Odiapua.com

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପାଇଲଟ୍ ଗାଡି ଧକ୍କାରେ ଜଣେ ବୃଦ୍ଧ ଗୁରୁତର

ପୁରୀ ୯-୧ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପାଇଲଟ୍ ଗାଡି ଧକ୍କାରେ ଜଣେ ବୃଦ୍ଧ ଗୁରୁତର। ତାଙ୍କ ମୁଣ୍ଡରେ ଗଭୀର କ୍ଷତ ସୃଷ୍ଟି ହୋଇଥିବାରୁ ତାଙ୍କୁ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଆଜି ଅପରାହ୍ନରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ କରି ପୁରୀରୁ ଫେରୁଥିବା ବେଳେ ପୁରୁଣା ଜେଲ୍ ରୋଡ ନିକଟରେ ବୀର ହରେକୃଷ୍ନପୁର ଗ୍ରାମର ବୃଦ୍ଧ ପ୍ରଫୁଲ୍ଲ ସାହୁ ସ୍କୁଟି ଯୋଗେ ଦୋକାନ ଖୋଲିବାକୁ ଆସୁଥିବା ବେଳେ ପାଇଲଟ୍ ଗାଡି ତାଙ୍କୁ ଧକ୍କା ଦେଇଥିଲା। ଖବର ପାଇ କୁମ୍ଭାରପଡା ଥାନା ପୋଲିସ ଓ ଟ୍ରାଫିକ ଥାନା ପୋଲିସ ଘଟଣାସ୍ଥଳରେ ପହଂଚି ଆହତ ବୃଦ୍ଧଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ପଠାଇଥିବା ବେଳେ ପରିସ୍ଥିତିକୁ ଆୟତ କରିଛନ୍ତି। ଟ୍ରାଫିକ ଥାନା ପୋଲିସ ଘଟଣାର ତଦନ୍ତ ଚଲାଇଛି।