Odiapua.com

କେନ୍ଦୁପତ୍ର ଗାଡ଼ି ଓଲଟି ୨ ମୃତ, ୩ ଗୁରୁତର

ମାଲକାନଗିରି, ୨୯/୪ (ଓଡ଼ିଆ ପୁଅ) କେନ୍ଦୁପତ୍ର ନେଇ ଫଡ଼ିରେ ବିକ୍ରିକରି ଘରକୁ ଫେରୁ ଥିବାବେଳେ ଗାଡ଼ି ଦୁର୍ଘଟଣା ଗସ୍ତ ହୋଇ ୨ଯୁବକଙ୍କର ମୃତ୍ୟୁ ଘଟିଥିବା ବେଳେ ୩ ଜଣ ଆହତ ହୋଇଛନ୍ତି ସେମାନଙ୍କ ମଧ୍ୟରୁ ଜଣେ ଗୁରୁତର ଥିବାର ଜଣାପଡ଼ିଛି।

ଏପରି ଅଭାବନୀୟ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି ମାଲକାନଗିରି ଜିଲ୍ଲା କାଲିମେଳା ଥାନାସ୍ଥ ବଦଳି ଗୁଡା ଗ୍ରାମରେ।

ଆଜି ମଧ୍ୟାହ୍ନରେ ଏମପିଭି ୨୯ ଗ୍ରାମର ସିବାଜିତ ବୈଦ୍ୟ (୨୦), କିଶୋର ଢାଲି(୨୧), ବିଷ୍ଣୁ ମଣ୍ଡଳ(୨୧), ଦୁଇଜଣ ନାବାଳକ ହେଲେ ଅନୁପ ମିସ୍ତ୍ରୀ(୧୬)ଅନିମେଶ ସରକାର(୧୪) ୫ଜଣ କେନ୍ଦୁପତ୍ର ଏକ ପିକଅପ ଭ୍ୟାନରେ ଭେଜଙ୍ଗଵାଡା ଫଡିରେ ବିକ୍ରି କରିବା ପାଇଁ ଯାଇଥିଲେ।

ସେଠାରେ କେନ୍ଦୁପତ୍ର ବିକ୍ରି କରି ଫେରୁଥିବା ସମୟରେ ବଦଲିଗୁଡା ଗ୍ରାମ ରାସ୍ତାରେ ଏକ ମଟର ସାଇକେଲକୁ ସାଇଡ ଦେଉଥିବା ସମୟରେ ଭାରସାମ୍ୟ ହରାଇ ପିକଅପ ଭ୍ୟାନଟି ରାସ୍ତା କଡ଼କୁ ଓଲଟି ପଡିବାରୁ ଦୁର୍ଘଟଣା ଘଟିଥିଲା। ଗାଡ଼ିରେ ଥିବା ୫ ଜଣ ଯାକ ଦୁରକୁ ଛିଟିକି ପଡି ଆହତ ହୋଇଥିଲେ। ସେମାନଙ୍କୁ ପ୍ରଥମେ ଏମପିଭି-୨୧ ମେଡିକାଲକୁ ନେଇ ପ୍ରାଥମିକ ଚିକିତ୍ସା କରିବା ପରେ ତୁରନ୍ତ କାଲିମେଳା ଓ ପରେ ମାଲକାନଗିରି ଜିଲ୍ଲା ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ମାଲକାନଗିରି ଚିକିତ୍ସାଳୟରେ ଡାକ୍ତର ୨ ଜଣଙ୍କୁ ମୃତ୍ୟୁ ଘୋଷଣା କରିଥିବା ବେଳେ ଅନ୍ୟ ୩ ଜଣ ଗୁରୁତର ଅବସ୍ଥାରେ ମେଡିକାଲରେ ଚିକିତ୍ସିତ ହେଉଛନ୍ତି। ମୃତ୍ୟୁବରଣ କରିଥିବା ଯୁବକ ହେଲେ ଶିବାଜିତ ବୈଦ୍ୟ (୨୦) ଓ କିଶୋର ଢାଲି (୨୧)। ଗୁରୁତର ଆହତମାନେ ହେଲେ ଵିଷ୍ଣୁ ମଣ୍ଡଳ(୨୧), ଅନୁପ ମିସ୍ତ୍ରୀ(୧୬), ଅନିମେଶ ସରକାର (୧୪), ଏମାନଙ୍କ ମଧ୍ୟରୁ ଅନୁପଙ୍କ ଅବସ୍ଥା ଅତ୍ୟନ୍ତ ଗୁରୁତର ଅଛି। କାଲିମେଳା ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତ ଶରୀର ଜବତ କରି ଶବ ବ୍ୟବଚ୍ଛେଦ ନିମନ୍ତେ ପଠାଇ ତଦନ୍ତ ଆରମ୍ଭ କରିଛି। ଗାଡ଼ିଚାଳକ ମଣ୍ଟୁ ସରକାର ଦୁର୍ଘଟଣା ପରେ ଫେରାର ହୋଇ ଯାଇ ଥିବା ବେଳେ ପୁଲିସ ତାଙ୍କୁ ଖୋଜୁଛି। ଏକ ସଙ୍ଗେ ଦୁଇଜଣଙ୍କର ମୃତ୍ୟୁ ହେବା ସହ ତିନିଜଣ ଆହତ ଘଟଣା ରେ ଏମ ପିଭି ୨୯ ଗ୍ରାମରେ ଶୋକର ଛାୟା ଖେଳି ଯାଇଛି।