କେନ୍ଦୁଝର, ୨୩ ସେପ୍ଟେମ୍ବର ୧୯ (ଓଡ଼ିଆ ପୁଅ/ବିଭୂତି ଭୂଷଣ ପଟ୍ଟନାୟକ) କେନ୍ଦୁଝର ଭଳି ଏକ ଆଦିବାସୀ ବହୁଳ ଅବିଭକ୍ତ ଜିଲ୍ଲାର ଅଧିକାଂଶ ଅଞ୍ଚଳର ଅଧିବାସୀ ବିଭିନ୍ନ ସମସ୍ୟାରେ ଯୁଝୁଥିବା ବେଳେ ଏ ଦିଗରେ ଜିଲ୍ଲା ପ୍ରଶାସନ କର୍ତ୍ତୃପକ୍ଷଙ୍କର ସାମାନ୍ୟତମ ନିଘା ନ ଥିବା ଲକ୍ଷ୍ୟ କରାଯାଉଛୁ। ସରକାର ଯୋଜନା ଉପରେ ଯୋଜନା ଘୋଷଣା କରିବା ଅନୁଦାନ ମଧ୍ୟ ଦେଉଛନ୍ତି। କିନ୍ତୁ ସରକାରଙ୍କ ସେହି ଯୋଜନା ଗୁଡିକ ବାସ୍ତବ କ୍ଷେତ୍ରରେ ହିତାଧିକାରୀଙ୍କ ନିକଟରେ ପହଞ୍ଚିପାରୁଛି କି ନାହିଁ ତଥା ହିତାଧିକାରୀମାନେ ସେ ସବୁରୁ ସୁଫଳ ପାଉଛନ୍ତି କି ନାହିଁ ତାହାର ସମୀକ୍ଷା, କ୍ଷେତ୍ର ପରିଦର୍ଶନ ପରିବର୍ତେ କେବଳ କାଗଜପତ୍ରରେ ସିମୀତ ରହୁଛି। ଏପରି କି ସଂପୃକ୍ତ ଯୋଜନା ବା କାର୍ଯ୍ୟକ୍ରମ ଗୁଡିକୁ କାର୍ଯ୍ୟକାରୀ କରିବା ଦାୟିତ୍ୱରେ ଥିବା ଅଧିକାରୀ କିମ୍ବା ଏଜେନ୍ସି ଉପରେ ଉତର ଦାୟିତ୍ୱ ଧାର୍ଯ୍ୟ କରିବାରେ ସରକାର ପଛଘୁଞ୍ଚା ଦେଉଛନ୍ତି। ଫଳରେ ସରକାରଙ୍କ ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ ପରି ଅନେକ ଲୋକାଭିମୁଖୀ କାର୍ଯ୍ୟକ୍ରମ ମାନ ଜିଲ୍ଲା ପ୍ରଶାସନର ଅପାରଗତା ତଥା ଅନାଗ୍ରହ ମନୋଭାବ ଯୋଗୁଁ ଏକ ପ୍ରକାର ଦିଗହରା ହୋଇ ପଡିଛି। ଏବଂ କେନ୍ଦୁଝର ଜିଲ୍ଲା ବିକାଶର ବିକଳ ଚିତ୍ର ପ୍ରାୟତଃ ବିଭିନ୍ନ ସମୟରେ ଲୋକଲୋଚନକୁ ଆସିବାରେ ଲାଗିଛି। କେନ୍ଦୁଝର ଜିଲ୍ଲାର ଖଣି ପ୍ରଭାବିତ ଅଞ୍ଚଳର ବିକାଶ ପାଇିଁ ରହିଥିବା ଜିଲ୍ଲା ମିନେରାଲ ଫଣ୍ଡ ପ୍ରଶାସନର ହାତ ପାଣ୍ଠି ଭାବେ ମନଇଛା ଖର୍ଚ୍ଚ କରାଯାଉଛି। ସରକାରଙ୍କ କାର୍ଯ୍ୟକ୍ରମ ମାନଙ୍କରେ ମନଇଛା ଭାବେ ଏହି ଜିଲ୍ଲା ମିନେରାଲ ଫଣ୍ଡ ଅର୍ଥକୁ ଖର୍ଚ୍ଚ କରାଯିବା ଯୋଗୁଁ ତାହାର ମୂଳ ଲକ୍ଷ୍ୟ ବିଚ୍ୟୁତ ହେବାରେ ଲାଗିଛି। ଡିଏମ୍ଏଫ େଓ୍ୟବ ସାଇଡ୍ରୁ ସବିଶେଷ ତଥ୍ୟ ମିଳି ପାରୁ ନଥିବା ବେଳେ ଆର.