Odiapua.com

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଭେଟିଲେ ବଦ୍ରୀ; ଜଣାଇଲେ କୃତଜ୍ଞତା

ଭଦ୍ରକ, ୧୨ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଣ୍ଡାରିପୋଖରୀ ବିଧାନସଭା ନିର୍ବାଚନମଣ୍ଡଳୀର ୧୬ ନଂ ଜାତୀୟ ରାଜପଥ ପାଶ୍ୱର୍ ପାହିମହୁରାଠାରେ ଥିବା ଅଧିଗୃହୀତ ଜମିରେ କେନ୍ଦ୍ର ପେଟ୍ରୋଲିଅୟ ମନ୍ତ୍ରଣାଳୟ ପକ୍ଷରୁ ବୟନଶିଳ୍ପ ପ୍ରତିଷ୍ଠା ପାଇଁ ପରିବେଶ ମଞ୍ଜୁରୀ ଜନଶୁଣାଣୀ ହୋଇଛି । ଏହାସହ କେନ୍ଦୁଆପଦା ରେଳ ଷ୍ଟେସନରେ ଓଭରବ୍ରୀଜ ନିର୍ମାଣ ଆରମ୍ଭ ହୋଇଛି । ଏଥିପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ନିର୍ବାଚନମଣ୍ଡଳୀ ନେତା ବଦ୍ରୀନାରାୟଣ ଧଳଙ୍କ ନେତୃତ୍ୱରେ ନେତା ଓ କର୍ମୀମାନେ ମନ୍ତ୍ରୀଙ୍କ ଭୁବନେଶ୍ୱର ବାସଭବନରେ ଆଜି ସାକ୍ଷାତ କରି କୃତଜ୍ଞତା ଜ୍ଞାପନ କରିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ମନ୍ତ୍ରୀ ମନମୋହନ ସାମଲ, ସରପଞ୍ଚ କମଳକୁମାର ନନ୍ଦ, ଜଗବନ୍ଧୁ ଦାସ, ବରିଷ୍ଠ ନେତା ନିର୍ମଳ କର, ବାବାଜି ଜେନା, ମଣ୍ଡଳ ସଭାପତି ଗିରିଶ ସାମଲ, ପ୍ରଫୁଲ୍ଲ ସାହୁ, ନବକିଶୋର ବଳ, ଖଗେଶ୍ୱର ବେହେରା, ବନମାଳୀ ଜେନା, ଇଂ ପ୍ରମୋଦ ଜେନା, ରବିନାରାୟଣ ସାହୁ, ରାଜୀବ ଲୋଚନ ସାହୁ, ସୌମ୍ୟରଞ୍ଜନ ସାହୁ, ମଣ୍ଟୁ ମଳିକ, ଅଜିତ ପତି, ସାଗର ଲେଙ୍କା, ଚକ୍ରଧର ରାଉତ, ସନ୍ତାପ୍ରୀତମ ଲେଙ୍କା ପ୍ରମୁଖ ମନ୍ତ୍ରୀ ଶ୍ରୀ ପ୍ରଧାନଙ୍କୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ପ୍ରଦାନ କରି କୃତଜ୍ଞତା ଜ୍ଞାପନ କରିଥିଲେ । ପାହିମହୁରା ଶିଳ୍ପରେ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ବହୁ ନିଯୁକ୍ତି ସୁଯୋଗ ସୃଷ୍ଟି ହେବା ସାଙ୍ଗକୁ ଭଦ୍ରକ ଓ ଯାଜପୁର ଜିଲ୍ଲାର ଆର୍ଥୀକ ଅଭିବୃଦ୍ଧି ହେବ ବୋଲି ଆଶା ପ୍ରକାଶ କରିଥିଲେ । ସେହିପରି ରେଳ ଓଭରବ୍ରୀଜ ଜନସାଧାରଣଙ୍କ ଜୀବନଧାରଣ ସୁଗମ ହେବ ବୋଲି ମଧ୍ୟ ପ୍ରକାଶ କରିଥିଲେ ।