Odiapua.com

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଭୂପିନ୍ଦର ଯାଦବଙ୍କ ଗସ୍ତକୁ ନେଇ ବିଜେପିର ପ୍ରସ୍ତୁତି ବୈଠକ

ତାଳଚେର, ୧୩/୬ (ଓଡ଼ିଆ ପୁଅ/ଅଜିତ ବେହେରା) : ତାଳଚେର ନିର୍ବାଚନମଣ୍ଡଳୀର ବିଜେପିର ୬ଟି ମଣ୍ଡଳର ପ୍ରଭାରୀ, ସଭାପତି, ସାଧାରଣ ସମ୍ପାଦକ ଏବଂ ଜିଲ୍ଲା କମିଟିରେ ଥିବା କାର୍ଯ୍ୟକର୍ତାଙ୍କର ଏକ ଜରୁରୀ ବୈଠକ ଭରତପୁର ଠାରେ ଅନୁଷ୍ଠିତ ହୋଇଯାଇଛି। ଆସନ୍ତା ଜୁନ ୧୫ ତାରିଖରେ ନାଲକୋ ବଳରାମ ପ୍ରସାଦ ସ୍ଥିତ ଇଏସଆଇ ହସ୍ପିଟାଲର ଉଦଘାଟନ ହେବ। ଏଥିରେ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ବିଭାଗ ମନ୍ତୀ ଧର୍ମେନ୍ଦ୍ର ପ୍ରଧାନ ଓ କେନ୍ଦ୍ର ଶ୍ରମ, ନିଯୁକ୍ତି, ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ମନ୍ତୀ ଭୂପିନ୍ଦର ଯାଦବ ମିଳିତ ଭାବେ ଯୋଗ ଦେଇ ୬୫ କୋଟି ଟଙ୍କାରେ ନିର୍ମିତ ଶହେ ଶଯ୍ୟା ବିଶିଷ୍ଟ ଇଏସଆଇ ହସ୍ପିଟାଲକୁ ଉଦଘାଟନ କରିବେ। ଉଦ୍ଘାଟନ ଉତ୍ସବ ପରେ ବଳରାମ ପ୍ରସାଦ ହିଙ୍ଗୁଳା ମନ୍ଦିର ନିକଟ ଯାତ୍ରା ପଡିଆରେ ଗରିବ କଲ୍ୟାଣ ସମାବେଶରେ ଯୋଗ ଦେବେ। ଏହାକୁ ନେଇ ତାଳଚେର ବିଜେପି ଚଳଚଂଚଳ ହୋଇପଡିଛି। ଏହି ପ୍ରସ୍ତୁତି ବୈଠକ ଜିଲ୍ଲା ମିଡ଼ିଆ ସେଲ ଅ୍ମକ୍ଷ ପର୍ଶୁରାମ ବାରିକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ବେଳେ ବିଜେପି ରାଜ୍ୟ ସମ୍ପାଦକ ତଥା କ୍ଷୁଦ୍ର ଶିଳ୍ପ ନିଗମର ନିର୍ଦ୍ଦେଶକ କାଳନ୍ଦୀ ସାମଲ ଯୋଗ ଦେଇ ଧର୍ମେନ୍ଦ୍ର ପ୍ରଧାନ ମେଡିକାଲ ଖୋଲାଉଥିବା ବେଳେ ଢେଙ୍କାନାଳ ସାଂସଦ ଓ ତାଳଚେର ବିଧାୟକ ତାଳଚେର ମଣ୍ଡାପାଳ ସରକାରୀ ଡାକ୍ତରଖାନାରେ ଡାକ୍ତର ଦେଇ ପାରୁନାହାନ୍ତି ବୋଲି କହିଥିଲେ। ଜୁନ ୧୫ରେ ଦୁଇ କେନ୍ଦ୍ରମନ୍ତ୍ରୀଙ୍କ ଗରିବ କଲ୍ୟାଣ ସମାବେଶରେ ତାଳଚେରରୁ ୧୦ ହଜାର ରୁ ଉର୍ଦ୍ଧ୍ୱ ଜନ ସାଧାରଣ ଯୋଗ ଦେବେ ବୋଲି ଶ୍ରୀ ସାମଲ ପ୍ରକାଶ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ନେତା ତଥା ଜିଲ୍ଲା ଯୁବମୋର୍ଚ୍ଚା ପ୍ରଭାରୀ ତଥା ଗରିବ କଲ୍ୟାଣ ସମାବେଶ କାର୍ଯ୍ୟକ୍ରମର ସଂଯୋଜକ ଯଯାତି ପଟ୍ଟନାୟକ, ଜିଲ୍ଲା ଉପସଭାପତି ନୃସିଂହ ବରାଳ, ଜିଲ୍ଲା ସାଧାରଣ ସମ୍ପାଦକ ପ୍ରକାଶ ମହାରଣା, ପ୍ରାକ୍ତନ ବ୍ଲକ ଅଧ୍ୟକ୍ଷ ବୃନ୍ଦାବନ ବେହେରା, ରତ୍ନାକର ସାହୁ, ଜିଲ୍ଲା ସମ୍ପାଦକ ପ୍ରଶାନ୍ତ ନନ୍ଦ, କାଳନ୍ଦୀ ପ୍ରଧାନ, ପୁଲିନ ବିହାରୀ ନାୟକ, ବରୁଣ ସାହୁ, ନରେନ୍ଦ୍ର ସାହୁ, ସଚ୍ଚିଦାନନ୍ଦ ପ୍ରଧାନ, କର୍ଣ୍ଣ କୁମାର ଭୁତିଆ, ସୁଫଳା ପୃଷ୍ଟି, ସଂଯୁକ୍ତା ମହାରଣା, ଅଜୟ ଗୋଛାୟତ, ନିରୋଜ ଦାସ, ପ୍ରଶାନ୍ତ ଦାସ, ଗୋପାଳି ସାହୁ, ଖଇରା ପ୍ରଧାନ, କୃଷ୍ଣ ଦାସଙ୍କ ସମେତ ସମସ୍ତ ପଦାଧିକାରୀ ମାନେ ଯୋଗ ଦେଇ ଗରିବ କଲ୍ୟାଣ ସମାବେଶ ନିମନ୍ତେ ଆଲୋଚନା କରିଥିଲେ।