ଟି.ଆରେ ମଧ୍ୟ ତଥ୍ୟ ଦିଆଯିବାରେ ଟାଳଟୁଳ ନୀତି ଅବଲମ୍ବନ କରାଯାଉଥିବା ସାମାଜିକ କର୍ମୀ ମାନେ ପ୍ରକାଶ କରୁଛନ୍ତି। ଏପରିକି ତାହାର ବିରୋଧରେ ପ୍ରତିବାଦ ସତ୍ୱେ ମଧ୍ୟ କୌଣସି ସୁଫଳ ମିଳୁ ନାହିଁ। ଗ୍ରାମାଞ୍ଚଳ ଲୋକଙ୍କର ବିକାଶ ନାମରେ ଜିଲ୍ଲା ପ୍ରଶାସନର ମୁଖିଆ ଜିଲ୍ଲାର ନିର୍ଦ୍ଧିଷ୍ଟ ଏନ୍ଜିଓଙ୍କୁ ପ୍ରତି ଅହେତୁକ ଅନୁକମ୍ପା ପ୍ରଦର୍ଶନ କରି ଚାଲିଥିଲେ ମଧ୍ୟ ତାହାର ବାସ୍ତବ ସୁଫଳ ସଂପୃକ୍ତ ଅଞ୍ଚଳର ହିତାଧିକାରୀମାନେ ପାଉ ନଥିବା ଅଭିଯୋଗର ଏବଂ ପ୍ରଦର୍ଶନ ଅହେତୁକ ଅନୁକମ୍ପାର ରହସ୍ୟ ଉନ୍ମୋଚନ ହେବା ସହ ତଦନ୍ତ ହେବା ନିତ୍ୟାନ୍ତ ଆବଶ୍ୟକତା ରହିଥିବା ସପକ୍ଷରେ ଅଧିକ ମତ ପ୍ରକାଶ ପାଇଛି। ଏପରି କି ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମରେ ସରକାର ଅର୍ଥ ଖର୍ଚ୍ଚ କରୁଛନ୍ତି। କିନ୍ତୁ କେନ୍ଦୁଝର ଜିଲ୍ଲାରେ ସ୍ୱାଧିନତାର ଦୀର୍ଘବର୍ଷ ପରେ ଆଜି ବି ଅଧିକାଂଶ ଗ୍ରାମକୁ ରାସ୍ତା ନଥିବା କରାଣରୁ ଆମ୍ବୁଲାନ୍ସ ଗ୍ରାମରେ ପହଞ୍ଚି ପାରୁ ନାହିଁ। ଗୁରୁତର ରୋଗୀ କିମ୍ବା ପ୍ରସବବେଦନାରେ ଜର୍ଜରିତ ମହିଳାଙ୍କୁ ଖଟିଆ ଦୋଳା ଆଦିରେ ମାଇଲ ମାଇଲ ରାସ୍ତା ବୋହି ଆଣିବାକୁ ପଡୁଛି।
କେନ୍ଦୁଝର ଜିଲ୍ଲାରେ ପାଠ ପଢିବା ପାଇିଁ ବାଜିରେ ଲାଗିଛି କୋମଳମତି ପିଲାମାନଙ୍କର ଜୀବନ। ଉଛୁଳା ନଦୀରେ ଆହୁଲା ଡଙ୍ଗାରେ ବିପଦପୁର୍ଣ୍ଣ ଅବସ୍ଥାରେ ପାଠ ପଡିବା ପାଇିଁ ଯାତାୟତ କରୁଛନ୍ତି ତେଲକୋଇ ଅଞ୍ଚଳର କୋମଳମତି ପିଲାମାନ। ଏପଟେ ଅଙ୍ଗନଓ୍ୟାଡି କେନ୍ଦ୍ର ର ଘର ନଥିବାରୁ ଗଛମୂଳେ ଚାଲିଛି କୋମଳମତି ଶିଶୁ ମାନଙ୍କର ଭବିଷ୍ୟତ ଗଢା। ଏହା ଠାରୁ ବଳି ଲଜ୍ଜା ଜନକ ଘଟଣା ଜିଲ୍ଲାବାସୀ ତଥା ରାଜନୈତିକ ବଡ ପଣ୍ଡା ମାନଙ୍କ ପାଇିଁ ଆଉ ବା କଣ ଥାଇ ପାରେ। ଏହା