Odiapua.com

କେନ୍ଦୁଝର ଜିଲ୍ଲାରେ ବାର୍ଷିକ ୧୦୦ କୋଟିର ଲଘୁଖଣିଜ ସଂପଦ ଚୋରୀ : କରୋନା କଟକଣା ମାଫିଆଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ ପାଲଟିଛି : ସଙ୍କଟରେ ପର୍ଯ୍ୟଟନସ୍ଥଳୀ ସହ ଜଙ୍ଗଲ, ପରିବେଶ ଓ ବନ୍ୟ ଜୀବଜନ୍ତୁ

କେନ୍ଦୁଝର ୨୦ ଜୁଲାଇ (ଓଡ଼ିଆ ପୁଅ/ବିଭୂତି ଭୂଷଣ ପଟ୍ଟନାୟକ) କେନ୍ଦୁଝର ଜିଲାରେ କରୋନା କଟକଣା ଯେଭଳି ଖଣି ମାଫିଆଙ୍କ ପାଇିଁ ସୁବର୍ଣ୍ଣ ସୁଯୋଗ ସୃଷ୍ଟିକରିଛି। ଜିଲ୍ଲାରେ ବେଆଇନ ଲୁହା ପଥର ଚାଲାଣ ଉପରେ ଅଙ୍କୁଶ ଲଗାଇବାରେ ପ୍ରଶାସନ ଅଦ୍ୟବଧି ସଫଳ ହୋଇ ପାରି ନଥିବା ବେଳେ ଏବେ ପଥର ଖଣି ଉପରେ ଖଣି ମାଫିଆଙ୍କର ଲୋଲୁପ ଦୃଷ୍ଟି ପଡିଛି। ଯେଉଁଥିପାଇିଁ ଜିଲ୍ଲାର କେତେକ ଅଞ୍ଚଳରେ ବ୍ୟାପକ ପରିମାଣର ଜଙ୍ଗଲ ନଷ୍ଟ ସହ ପରିବେଶ ଉପରେ କୁପ୍ରଭାବ ପଡୁଛି। ଏବଂ ପର୍ଯ୍ୟଟନ ସ୍ଥଳୀ ଗୁଡିକର ସଂକଟ ଦିନକୁ ଦିନ ବଢିବାରେ ଲାଗିଛି  ା ଏହାର ଜ୍ୱଳନ୍ତ ଉଦାହରଣ ପାଲଟିଛି ଘଟଗାଁ ତହସିଲ ଅନ୍ତର୍ଗତ ଗୋପାଳପୁର ଓ କାନଝରୀ ଜଳସେଚନପ୍ରକଳ୍ପ ଅଂଚଳ ତଥା। ଏହି ଅଞ୍ଚଳରେ ବ୍ୟାପକ ଭାବେ ବେଆଇନ ପଥର ଖନନ ଓ ଚାଲାଣ ସହ କ୍ରସର ଚାଲିଛି। ଯେଉଁଥପାଇିଁ ସମଗ୍ର ଅଂଚଳର ଜଙ୍ଗଲ ଓ ପରିବେଶ କ୍ଷତିଗ୍ରସ୍ତ ହେବା ସହ ଏହି କାନଝାରୀ ଜଳପ୍ରକଳ୍ପ ତଥା ପର୍ଯ୍ୟଟନ ସ୍ଥଳୀ ପାଇିଁ ବିପଦ ସୃଷ୍ଟି ହୋଇଛି। କିନ୍ତୁ ଆଶ୍ଚର୍ଯ୍ୟଜନକ ଭାବେ ଏଦିଗରେ ରାଜସ୍ୱ, ବନ ବିଭାଗ ସବୁ ଦେଖି ଓ ଜାଣି କେବଳ ନୀରବଦ୍ରଷ୍ଟା ହିଁ ସାଜିଛନ୍ତି। ଅନ୍ୟ ପକ୍ଷରେ ଜିଲ୍ଲା ପ୍ରଶାସନର ମୁଖିଆଙ୍କର ମଧ୍ୟ ଏଦିଗରେ କୌଣସି ଆଗ୍ରହ ପ୍ରକାଶ ନପାଇବା କେନ୍ଦୁଝରବାସୀଙ୍କୁ ସ୍ୱଭାବିକ ଭାବେ ଗଭୀର ଭାବରେ ବ୍ୟଥିତ କରିଛି। କରୋନା କଟକଣା ଆଳରେ କେତେକ ଗୁରୁତ୍ୱପୁର୍ଣ୍ଣ ବିଭାଗ ଏକ ପ୍ରକାର ଗଭୀର ନିଦ୍ରାରେ ଯାଇଥିବାରୁ ତାହା ଖଣି ମାଫିଆଙ୍କୁ ବେଶ ସୁହାଉଅଛି। ମାଫିଆମାନେ ଦୀର୍ଘବର୍ଷ ଧରି ବିନା ଲିଜ୍‌ରେ ମନଇଚ୍ଛା ଲଘୁଖଣିଜ ସମ୍ପଦ ଲୁଟି ଚାଲିଛନ୍ତି। କାନଝରୀ ଜଳଭଣ୍ଡାର ଆଖପାଖ ଅଂଚଳରେ ବେଆଇନ ଭାବେ ଏକାଧିକ କ୍ରସର ଓ ପଥର ଖଣି ଚାଲିଥିବାରୁ ଡ୍ୟାମ ପ୍ରତି ସ୍ଫଷ୍ଟ ବିପଦ ସୃଷ୍ଟି ହୋଇଥିବା ବେଳେ ଜଳପ୍ରଦୂଷଣ ମଧ୍ୟ ବଢୁଛି। ବ୍ୟାପକ ପଥର