧା ପ୍ରଚଳିତ ଓ ଅତୁଟ।

ଏହି ସଂକଳ୍ପ ଯାତ୍ରାରେ ମୀର୍ଜା ବାବୁଲି ବେଗ୍, ଗୋପୀ ଅଲ୍ଲୀ., ଆସୀଫ ଅଲ୍ଲୀ, ସୟଦ ଆଫ୍ରୋଜ ଅଲ୍ଲୀ, ସେକ ଫିରୋଜ, ସାକିବ ଖାନ, ସୟଦ ସହନବାଜ ଅଲ୍ଲୀ, ସେକ ନସୀମ, ଅବଦୁଲ ଆରିଫ୍, ସେକ ରାଜୁ, ସେକ ପିଂଟୁ, ଆୟୁବ ଖାଁ, ଅସଦ ରାଜ୍, ମହମ୍ମଦ ଇଫେତ୍ କାର, ସେକ ଫୟାଜ, ଲକି ଅଲ୍ଲୀ, ମିର୍ଜା ଅଫତାର ବେଗ, ମୋଇନ୍ ଖାନ, ସାହାୱାଜ ଖାନ୍ ପ୍ରମୁଖ ଉପସ୍ଥିତ ଥିଲେ।