Odiapua.com

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସାଉଦି ଶକ୍ତିମନ୍ତ୍ରୀଙ୍କ ସହ ଫୋନ୍ ରେ ଆଲୋଚନା ଭାରତ-ସାଉଦି ସଂମ୍ପର୍କ ବୃଦ୍ଧି ପାଇଁ ଉଦ୍ୟମ

ନୂଆଦୀଲ୍ଲି/ଭୁବନେଶ୍ୱର, ୨୧.୦୬ (ଓଡ଼ିଆ ପୁଅ) : ଭାରତ ଏବଂ ସାଉଦି ଆରବିଆ ମଧ୍ୟରେ ଶକ୍ତି କ୍ଷେତ୍ରରେ ସହଯୋଗ ବୃଦ୍ଧି ପାଇଁ ସାଉଦି ଶକ୍ତି, ଶିଳ୍ପ ଏବଂ ଖଣିଜ ସଂପଦ ମନ୍ତ୍ରୀ ଡ଼. ଖାଲିଦ୍ ଅଲ୍-ଫେଲିଙ୍କ ସହ ଟେଲିଫୋନ ଯୋଗେ ଆଲୋଚନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ହାଇଡ଼୍ରୋକାର୍ବନ କ୍ଷେତ୍ରରେ ଅଧିକ ସହଯୋଗ ସହ ଉଭୟ ଦେଶ ମଧ୍ୟରେ ରଣନୈତିକ ସଂର୍ପକକୁ ମଜଭୂତ କରିବା ପାଇଁ ପଦକ୍ଷେପ ନେଇ ଉଭୟ ମନ୍ତ୍ରୀ ସହମତି ପ୍ରକାଶ କରିଛନ୍ତି। ବିଶ୍ୱ ଭୌଗଳିକ-ରାଜନୈତିକ ପରିସ୍ଥିତି ଏବଂ ଅଶୋଧିତ ତୈଳ ମୂଲ୍ୟ ବୃଦ୍ଧି ନେଇ ଶ୍ରୀ ପ୍ରଧାନ ଭାରତର ଉଦ୍ବେଗ ସଂର୍ପକରେ ଅବଗତ କରାଇ ଥିଲେ।

ଓପେକ ଏବଂ ଓପେକ ପ୍ଲାସ୍ ରାଷ୍ଟ୍ର ସମୁହ ସହ କଥାବାର୍ତ୍ତା ଆଧାରରେ ଅଶୋଧିତ ତୈଳ ମୂଲ୍ୟକୁ ନିୟନ୍ତ୍ରଣରେ ରଖିବା ପାଇଁ ସାଉଦି ଆରବିଆ ଗୁରୁତ୍ୱ ଦେବା ନେଇ ଶ୍ରୀ ପ୍ରଧାନ ଆଲୋଚନ କରିଛନ୍ତି।

ଭାରତ ଶକ୍ତି କ୍ଷେତ୍ରରେ ସାଉଦି ଆରବିଆ ଯୋଗଦାନ ସହ ଦୁଇ ଦେଶ ମଧ୍ୟରେ ଥିବା ଦ୍ୱିପାକ୍ଷିକ ସଂର୍ପକ ମଜଭୁତ ହେବାନେଇ ଶ୍ରୀ ପ୍ରଧାନ ଗୁରୁତ୍ୱାରୋପ କରିଛନ୍ତି। ତୈଳ କ୍ଷେତ୍ରରେ ସାଉଦିର ପୁଞ୍ଜି ନିବେଶର ଟେଲିଫୋନ ଯୋଗେ ସମିକ୍ଷା କରିଥିଲେ ଦୁଇ ମନ୍ତ୍ରୀ।

ହାଇଡ୍ରକାର୍ବନ କ୍ଷେତ୍ରରେ କ୍ରେତା-ବିକ୍ରେତାର ସଂର୍ପକକୁ ଉଭୟ ଦେଶ ଉପରକୁ ଉଠି ଏବଂ ସମନ୍ନିତ ସଂର୍ପକ ପ୍ରତିଷ୍ଠା ଦିଗରେ ଗୁରୁତ୍ୱାରୋପ କରିଛନ୍ତି ଦୁଇ ମନ୍ତ୍ରୀ।