ଲୁଟ ଯୋଗୁଁ ଆଖପାଖ ଗ୍ରାମର ଲୋକ ମାନେ ତଥା ଜଙ୍ଗଲରେ ରହୁଥିବା ହାତୀ ଓ ଅନ୍ୟ ବନ୍ୟପ୍ରାଣୀ କ୍ଷତିଗ୍ରସ୍ତ ହେଉଥିବାରୁ ପରିବେଶବିତ୍‌ମାନେ ଘୋର ଉଦ୍‌ବେଗ ପ୍ରକାଶ କରିଛନ୍ତି। ସେହିପରି ଗୋପାଳପୁର ସଂରକ୍ଷିତ ତଥା ଆଖପାଖ ରାଜସ୍ୱ ଜଙ୍ଗଲ, କାନଝରୀ ଜଳଭଣ୍ଡାର ଆଖପାଖରେ ବହୁ ସ୍ଥାନରେ ବ୍ୟାପକ ଜଙ୍ଗଲ ଓ ପରିବେଶ ନଷ୍ଟ କରି ପଥର ଖୋଳାଯାଉଥିଲେ ହେଁ ଏ ନେଇ ଅଭିଯୋଗ ପରେ ମଧ୍ୟ ରାଜସ୍ୱ କିମ୍ବା ବନ ବିଭାଗର ନିଦ୍ରା ଭଙ୍ଗ ହେଉ ନଥିବା ସିଧାସଳଖ ଅଭିଯୋଗ ହେଉଛି। କ୍ରସର ଗୁଣ୍ଡ ଯୋଗୁଁ ଜଙ୍ଗଲର ଡାଳପତ୍ର ଉପରେ ଧୂଳିଧୂଆଁ ଜମା ହେଉଥିବାରୁ ଏହି ଦୂଷିତ ଡାଳପତ୍ର ଗୋରୁଗାଇ, ଛେଳି ଆଦି ଗୃହପାଳିତ ପଶୁ ସହ ବନ୍ୟପ୍ରାଣୀ ଖାଇ ରୋଗଗ୍ରସ୍ତ ହୋଇ ମୃତାହତ ହେଉଥିବା ବେଳେ ସ୍ଥାନୀୟ ଲୋକମାନେ ଡାଳପତ୍ର କିମ୍ବା ଦାନ୍ତକାଠି ମଧ୍ୟ ଜଙ୍ଗଲରୁ ପାଉନଥିବାରୁ ସେମାନଙ୍କ ଜୀବନ ଜିବୀକା ସଂକଟରେ ପଡିଛି। ଏବଂ ପଥର ଖନନ ଯୋଗୁଁ ସୃଷ୍ଟି ହୋଇଥିବା ବଡ ବଡ ଖାଲ ଜୀବଜନ୍ତୁ, ମଣିଷ ତଥା ଗୃହପାଳିତ ପଶୁମାନଙ୍କ ପାଇଁ ବିପଦର କାରଣ ହେଉଛି। ବେଆଇନ ଚାଲାଣ ବିରୋଧରେ କାର୍ଯ୍ୟନୁଷ୍ଠାନ ହେଉନଥିବାରୁ ଚୋରୀ ଦିନକୁ ଦିନ ବଢିବାରେ ଲାଗିଛି। କେନ୍ଦୁଝର ଜିଲ୍ଲାରେ ନୂତନ ସଇରାତ ଉତ୍ସ ଗୁଡିକ ଚିହ୍ନଟ କରାଯାଉନଥିବାରୁ କୋଟି କୋଟି ଟଙ୍କାର ରାଜସ୍ୱ ହାନୀ ହେଉଛି। କେନ୍ଦୁଝରରେ ବର୍ଷକୁ ପ୍ରାୟ ୧୦୦ କୋଟି ଟଙ୍କାର ଲଘୁ ଖଣିଜ ସମ୍ପଦ ଚୋରୀ ହେଉଥିବାବେଳେ ଏନଫୋର୍ସମେଟଂଣ୍ଟ ବ୍ୟବସ୍ଥାକୁ କଡାକଡି କରିବାକୁ ଦାବି ହୋଇଛି। ଜିଲ୍ଲାପାଳ, ଆରକ୍ଷୀ ଅଧିକ୍ଷକ ଏବଂ କେନ୍ଦୁଝର ଡିଏଫଓ ଏ ଦିଗରେ ପଦକ୍ଷେପ ନେବାକୁ ଦାବି ହୋଇଛି। ରାଜ୍ୟ ସରକାର ଲଘୁ ଖଣିଜ ସମ୍ପଦର ସୁପରିଚାଳନା ପାଇଁ ଲଘୁ ଖଣିଜ ନିର୍ଦ୍ଦେଶାଳୟ ଗଠନ କରିଛନ୍ତି। ଚୋରୀ ରୋକିବା ପାଇଁ କେନ୍ଦୁଝର ଏବଂ ଘଟଗାଁ ତହସିଲ ଅଞ୍ଚଳରେ ଓ ଆଇଏସଏଫ ମୃତୟନ କରି ବେଆଇନ ଖଣି କାରବାର କରୁଥିବା ବ୍ୟକ୍ତି, କ୍ରସର ମାଲିକଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ ସହ ଏନେଇ ପୋଲିସ, ରାଜସ୍ୱ ଓ ବନ ବିଭାଗ ପକ୍ଷରୁ ମିଳିତ ଭାବରେ ଚଢାଉ କରାଗଲେ ବହୁ ଦୁର୍ନିତି ପଦାକୁ ଆସିପାରିବ ବୋଲି ମତ ପ୍ରକାଶ ପାଉଛି।