Odiapua.com

କେନ୍ଦୁଝର ଜିଲ୍ଲାରେ ୧କରୋନା ଯୋଦ୍ଧାଙ୍କ ସହ ୩ ପଜିଟିଭ : କଡାକଡି ହେଲା କଟକଣା

କେନ୍ଦୁଝର, ୧୨ ଜୁଲାଇ (ଓଡ଼ିଆ ପୁଅ/ବିଭୂତି ଭୂଷଣ ପଟ୍ଟନାୟକ) କେନ୍ଦୁଝର ଜିଲ୍ଲାରେ ଆଜି ରବିବାର ଦିନ ୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ଯାହାଙ୍କ ମଧ୍ୟରେ ୧ ଜଣ କରୋନା ଯୋଦ୍ଧାଙ୍କ ସହ ୨ ଜଣ ସ୍ଥାନୀୟ ସଂକ୍ରମଣ ରହିଛନ୍ତି। ଏବଂ ବର୍ତମାନ ସୁଦ୍ଧା ରହିଥିବା କଟକଣାକୁ ଅଧିକ କଡାକଡି କରାଯାଇଥିବା ଜିଲ୍ଲାପାଳ ଆଶିଷ ଠାକରେ ସୂଚନା ଦେଇଛନ୍ତି। କେନ୍ଦୁଝର ଜିଲ୍ଲାରେ ରବିବାର ଦିନ ଚିହ୍ନଟ ହୋଇଥିବା ଜଣେ କରୋନା ଯୋଦ୍ଧାଙ୍କୁ ମିଶାଇ ଜିଲ୍ଲାରେ ଅଦ୍ୟବଧି କରୋନା ଯୋଦ୍ଧାଙ୍କ ସଂଖ୍ୟା ୪ କୁ ବୃଦ୍ଧି ପାଇଛି। ଏବଂ ଅନ୍ୟ ଦୁଇଜଣ ସ୍ଥାନୀୟ ସଂକ୍ରମଣ। ଏହି ଦୁଇଜଣ କବିତ୍ରା ଗ୍ରାମ ଅଞ୍ଚଳର ଏବଂ ପୂର୍ବ କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ସୂଚନା ଦିଆଯାଇଛି। ରବିବାର ଦିନ ଜଣେ କରୋନା ଯୋଦ୍ଧା ଚିହ୍ନଟ ହେବା ସହ ତାଙ୍କ ବିଭାଗକୁ ସିଲ କରାଯାଇ ବିଶୋଧନ କରାଯିବା ପ୍ରକ୍ରିୟା ଆରମ୍ଭ କରାଯିବା ସହ ତାଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କ ଚିହ୍ନଟ ପ୍ରକ୍ରିୟା ମଧ୍ୟ ଆରମ୍ଭ କରାଯାଇଥିବା ଜିଲ୍ଲାପାଳ ଠାକରେ ସୂଚନା ଦେଇଥିଲେ। ଅଦ୍ୟବଧି ଜିଲ୍ଲାରେ ଚିହ୍ନଟ ହୋଇଥିବା ୪ କରୋନା ଯୋଦ୍ଧାଙ୍କ ମଧ୍ୟରେ ଜଣେ ଝୁମ୍ପୁରା ଅଞ୍ଚଳରେ ହୋଇଥିବା ବେଳେ ଅନ୍ୟ ୩ ଜଣ ଜିଲ୍ଲା ମୁଖ୍ୟାଳୟର ହୋଇଥିବା ଜଣା ପଡିଛି। ଯଦିଓ ଅଦ୍ୟବଧି ଜିଲ୍ଲା ମୁଖ୍ୟାଳୟ ହସ୍‌ପିଟାଲ ରେ ଜଣେ ହେଲେ କରୋନା ରୋଗା ଚିହ୍ନଟ ହୋଇନାହାଁନ୍ତି। ଏଭଳି ଜିଲ୍ଲାରେ କରୋନା ଯୋଦ୍ଧା ମାନଙ୍କର ପଜିଟିଭ ଚିହ୍ନଟ ରୋଗୀମାନଙ୍କ ମଧ୍ୟରେ ସ୍ୱଭାବିକ ଭାବେ ଭୟର ବାତା ବରଣ ସୃଷ୍ଟି ହୋଇଛି।

ଅନ୍ୟ ପକ୍ଷରେ କେନ୍ଦୁଝର ବଜାରରେ ବ୍ୟବସାୟ ପ୍ରତିଷ୍ଠାନ ଖୋଲିବ ଓ ବନ୍ଦ କରିବାକୁ ନେଇ ରହିଥିବା କଟକଣାରେ ପରିବର୍ତ୍ତନ କରାଯାଇଥିବା ଜିଲ୍ଲାପାଳ ଠାକରେ ସୂଚନା ଦେଇଛନ୍ତି। ଏହି କଟକଣା ପରିବର୍ତ୍ତନନୁଶାରେ ଅତ୍ୟାବଶ୍ୟକ ସାମଗ୍ରୀ ର ବ୍ୟବସାୟ ପ୍ରତିଷ୍ଠାନ ଯଥା ପେଟୋଲ ପମ୍ପ, ଔଷଧ ଦୋକାନ, ଗ୍ରୋସରୀ ଦୋକାନ, କ୍ଷୀର ଦୋକାନ ଆଦି କୁ ଛାଡି ଅନ୍ୟ ବ୍ୟବସାୟ ପ୍ରତିଷ୍ଠାନ ଗୁଡିକ ଦିନ ୨ ଟା ପର୍ଯ୍ୟନ୍ତ ଖୋଲା ରହିବ। ଏହା ଛଡା କଂପ୍ଳେକ୍ସରେ ରହିଥିବା ଦୁଇଟି ଦୋକାନ ହିଁ ମାତ୍ର ଖୋଲା ରହିପାରିବ। ଏହା ଛଡା ବିନା ମାସ୍କ ରେ ଏବଂ ବିନା କାମରେ ଘରୁ ବାହାରିବା ଉପରେ କଡା ରୋକ ଲଗାଯାଇଛି। ଏହାକୁ ଉଲଘଂନ କଲେ ଦୃଢ କାର୍ଯ୍ୟାନୁଷ୍ଠାନର ଚେତାବନୀ ଦିଆଯାଇଛି।