Odiapua.com

କେନ୍ଦୁଝର ଯୁବ ସାମ୍ବାଦିକ ସଙ୍ଘର ୩୦ ଜଣିଆ କାର୍ଯ୍ୟକାରିଣୀ ସଦସ୍ୟ ମନୋନୀତ

କେନ୍ଦୁଝର,ତା ୨୧ ଡିସେମ୍ବର (ଓଡ଼ିଆ ପୁଅ/ପ୍ରେମାନନ୍ଦ ଦାସ) କେନ୍ଦୁଝର ଜିଲ୍ଲା ଯୁବ ସାମ୍ବାଦିକ ସଙ୍ଘର ୩୦ଜଣିଆ କାର୍ଯ୍ୟକାରିଣୀ ସଦସ୍ୟ ମନୋନୀତ ହୋଇଛନ୍ତି । ଜିଲ୍ଲାରେ କାର୍ଯ୍ୟରତ ଯୁବ ସାମ୍ବାଦିକମାନଙ୍କୁ ନେଇ ରବିବାର ସ୍ଥାନୀୟ ଭାଲୁଘର ଠାରେ ଆୟୋଜିତ ଏ ସମ୍ବନ୍ଧିତ ଏକ କାର୍ଯ୍ୟକ୍ରମରେ ୩୦ ଜଣିଆ କାର୍ଯ୍ୟକାରିଣୀ ମନୋନିତ ହୋଇଛନ୍ତି । ଜିଲ୍ଲାରେ କାର୍ଯ୍ୟରତ ସାମ୍ବାଦିକମାନଙ୍କ ସୁରକ୍ଷା ସହ ଆଦର୍ଶଗତ ସାମ୍ବାଦିକତାକୁ ପାଥେୟ କରି ସକରାତ୍ମକ ଚିନ୍ତାଧାରା ପୂର୍ବକ ସଙ୍ଗଠିତ ଭାବେ ଜିଲ୍ଲାର ବିକାଶ ଦିଗରେ କର୍ମ ତତ୍ପର ହେବା ଲକ୍ଷ୍ୟରେ ଗତ ନଭେମ୍ବର ୨୨ ତାରିଖରେ ତୃପ୍ତି ସଫାରୀରେ ଆୟୋଜିତ ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମରେ କେନ୍ଦୁଝର ଯୁବ ସାମ୍ବାଦିକ ସଙ୍ଘର ପରିକଳ୍ପନା ହୋଇଥିବାବେଳେ ସଭାପତି, କାର୍ଯ୍ୟକାରୀ ସଭାପତି ଏବଂ ସମ୍ପାଦକ ମନନୟନ କରାଯାଇଥିଲା । ରବିବାର ଦ୍ବିତୀୟ ଅଧିବେଶନ ଅବସରରେ ସଙ୍ଘର କଳେବର ନିର୍ଧାରଣ କରାଯାଇଛି । ଜିଲ୍ଲାର କୋଣ ଅନୁକୋଣରେ କାର୍ଯ୍ୟରତ ସାମ୍ବାଦିକମାନେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ସର୍ବ ସମ୍ମତିରେ କାର୍ଯ୍ୟକାରିଣୀ ସଦସ୍ୟ ମନୋନୟନ କରିଛନ୍ତି । ପୂର୍ବରୁ ନିର୍ବାଚିତ ସଭାପତି ନାରାୟଣ ସାହୁ, କାର୍ଯ୍ୟକାରୀ ସଭାପତି ନିର୍ମଳ ଚନ୍ଦ୍ର ବାରିକ, ସମ୍ପାଦକ ସନ୍ତୋଷ ମହାପାତ୍ରଙ୍କ ସମେତ ପ୍ରେମାନନ୍ଦ ଦାସ, ଆନନ୍ଦ ହୁରାଦ, ଶୁସାନ୍ତ ବାରିକ ଏବଂ ରାଜେନ୍ଦ୍ର ପ୍ରସାଦ ଦାଶ ପ୍ରମୁଖଙ୍କୁ ଉପସଭାପତି, ସଞ୍ଜିବ ମହାନ୍ତି, ଭବାନୀ ପ୍ରସାଦ ମହାନ୍ତ, ଦୀପକ ବେହେରା, ରବିନ୍ଦ୍ର ଖମଣିଆ, ଶୁବାଶିଷ ନନ୍ଦ, ଦେବୀଶଙ୍କର ଦାସ ପ୍ରମୁଖଙ୍କୁ ଯୁଗ୍ମ ସମ୍ପାଦକ ତଥା ହେମନ୍ତ ମହାରଣାଙ୍କୁ କୋଷାଧ୍ୟକ୍ଷ ଓ ଜଗନ୍ନାଥ ମହାନ୍ତଙ୍କୁ ସଙ୍ଗଠନ ସମ୍ପାଦକ ଭାବେ ମନୋନୀତ କରାଯାଇଥିଲା । ଅନିଲ କୁମାର ନନ୍ଦଙ୍କୁ ଯୁବ ସାମ୍ବାଦିକ ସଙ୍ଘର ଆଇନ ପରାମର୍ଶଦାତା ଭାବେ ଚୟନ କରାଯାଇଥିଲା । ଅଭିମନ୍ୟୁ ପରିଡ଼ା, ବିରେନ୍ଦ୍ର ମହାନ୍ତ, ସନତ ଚାଟାର୍ଜୀ, ପରେଶ ସେଠୀ, ତପନ ବେହେରା, ଅବିନାଶ ଶତପଥି, ସ୍ମୃତିରଞ୍ଜନ ବିହାରୀ, ଅଭିମନ୍ୟୁ ରାଉତ, ରହାନନ୍ଦ ବେହେରା, ସମୀର ନନ୍ଦ, ପବିତ୍ର ପଲେଇ, ସୌଯ୍ୟରଞ୍ଜନ ଆଚାର୍ଯ୍ୟ, ପ୍ରୀୟବ୍ରତ ମହାନ୍ତି, ଆଲୋକ ମହାନ୍ତ ପ୍ରମୁଖ କାର୍ଯ୍ୟକାରିଣୀ ସଦସ୍ୟ ଭାବେ ମନୋନୀତ ହୋଇଥିଲେ । ଏହି ଅବସରରେ ସଙ୍ଘର ମନୋନିତ ସଦସ୍ୟମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । କାର୍ଯ୍ୟରତ ସାମ୍ବାଦିକମାନଙ୍କ ନିମନ୍ତେ ରାଜ୍ୟ ସରକାର ସାମ୍ବାଦିକ ବୀମା ଯୋଜନା ମାଧ୍ୟମରେ ସହାୟତା ବ୍ୟବସ୍ଥା କରିଥିବାରୁ ମୂଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସର୍ବ ପ୍ରଥମେ ସର୍ବ ସମ୍ମତିରେ ଏକ ଧନ୍ୟବାଦ ପ୍ରସ୍ତାବ ଗୃହିତ ହୋଇଥିଲା । ଏହା ସହିତ ଆବଶ୍ୟକୀୟ ଯୋଗ୍ୟତା ଥାଇ ଯେଉଁ ସାମ୍ବାଦିକମାନେ କୌଣସି କାରଣରୁ ଏହି ଯୋଜନାରେ ସାମିଲ ହେବାରୁ ବଞ୍ଚିତ ହୋଇଛନ୍ତି ସେମାନଙ୍କ ପାଇଁ ପୁନର୍ବାର ସୁଯୋଗ ପ୍ରଦାନ କରିବା ଦିଗରେ ଉପଯୁକ୍ତ ପଦକ୍ଷେପ ନେବା ପାଇଁ ଜିଲ୍ଲାପାଳଙ୍କ ଜରିଆରେ ମୂଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ଦେବା ପାଇଁ ଧାର୍ଯ୍ୟ ହୋଇଥିଲା । ବର୍ତ୍ତମାନ ପରିପ୍ରେକ୍ଷୀରେ କେନ୍ଦୁଝର ଜିଲ୍ଲାର ଆଭ୍ୟନ୍ତରୀଣ ଅଞ୍ଚଳରେ ଶୀତ ବଢୁଥିବାବେଳେ ଗରିବ ଗୁରୁବାମାନଙ୍କ ଦୈନନ୍ଦିନ ଜୀବନ ପ୍ରଭାବିତ ହେଉଛି । ଏଥିପାଇଁ ଆଗାମୀ ଦିନରେ ଗ୍ରାମାଞ୍ଚଳରେ ଶୀତବସ୍ତ୍ର ବଣ୍ଟନ ନିମନ୍ତେ ସର୍ବ ସମ୍ମତିରେ ପ୍ରସ୍ତାବ ପାରିତ ହୋଇଥିବାବେଳେ ଜିଲ୍ଲାର ରକ୍ତ ଭଣ୍ଡାରରେ ବିଭିନ୍ନ ସମୟରେ ରକ୍ତ ନିଅଣ୍ଟ ହେଉଥିବାରୁ ରକ୍ତଦାନ ଶିବିର କାର୍ଯ୍ୟକ୍ରମ ମାଧ୍ୟମରେ ରକ୍ତ ସ°ଗ୍ରହ ନିମନ୍ତେ ସର୍ବ ସମ୍ମତିରେ ପ୍ରସ୍ତାବ ପାରିତ ହୋଇଥିଲା । ଜିଲ୍ଲାର ଅବହେଳିତ, ଅସହାୟ ଲୋକଙ୍କ ନିକଟରେ ସବୁବେଳେ ସବୁ ସମୟରେ କେନ୍ଦୁଝର ଯୁବ ସାମ୍ବାଦିକ ସଙ୍ଘ ଏକ ସାମାଜିକ ସଙ୍ଗଠନ ଭାବେ ଠିଆ ହେବା ପାଇଁ ଲକ୍ଷ୍ୟ ରଖିଥିବାବେଳେ ଜିଲ୍ଲାର ବିଭିନ୍ନ ପ୍ରମୁଖ ସମସ୍ୟା ଗୁଡିକର ସମାଧାନ ଦିଗରେ କେନ୍ଦୁଝରର ସ୍ବର ହେବା ନିମନ୍ତେ ସଙ୍କଳ୍ପବଦ୍ଧ ରହିଛି । ନୂତନ ବର୍ଷର ଆଗମନ ସହିତ ସଙ୍ଘର ନୂଆ ଚିନ୍ତାଧାରା କାର୍ଯ୍ୟକାରିତା ନେଇ ସମସ୍ତ ସଦସ୍ୟ ଆଶାବାଦୀ ରହିଛନ୍ତି ।