Odiapua.com

କେନ୍ଦୁଝର: ସଙ୍କଟରେ ପଡିଛନ୍ତି ରାଜ୍ୟ ବାହାର କାର୍ଯ୍ୟରତ ଶ୍ରମିକ

କେନ୍ଦୁଝର, ୨୯ ମାର୍ଚ୍ଚ ୨୦୨୦ (ଓଡ଼ିଆ ପୁଅ/ବିଭୂତି ଭୂଷଣ ପଟ୍ଟନାୟକ) ସମଗ୍ର ବିଶ୍ୱକୁ କରୋନା ଗ୍ରାସ କରିବାରେ ଲାଗିଥିବା ବେଳେ ଏହାର ଭୟଭୟତାକୁ ଦୃଷ୍ଟିରେ ରଖି ଏହାର ବିରୋଧରେ ଲଢେଇ ପାଇିଁ ଦେଶର ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କ ପକ୍ଷରୁ ସମଗ୍ର ଦେଶକୁ ୨୧ ଦିନ ପର୍ଯ୍ୟନ୍ତ ଲକ୍ ଡାଉନ୍‌ ଘୋଷଣା କରାଯିବା ଏବଂ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏହାକୁ ପୁର୍ଣ୍ଣ ସମର୍ଥନ ଅନୁରୁପ ଘୋଷଣା କରିଛନ୍ତି। ଏହି ଲକ୍ ଡାଉନ ସମୟରେ ପ୍ରଭାବିତ ହେଉଥିବା ଶ୍ରମିକଙ୍କ ଠାରୁ ଆରମ୍ଭ କରି ବିଭିନ୍ନ ବର୍ଗ ର ଲୋକମାନଙ୍କ ପାଇିଂ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ସହାୟତା ଯୋଗାଇ ଦେବା ନିମନ୍ତେ ପ୍ୟାକେଜ୍ ଘୋଷଣା କରିଛନ୍ତି। ଯେଉଁଥିରେ ହୁଏତ କେବଳ ପଞ୍ଜିକୃତ ସଦସ୍ୟ ମାନେ ହିଁ ଉପକୃତ ହେବେ। ଯାହାକି ଏହି ଲକ୍ ଡାଉନ ସମୟରେ ସେମାନଙ୍କୁ ତ୍ସ୍ୱଭାବିକ ଭାବେ ଅନେକ ଆଶ୍ୱସ୍ତ ଆଣି ଦେଇଛି। କିନ୍ତୁ ଆଜି ବି ଦେଶରେ ଓ ରାଜ୍ୟରେ ଲକ୍ଷ ଲକ୍ଷ ସଂଖ୍ୟାରେ ଅଣ ସଂଗଠିତ ଅଣ ପଞ୍ଜିକୃତ କୁଶଳୀ ଅଣକୁଶଳୀ ଶ୍ରମିକ ରହିଛନ୍ତି, ସେମାନେ ଏଥିରୁ କେତେଦୂର ଉପକୃତ ହେବେ ତାହା ଉପରେ ସ୍ୱଭାବିକ ଭାବେ ପ୍ରଶ୍ନ ଚିହ୍ନ ଲଗିଛି।