ହେଉଛି ଆମ ଅଙ୍ଗନଓାଡି କେନ୍ଦ୍ରର ବାସ୍ତବ ଚିତ୍ର। ଘର ନ ଥିବାରୁ କୁନି କୁନି ପିଲା ପାଠ ପଢିବା ପାଇଁ ବାରଦୁଆର ଶୁଣ୍ଢି ପିଣ୍ଡା ହେଉଛନ୍ତି। କେତେବେଳେ ଗଛମୂଳରେ ତ ଆଉ କେତେବେଳେ ପର ବାରଣ୍ଡାରେ ଚାଲିଛି ଅଙ୍ଗନଓାଡି କେନ୍ଦ୍ର। ଦିନେ କି ଦୁଇ ଦିନ ନୁହଁ ବର୍ଷ ବର୍ଷ ଧରି ଏମିତି ଅବସ୍ଥାରେ ପିଲାମାନେ ପାଠ ପଢୁଛନ୍ତି।ଏଭଳି ନିଛକ ଚିତ୍ର ଦେଖିବାକୁ ମିଳିଛି ତେଲକୋଇ ବ୍ଲକ ପଡାଙ୍ଗ ଗାଁରେ।
ତେଲକୋଇ ବ୍ଲକରେ ରହିଛି ୨୩୧ଟି ଅଙ୍ଗନଓାଡି କେନ୍ଦ୍ର। ସେଥିମଧ୍ୟରୁ ୨୦ଟି ଗୃହକୁ ବିପଦ ସଂଙ୍କୁଳ ଘୋଷଣା କରାଯାଇଛି। ତା ମଧ୍ୟରେ ରହିଛି ପଡାଙ୍ଗ ଗାଁ ର ଅଙ୍ଗନଓାଡି କେନ୍ଦ୍ର। ଏହି କେନ୍ଦ୍ର ରେ ୪୭ ଜଣ ପିଲା ପାଠ ପଢୁଥିବା ବେଳେ ଅଙ୍ଗନଓାଡି କେନ୍ଦ୍ରଟି ବିପଦ ସଂଙ୍କୁଳ ଅବସ୍ଥାରେ ରହିଛି। ଛାତରୁ ସିମେଟଂ ପଡିବା ସହ ଛାତର ରଡ ମଧ୍ୟ ବାହାରକୁ ଦେଖାଯାଉଛି। ବର୍ଷା ହେଲେ ଘରଭିତରେ ପାଣିର ସୁଅ ଛୁଟୁଛି। ପ୍ରଶାସନ ପକ୍ଷରୁ ୪ ବର୍ଷ ପୂର୍ବରୁ ଘରକୁ ବିପଦ ସଂଙ୍କୁଳ ଘୋଷଣା କରାଯାଇଛି। ତେବେ ପାଠ ପଢିବାକୁ ଅନ୍ୟ କୈାଣସି ବ୍ୟବସ୍ଥା କରାଯାଇ ନଥିବାରୁ ବର୍ଷ ବର୍ଷ ଧରି କୋମଳମତି ପିଲାମାନେ କେତେବେଳେ ଗଛ ମୂଳରେ ତ ଆଉ କେତେବେଳେ ପର ବାରଣ୍ଡାରେ ନିଜର ଭବିଷ୍ୟତ ଗଢୁଛନ୍ତି। ଏନେଇ ଅଭିଭାବକ ଓ ଗ୍ରାମବାସୀ ମହିଳା ଓ ଶିଶୁବିକାଶ ପ୍ରକଳ୍ପ ଅଧିକାରୀଣୀ ଙ୍କୁ ବାରମ୍ବାର ଅଭିଯୋଗ କରାଯାଇଥିଲେ ମଧ୍ୟ କିଛି ସୁଫଳ ମିଳିପାରିନଥିବା କହିଛନ୍ତି ହରେକୃଷ୍ଣ ମହାକୁଡ, ପଦ୍ମିନୀ ନାୟକ ପ୍ରମୁଖ ଅଭିଭାବକମାନେ। ସରକାର ମହିଳା ଓ ଶିଶୁଙ୍କ ବିକାଶ ପାଇଁ ଯୋଜନା କରୁଛନ୍ତି ହେଲେ ତା ପାଇଁ ସେତିକି ଭିତିଭୂମି ତିଆରି କରୁ ନାହାଁନ୍ତି ଫଳରେ ବାରମ୍ବାର ବିକାଶରଏଭଳି ବିକଳ ଚିତ୍ରମାନ ସମ୍ମୁଖକୁ କୁ ଆସିବାରେ ଲାଗିଛି।