Odiapua.com

କେନ୍ଦୁଝର ସହର ଉପକଣ୍ଠରେ ଗଢିଉଠିଥିବା ବେଆଇନ୍ ଦୋକାନ ଗୃହକୁ ମେସିନ୍ ଦ୍ବାରା ଉଚ୍ଛେଦ କଲା ଜିଲ୍ଲା ପ୍ରଶାସନ

କେନ୍ଦୁଝର, ତା ୧୪ ଜୁନ (ଓଡ଼ିଆ ପୁଅ/ପ୍ରେମାନନ୍ଦ ଦାସ) କେନ୍ଦୁଝର ସହର ଉପକଣ୍ଠରେ ବେଆଇନ ଭାବେ ନିର୍ମାଣ ହୋଇଥିବା ଗୃହ ଗୁଡିକୁ ପ୍ରଶାସନ ପକ୍ଷରୁ ଉଚ୍ଛେଦ କରାଯାଇଛି । କେନ୍ଦୁଝର ସହର ମଧ୍ୟରେ ଥିବା ବିଜୁ ପଟ୍ଟନାୟକ ଛକ ନିକଟରେ ଗଢି ଉଠିଥିବା ବେଆଇନ ଦୋକାନ ଘର ଗୁଡିକୁ ପୌରପାଳିକା ପକ୍ଷରୁ ଭାଙ୍ଗାଯାଇଛି । ଖବର ଅନୁଯାୟୀ ଏହି ଦୋକାନ ଗୃହ ଗୁଡିକ ସରକାରୀ ଜମି ଉପରେ ବେଆଇନ ଭାବେ ନିର୍ମାଣ କରାଯାଇଥିବା ପୌରପାଳିକା ପକ୍ଷରୁ ସୂଚନା ମିଳିଛି । ଏହି ବେଆଇନ ଗୃହ ନିର୍ମାଣକୁ ନେଇ ପ୍ରଶାସନ ପକ୍ଷରୁ ପ୍ରଥମେ ନୋଟିସ୍ ଜାରି ହୋଇଥିଲା । ଆଜି ଉକ୍ତ ବେଆଇନ ଦୋକାନ ଘର ଗୁଡିକୁ ପ୍ରଶାସନ ପକ୍ଷରୁ ମେସିନ୍ ସାହାଯ୍ୟରେ ଭଙ୍ଗାଯାଇଛି । ଏହି ଉଚ୍ଛେଦ ସମୟରେ ଜିଲ୍ଲା ପ୍ରଶାସନ ଅଧିକାରୀଙ୍କ ସହ ପୌରପାଳିକା ଓ ପୋଲିସ ଉପସ୍ଥିତ ଥିଲେ । ଆଗାମୀ ଦିନରେ ଏଭଳି ପୌରପାଳିକାରେ ଥିବା ବେଆଇନ ଗୃହ ନିର୍ମାଣ ଉପରେ ଏହି ଭଳି ପୌରପାଳିକା ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି ଜଣାପଡିଛି ।