ଅନ୍ୟ ଏକ ଗୁତ୍ୱପୁର୍ଣ୍ଣ ଘଟଣା ହେଉଛି ଏହି ଲକ୍ ଡାଉନ ସମୟରେ କେନ୍ଦୁଝର ଜିଲ୍ଲାରେ ଫଶି ରହିଛନ୍ତି ଶହ ଶହ ସଂଖ୍ୟାରେ ରାଜ୍ୟ ବାହାରର କୁଶଳୀ ଓ ଅଣ କୁଶଳୀ ଶ୍ରମିକ। ଏମାନେ ସମସ୍ତେ ପ୍ରାୟ ପଶ୍ଚିମବଙ୍ଗ ଅଞ୍ଝଳର, ଯେଉଁମାନେ କି ଜିଲ୍ଲାର ବିଭିନ୍ନ ପ୍ରାନ୍ତରେ ବିଭିନ୍ନ ନିର୍ମାଣ କାର୍ଯ୍ୟରେ ନିୟୋଜିତ ଥିଲେ। ଏମାନେ ସମସ୍ତେ ନିଜ ଘରଠାରୁ ଓ ନିଜ ପରିବାର ପାଖରୁ ଶହ ଶହ କିଲୋମିଟର ଦୂରରେ ରହି ବିଭିନ୍ନ ବିକାଶମୂଳକ କାର୍ଯ୍ୟରେ ନିୟୋଜିତ ରହିଥିଲେ। ଏମାନେ କେବଳ ଘରୋଇ ନୁହଁନ୍ତି ସରକାରୀ କାର୍ଯ୍ୟରେ ମଧ୍ୟ ନିୟୋଜିତ ରହିଥିଲେ। ଏମାନଙ୍କ ମଧ୍ୟରେ ରାଜମିସ୍ତ୍ରୀ ଙ୍କ ଠାରୁ ଆରମ୍ଭ କରି କାଠ ମିସ୍ତ୍ରୀ, ମାର୍ବଲ ଟାଇଲ ମିସ୍ତ୍ରୀ, ରଙ୍ଗ ମିସ୍ତ୍ରୀ ମଧ୍ୟ ରହିଛନ୍ତି। କିନ୍ତୁ ଲକ୍‌ଡାଉନ କାରଣରୁ ଏମାନେ ସମସ୍ତେ ଘରକୁ ଫେରି ପାରୁନଥିବା ବେଳେ କାମ ବନ୍ଦ କାରଣରୁ ସେମାନଙ୍କର ରୋଜଗାର ମଧ୍ୟ ଠପ୍ ହୋଇ ଯାଇଛି। ଯାହା କିଛି ଅର୍ଥ ଥିଲା ତାହା ଶେଷ ହେବା ଉପରେ। ତେଣୁ ଏବେ ଚିନ୍ତାରେ ପଡିଯାଇଛନ୍ତି ସେମାନେ ା ଲକ୍‌ଡାଉନ କାରଣରୁ ଏମାନଙ୍କର କାମକାର୍ଯ୍ୟ ସଂପୂର୍ଣ୍ଣ ଠପ୍ ହୋଇଯାଇଛି। ଏହି ଶ୍ରମିକ ମାନେ କେନ୍ଦୁଝର ସହରର ବଣିଆପାଟ, କାଶିପୁର, ଶିରିପୁର, କଲଜେରୋଡ, ଜଗନ୍ନାଥପୁର ଆଦି ଅଞ୍ଝଳରେ ରହିଥିବା ବେଳେ ଯୋଡା, ବଡବିଲ, ଚମ୍ପୁଆ ଆଦି ଅଞ୍ଝଳରେ ମଧ୍ୟ ଏହି ଶ୍ରମିକ ବର୍ଗର ଶ୍ରମିକମାନେ ରହିଛନ୍ତି ା ଲକ୍ ଡାଉନ କାରଣରୁ ସେମାନେ ଘରୁ ବାହାରି ପାରୁ ନାହାଁନ୍ତି। ସେମାନେ ଖାଇବେ କଣ ବଞ୍ଝିବେ କିମିତି ତାହା ସେମାନଙ୍କ ପାଇିଁ ଚିନ୍ତାର କାରଣ ହୋଇଛି। ହାଇକୋର୍ଟଙ୍କ ନିର୍ଦ୍ଦେଶରେ ଓଡିଶା ରାଜ୍ୟ ସରକାର ରାଜ୍ୟ ବାହାରେ ଫଶିଥିବା ଶ୍ରମିକ ମାନଙ୍କ ପାଇିଂ ସମସ୍ତ ବ୍ୟବସ୍ଥା କରୁଥିବା ବେଳେ ଏହି ଶ୍ରମିକମାନଙ୍କ ପାଇିଁ କିନ୍ତୁ ଅଦ୍ୟବଧି କୌଣସି ବ୍ୟବସ୍ଥା କରାଯାଇପାରିନାହିଁ। ପଞ୍ଚାୟତ ସ୍ତରରେ ଗରୀବ ଲୋକଙ୍କ ପାଇିଁ ଖାଦ୍ୟର ବ୍ୟବସ୍ଥା କରିବା ପାଇିଁ ସରକାର ନିର୍ଦ୍ଦେଶ ଦେଇତିବା ବେଳେ ଏମାନଙ୍କ କଥାକୁ ହୁଏତ ଭୁଲି ଯାଇଛନ୍ତି। ଏବେ ସେମାନେ ନା ଫେରିପାରୁଛନ୍ତି ନିଜ ପରିବାର ପାଖକୁ ନା ଭୋକ ପେଟରେ ଏଠାରେ ଶୋଇ ପାରୁଛନ୍ତି ଶାନ୍ତିରେ। ସରକାରଙ୍କ ନିର୍ଦ୍ଦେଶ ଆସିବା ପୂର୍ବରୁ ଜିଲ୍ଲା ପ୍ରଶାସନ କର୍ତ୍ତୃପକ୍ଷ ଅତି କମରେ ହେଲେ ବି ମାନବିକତା ଦୃଷ୍ଟିରୁ ସେମାନଙ୍କ ନିକଟରେ ପହଞ୍ଝିବା ଉଚିତ ବୋଲି ମତ ପ୍ରକାଶ ପାଉଛି।