Odiapua.com

କେନ୍ଦୁଝର: ପୁଣି ଅଲୋଡା ହେଲା ଶିଶୁ ପୁତ୍ର : ସାଧାରଣରେ ଆଲୋଡନ

କେନ୍ଦୁଝର, ୬ ଜୁନ ୨୦୨୦ (ଓଡ଼ିଆ ପୁଅ/ବିଭୂତି ଭୂଷଣ ପଟ୍ଟନାୟକ) କେନ୍ଦୁଝର ରେ ପୁଣି ଅଲୋଡା ହେଲା ଆଉ ଏକ ଶିଶୁ ପୁତ୍ର। ପ୍ରାୟତଃ ଅନେକ ସମୟରେ କନ୍ୟା ସନ୍ତାନ ଅଲୋଡା ହେବା ଘଟଣା ନଜିର ରହିଅଛି। କିନ୍ତୁ ଶିଶୁପୁତ୍ର ଅଲୋଡା ହେବା ଘଟଣା ହୁଏତ ବିଶେଷ ଦେଖିବାକୁ ମିଳି ନଥାଏ। ଯେଉଁଥି ପାଇଁ ଏହି ଘଟଣା ଅବଶ୍ୟ ଅନେକଙ୍କୁ ଆଶ୍ଚର୍ଯ୍ୟ କରୁଥିଲେ ମଧ୍ୟ ଘଟଣାଟି ନିରାଟ ସତ୍ୟ ବୋଲି ଜାଣିବାକୁ ମିଳିଛି। ଶନିବାର ଦିନ ସଦର ଥାନା ଅନ୍ତର୍ଗତ ପୋଟଳ ଗ୍ରାମ ନିକଟବର୍ତି ଜଙ୍ଗଲରେ ଏକ ସଦ୍ୟ ଜନ୍ମିତ ଶିଶୁପୁତ୍ର ଉଦ୍ଧାର ହୋଇଛି। କେହି ମା ତାର ସଦ୍ୟ ଜନ୍ମିତ ଶିଶୁପୁତ୍ର ଛାଡିଯାଇଥିବା ଜଣା ପଡିଛି। ଶିଶୁପୁତ୍ରଟିର କୁଆଁ କୁଆଁ କାନ୍ଦ ଶଦ୍ଦ ଶୁଣି ସ୍ଥାନୀୟ ଲୋକେ ତାକୁ ଉଦ୍ଧାର କରି କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି। ଯଦିଓ ଶିଶୁପୁତ୍ରଟିକୁ କିଏ ଓ କାହିଁକି ଜଙ୍ଗଲରେ ଛାଡି ଯାଇଛି ତାହା ସ୍ପଷ୍ଟ ହୋଇ ନଥିଲେ ମଧ୍ୟ ଏହା ଏକ ଅବୈଧ ସନ୍ତାନ ବୋଲି ସନ୍ଦେହ କରାଯାଉଛି। ଶିଶୁପୁତ୍ରଟି ବର୍ତ୍ତମାନ ସୁସ୍ଥ ରହିଅଛି। ଗତ ୪ ତାରିଖରେ ମଧ୍ୟ ଅନୁରୁପ ଭାବେ ସକାଳୁ ସକାଳୁ କେନ୍ଦୁଝର ସହର ମଧ୍ୟସ୍ଥିତ ସୁଲୁଆଁ ଗ୍ରାମ ନିକଟସ୍ଥ ଆମ୍ବ ତୋଟାର ଏକ ବୁଦା ବୁଦାମୂଳରୁ ଏକ ସଦ୍ୟଜାତ ଶିଶୁପୁତ୍ରର କାନ୍ଦ ଶୁଣା ଯାଇଥିଲା। ଯାହାକୁ କେହି ସକାଳୁ ସକାଳୁ ସକାଳୁ ଫୋପାଡି ଦେଇ ଚାଲି ଯାଇଥିଲା। ପ୍ରାତଃ ଭ୍ରମଣରେ ଯାଉଥିବା ଏବଂ ସ୍ଥାନୀୟ ଲୋକେ ଶିଶୁଟିର କାନ୍ଦ ଶୁଣି ତାକୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରିଥିଲେ।