Odiapua.com

କେନ୍ଦ୍ରମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କର ଚିଠି: କହିଲେ ୧୦୦୦ କେ.ଏଲ୍. (କିଲୋ ଲିଟର) କିରୋସିନି ମାଗଣାରେ ଯୋଗାନ୍ତୁ

ଭୁବନେଶ୍ୱର ୧୦-୫ (ଓଡ଼ିଆ ପୁଅ) ବାତ୍ୟା ଫନି ଓଡ଼ିଶାର ଅଧିକାଂଶ ଉପକୂଳବର୍ତ୍ତୀ ଜିଲ୍ଲା କ୍ଷତିଗ୍ରସ୍ତ ହୋଇଛି। ବିଶେଷ କରି ପୁରୀ ଏବଂ ଭୁବନେଶ୍ୱର ଅଧିକ ପ୍ରଭାବିତ ହୋଇଛି। ଏପରିକି ବାତ୍ୟାର ପରେ ଆଠ ଦିନ ବିତିଯାଇଥିଲେ ସୁଦ୍ଧା ଏହି କ୍ଷତିଗ୍ରସ୍ତ ଅଞ୍ଚଳମାନଙ୍କରେ ବିଜୁଳି ସଂଯୋଗ ହେବାରେ ସମୟ ଲାଗୁଛି ଏବଂ ଆହୁରି ଅଧିକ ସମୟ ଲାଗିପାରେ ବୋଲି ଜଣାପଡ଼ୁଛି। ଏପରି ସ୍ଥଳେ ରାଜ୍ୟରେ ଲୋକମାନଙ୍କୁ ବତୀ କିମ୍ବା ଲଣ୍ଠନ ଜଣାଇବାକୁ ବାଧ୍ୟ ହେବାକୁ ପଡ଼ୁଛି। ଯାହା ଫଳରେ କ୍ରୋସିନିର ଆବଶ୍ୟକତା ପଡ଼ୁଛି। ଏଥାକୁ ଦୃଷ୍ଟିରେ ରଖି ରାଜ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟେଟନାୟକ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଏକ ପତ୍ର ଲେଖିଛନ୍ତି। ଏହି ପତ୍ରରେ ମୁଖ୍ୟମନ୍ତ୍ରୀ ଉଲ୍ଲେଖ କରିଛନ୍ତିଯେ, “ଯେପରିକି ଆପଣ ଜାଣନ୍ତିଯେ, ଘୂର୍ଣ୍ଣିବାତ୍ୟା ଫନି ଯୋଗୁଁ ପୁରୀ ଜିଲା ସମ୍ପୂର୍ଣ୍ଣ ଭାବରେ ପ୍ରଭାବିତ ହୋଇଯାଇଛି। ଅବଶ୍ୟ ପୁନର୍ସ୍ଥାପନା କାର୍ଯ୍ୟ ଯୁଦ୍ଧ ସ୍ତରରେ ହେଉଛି, କିନ୍ତୁ ବିଜୁଳୀର ଭିତ୍ତିଭୂମି ବ୍ୟାପକ କ୍ଷତିଗ୍ରସ୍ତ ହେବା କାରଣରୁ ବିଜୁଳୀର ଆପୂର୍ତ୍ତି ପାଇଁ ଅଧିକ ସମୟ ଲାଗିବ ବିଜୁଳୀର ସମସ୍ୟା କାରଣରୁ କିରୋସିନି ତେଲର ଚାହିଦା ବଢ଼ିଯାଇଛି। ତେଣୁ ପ୍ରଭାବିତ ଲୋକମାନଙ୍କୁ ଏହା ପ୍ରଦାନ କରିବା ପାଇଁ, ସାମାନ୍ୟ କୋଟା ଉପରେ ୧୦୦୦ କେ.ଏଲ୍. (କିଲୋ ଲିଟର)ର ଅତିରିକ୍ତ କୋଟା ମାଗଣାରେ ଯୋଗାଇ ଦେବାପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଏହିପତ୍ରରେ ଅନୁରୋଧ କରିଛନ୍ତି।” ବିଶେଷ କରି ଏହି ତେଲ, କମ୍ପାନୀଗୁଡ଼ିକର ଦ୍ଵାରା ଥୋକ ବିକ୍ରେତାମାନଙ୍କୁ ମାଗଣାରେ ପ୍ରଦାନ କରାଗଲେ, ଏଥିରେ ପ୍ରଭାବିତ ଲୋକମାନଙ୍କୁ ବିନା କୌଣସି ଶୁଲ୍କରେ ବିତରିତ କରାଯାଇପାରିବ ବୋଲି ଉଲ୍ଲେଖ କରିଛନ୍ତି ମୁଖ୍ୟମନ୍ତ୍ରୀ।