Odiapua.com

କେନ୍ଦୁପୋଶିରେ ନୂଆଖାଇ

ବଡ଼ବିଲ ୧୭/୪ (ଓଡିଆ ପୁଅ/ସିତାରାମ ଦିକ୍ଷୀତ) କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ ନୂଆଗାଁ ପଞ୍ଚାୟତ ୧୫ ନମ୍ବରୱାର୍ଡ କେନ୍ଦୁପୋଶି ଗ୍ରାମରେ ଚଳିତ ବର୍ଷ ବୈଶାଖ ମାସ ଆମ୍ବ ନୂଆଖାଇ ପର୍ବ ପାଳନ କରାଯାଇଛିା ଆମ୍ବ ନୂଆଖାଇ ପାଳନ କରିବା ର ଉଦ୍ୟସ ନୂଆ ଫଳ ହିସାବରେ ପ୍ରଥମେ ଗ୍ରାମ ଶ୍ରୀ ଠାକୁରାଣି ଙ୍କୁ ପୂଜାର୍ଚ୍ଚନା କରାଯାଇଥାଏ। ନୂଆଖାଇ ପାଳନ ନିମନ୍ତେ ଗ୍ରାମର ଘର ମୁଖ୍ୟ ସମସ୍ତ ସଦସ୍ୟଙ୍କୁ ଡକା ଯାଇ ବୈଠକ ମାଧ୍ୟ୍ୟମରେ ଚାନ୍ଦ‍ା ଆଦାୟ କରାଯାଇ ସମସ୍ତ ପୂଜା ସରଜାମ ସଂଗ୍ରହ କରାଯାଇ ଦେହୁରୀଙ୍କ ପରାମର୍ଶ ଅନୁସାରେ ଶୁଭ ବେଳା ତିଥି ବାର ବାହାର କରାଯାଇ ଦେହୁରୀଙ୍କୁ ଖବର ଦିଆଯାଏ। ସେହି ଦିନ ପ୍ରତ୍ୟେକ ଘର ମାନଙ୍କରେ ଉପବାସ ରହି ପଣା ଖିରି କାକରା ପିଠା ଇତ୍ୟାଦି କରାଯାଏ। ଗ୍ରାମ ଶ୍ରୀ ଠାକୁରାଣୀଙ୍କୁ ଝିଅ ବହୁ ପୁରୁଷ ମହିଳା ମାନେ କାମକାର୍ଯ୍ୟ ରେ ସଫଳ ହେବାପାଇଁ ଆତ୍ମ ବିଶ୍ବାସରେ ମାନସିକ କରନ୍ତିା ପୂର୍ବ ବର୍ଷ ମାନସିକ କରିଥିବା ଭକ୍ତ ମାନେ ମନସ୍କାମନା ପୂର୍ଣ୍ଣ ହୋଇ ଥିଲେ ମା’ଙ୍କୁ ଖୁସିରେ ଛେଳି କୁକୁଡା ନଡିଆ କଦଳୀ, ଧୂପ, ସିନ୍ଦୁର, ମହୁ, ଶାଢି ଦକ୍ଷିଣା ଦିଅନ୍ତିା ପୂଜାର୍ଚ୍ଚନା ପରେ ମା’ଙ୍କ ପାଖରେ ବଳି ପଡୁ ଥିବା ବୋଦାକୁ ପୂଜା ପାଇଁ ଚାନ୍ଦା ଦେଇଥିବା ଗ୍ରାମ ର ପ୍ରତ୍ୟେକ ଘର ସଦସ୍ୟ ମାନେ ଭୋଜି କରି ଖାଇଥାନ୍ତିା ଆମ୍ବ ନୂଆଖାଇ ସରିଲା ପରେ ଗଛର ଫଳ ଖାଇ ହୁଏ ବୋଲି ପୂର୍ବ ପୁରୁଷ ରୁ ବିଧିବିଧାନ ରହିଛି ବୋଲି ପ୍ରକାଶ। ଚଳିତ ବର୍ଷ ଗ୍ରାମର ଦୁର୍ଯ୍ୟୋଧନପାତ୍ର, ଦିବାକରପାତ୍ର, ସନୁପାତ୍ର, ସତ୍ୟଜିତପାତ୍ର, ସନାତନପାତ୍ର, ଗଣେଶ୍ବର ପାତ୍ର, ଯୋଶବନ୍ତ ପାତ୍ର, ମନମୋହନ ପାତ୍ର, ଦୁଲ୍ଲଭ ପାତ୍ର, ଅଭିମନ୍ୟୁ ପାତ୍ର, ପଦ୍ମଲୋଚନ ପାତ୍ର, ଭକ୍ତବନ୍ଧୁ ପାତ୍ର, ହରିହର ପାତ୍ର, ବିଶ୍ବଜିତ ପାତ୍ର, ପ୍ରଶାନ୍ତ ପାତ୍ର, ଲେମ୍ବୁଧର ପାତ୍ର, ଭୁଲୁ ପାତ୍ର, ମହରଗାପାତ୍ର, ଅନିରୁଧପାତ୍ର, ଚୈତନ୍ୟପାତ୍ର, ନିତ୍ୟାନନ୍ଦପାତ୍ର, ହରେକୃଷ୍ଣପାତ୍ର, ଚନ୍ଦନଦାସ, ରବିପାତ୍ର, ପରମେଶ୍ବର ପାତ୍ର, ପୁରୁଷତ୍ତମ ପାତ୍ର, ଦେବାନନ୍ଦ ପାତ୍ର, ପ୍ରଦୀପ ପାତ୍ର, ଜଗନ୍ନାଥ ପାତ୍ର, ବୁଦ୍ଧଦେବ ପାତ୍ର, ଲକ୍ଷ୍ମଣ ପାତ୍ର, ଭିମଶେନ ପାତ୍ର ଗୌତମ ପାତ୍ର, ପିତାମ୍ବର ପାତ୍ର, ସନାତନ ପାତ୍ର(ବି)ପରେଶ ପାତ୍ର, ଯୁଧିଷ୍ଠିର ପାତ୍ର, ଦିପୁ ପାତ୍ର, ଉପେନ୍ଦ୍ର ପାତ୍ର, ମଧୂସୁଦନ ପାତ୍ର, ମଗଂୁଳୁ ଚରଣ ପାତ୍ର, ରାଧାପାତ୍ର, କୁନୁପାତ୍ର, ଦିଲ୍ଲିପ ପାତ୍ର, ରଂଜନପାତ୍ର, କଂ ସମେତ ଗ୍ରାମର ବହୁଲୋକ ନୂଆଖାଇ ପର୍ବରେ ସାମିଲ ହୋଇ ଥିବା ଜଣାପଡିଛିା