Odiapua.com

କେନ୍ଦୁଝର : ସ୍ୱାମୀଙ୍କୁ ପଥରରେ ଛେଚି ହତ୍ୟା କଲା ବିବାହିତା ପତ୍ନୀ

କେନ୍ଦୁଝର, ୫ ଜୁଲାଇ (ଓଡ଼ିଆ ପୁଅ/ବିଭୂତି ଭୂଷଣ ପଟ୍ଟନାୟକ) କେନ୍ଦୁଝର ଜିଲ୍ଲା ଚମ୍ପୁଆ ଉପଖଣ୍ଡ, ଚମ୍ପୁଆ ଏନ୍.ଏ.ସି ଅନ୍ତର୍ଗତ ୮ ନଂ ୱାର୍ଡ ଧଳାଡିହିର ଜଣେ ମଧ୍ୟ ବୟସ୍କା ମହିଳା ନିଜ ସ୍ୱାମୀଙ୍କୁ ଅତି ନିର୍ମମ ଭାବେ ପଥରରେ ଛେଚି ହତ୍ୟା କରିବା ଘଟଣା ସମଗ୍ର ଅଞ୍ଚଳରେ ଆଲୋଡନ ସୃଷ୍ଟି କରିଛି। ଏହି ହତ୍ୟାକାଣ୍ଡ ପାରିବାରିକ କଳହରୁ ଘଟିଥିବା କଥା ପୁଲିସ ତାର ପ୍ରାଥମିକ ତଦନ୍ତରୁ ଜାଣିପାରିଛି। ଚମ୍ପୁଆ ଧଳାଡିହିରେ ବିଶାଳ ମୁଣ୍ଡା ସପରିବାର ବାସ କରୁଥିଲେ। କୌଣସି ଘଟଣାକୁ କେନ୍ଦ୍ର କରି ନିଜ ସ୍ୱାମୀ ଉପରେ ବିମୁଖ ହୋଇ ପଡିଥିଲା ତାର ପତ୍ନୀ ଚାନ୍ଦ ମୁଣ୍ଡା। ଯେଉଁଥିପାଇଁ ଶନିବାର ରାତ୍ରୀରେ ବିଶାଲ ମୁଣ୍ଡା ପିଲାମାନଙ୍କ ସହ ଶୋଇଥିବା ବେଳେ ପୂର୍ବ ଯୋଜନାନୁଯାୟୀ ପତ୍ନୀ ଚାନ୍ଦ ମୁଣ୍ଡା ସ୍ୱାମୀର ମୁଣ୍ଡକୁ ଅତି ନିର୍ଦ୍ଦୟ ଭାବେ ପଥରରେ ଛେଚି ହତ୍ୟା କରିଥିଲା। ଏହି ହତ୍ୟାକାଣ୍ଡ ସମୟରେ ବାପା ପାଖରେ ଶୋଇଥିବା ପିଲାମାନେ ମଧ୍ୟ ଜାଣିପାରି ନଥିବା କହିଛନ୍ତି। ଫଳରେ ଭୋର ସମୟରେ ଉଠିବା ପରେ ହିଁ ସେମାନେ ଘଟଣା ସର୍ମ୍ପକରେ ଜାଣି ବାକୁ ପାଇଥିଲେ। ଖବରପାଇ ଚମ୍ପୁଆ ଥାନା ଭାରପ୍ରାପ୍ତ ଅଧିକାରୀ ମନୋରଞ୍ଜନ ପ୍ରଧାନ ସବଇନ୍ସପେକ୍ଟର ପ୍ରଶାନ୍ତ କୁମାର ସେଠୀ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ଶବ ବ୍ୟବଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରି ଅନୁସନ୍ଧାନ ଜାରି ରଖିଛନ୍ତି।