Odiapua.com

କେନ୍ଦୁଝର ଜିଲ୍ଲାରେ ପ୍ରଥମଥର ୨ କରୋନା ଯୋଦ୍ଧାଙ୍କ ସହ ୪୮ ପଜିଟିଭ : ଆକ୍ରାନ୍ତ ସଂଖ୍ୟା ୨୪୬କୁ ବୃଦ୍ଧି : ଆକ୍ଟିଭ କେଶ୍‌ ୧୧୧

କେନ୍ଦୁଝର, ୯ ଜୁଲାଇ (ଓଡ଼ିଆ ପୁଅ/ବିଭୂତି ଭୂଷଣ ପଟ୍ଟନାୟକ) କେନ୍ଦୁଝର ଜିଲ୍ଲାରେ ପ୍ରଥମଥର ପାଇଁ ଗୁରୁବାର ଦିନ ଦୁଇଜଣ କରୋନା ଯୋଦ୍ଧାଙ୍କ ସହ ଗୋଟିଏ ଦିନରେ ୪୮ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗୁରୁବାର ଦିନ ଚିହ୍ନଟ ହୋଇଥିବା ଏହି ୪୮ ଆକ୍ରାନ୍ତଙ୍କ ମଧ୍ୟରେ ୩୪ ଜଣ ବଡବିଲ ମ୍ୟୁନିସପାଲଟିର ସ୍ଥାନୀୟ ସଂକ୍ରମିତ ବ୍ୟକ୍ତି ବିଶେଷ। ସେମାନେ ସମସ୍ତେ ପୂର୍ବତନ ୧୧ ଆକ୍ରାନ୍ତଙ୍କ ସହ ସଂସ୍ପର୍ଷରେ ଆସିଥିବା ଜିଲ୍ଲାପାଳ ଆଶିଷ ଠାକରେ ସୂଚନା ଦେଇଛନ୍ତି। ଅବଶିଷ୍ଟ ଆକ୍ରାନ୍ତଙ୍କ ମଧ୍ୟରୁ ୨ ଜଣ ଚିକିତ୍ସା ପାଇଁ ଭୁବନେଶ୍ୱର ଯାଇଥିବା ବେଳେ ବ୍ୟବସ୍ଥାନୁସାରେ ସେଠାରେ ଚିକିତ୍ସା ପୂର୍ବରୁ କୋଭିଡ ପରୀକ୍ଷା ସମୟରେ ସେମାନଙ୍କ ଠାରେ କରୋନା ପଜିଟିଭ ଚିହ୍ନଟ ହୋଇଛି। ଏବଂ ୨ ଜଣ ଆକ୍ରାନ୍ତ କରୋନା ଯୋଦ୍ଧା ଓ ୧୦ ଜଣ କ୍ୱାରେଣ୍ଟାଇନ୍‌ କେନ୍ଦ୍ରରୁ ଚିହ୍ନଟ ହୋଇଛନ୍ତି। ଗୁରୁବାର ଦିନ ଝୁମ୍ପୁରା ଓ ସଦର ବ୍ଳକ ଅଞ୍ଚଳରେ ଦୁଇ କରୋନା ଯୋଦ୍ଧା ଚିହ୍ନଟ ହେବା ପରେ ସେହି ଦୁଇ ପଞ୍ଚାୟତ ର କିଛି ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି। ଏବଂ ଅନ୍ୟ ଆକ୍ରାନ୍ତ ୧୦ ଜଣ ଜିଲ୍ଲାର ଝୁମ୍ପୁରା ବ୍ଳକ ସହ ପାଟଣା ବ୍ଳକ ଓ ଘଷିପୁରା ବ୍ଳକ ର ଅସ୍ଥାୟୀ ମେଡିକାଲ କ୍ୟରେଟାଂଇନ କେନ୍ଦ୍ରରୁ ଚିହ୍ନଟ ହୋଇଛନ୍ତି। ଫଳରେ ଜିଲ୍ଲାରେ ଗୁରୁବାର ସୁଦ୍ଧା ଆକ୍ରାନ୍ତଙ୍କ ସଂଖ୍ୟା ୨୪୬ କୁ ବୃଦ୍ଧି ପାଇଥିବା ବେଳେ ୧୩୫ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏବଂ ଆକ୍ଟିଭ କେଶ ୧୧୧ ରହିଛି। ଶେଷ ଖବର ସୁଦ୍ଧା ଗୁରୁବାର ଦିନ ୧୦ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ଶୁଭ ଖବର ମିଳିଛି।। ପ୍ରାୟତଃ ଜିଲ୍ଲାରେ ଅଧିକାଂଶ ପଜିଟିଭ କେଶ ଅସ୍ଥାୟୀ ମେଡିକାଲ କ୍ୟୁରେଟାଂଇ କେନ୍ଦ୍ରରୁ ଚିହ୍ନଟ ହେଉଥିବା ଦୃଷ୍ଟିରୁ ଜିଲ୍ଲାର ସମସ୍ତ କ୍ୟୁରେଟାଂଇନ କେନ୍ଦ୍ର ଉପରେ ଅଧିକା ଦୃଷ୍ଟି ରଖିବାର ଆବଶ୍ୟକତା ରହିଥିବା ମତ ପ୍ରକାଶ ପାଇଛି। ଯଦ୍ୱାର କରୋନା ସଂକ୍ରମଣରେ ହୁଏତ କିଛି ପରିମାଣରେ ଅଙ୍କୁଶ ଲାଗିପାରିବ ବୋଲି କୁହାଯାଉଛି। ଇତି ମଧ୍ୟରେ କରୋନା ଯୋଦ୍ଧା କରୋନା ଆକ୍ରାନ୍ତ ଚିହ୍ନଟ ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ସ୍ତ୍ରୀ ଓ ପ୍ରସୂତି ବିଭାଗ ସମଗ୍ର ଅଞ୍ଚଳକୁ ସାଇଟାଇଜେସନ୍ କରାଯିବା ସହ କିଛି ଅଂଶକୁ ସିଲ କରିଦିଆଯାଇଛି।ଏବଂ ଅପରେସନ୍ ଆଦି କୁ ଅନ୍ୟତ୍ର ସ୍ଥାନାନ୍ତରିତ କରାଯାଇଛି। ଅନ୍ୟ ପକ୍ଷରେ କୋଭିଡ ହସ୍‌ପିଟାଲ ରେ ଚିକିତ୍ସିତ ଥିବା ବଡବିଲ ଅଞ୍ଚଳର ଦୁଇଜଣ କରୋନା ଆକ୍ରାନ୍ତ ହସ୍‌ପିଟାଲ ଭିତରର ଫୋଟ ଉତୋଳନ କରି ଫେସବୁକ ଓ ହ୍ୱାଟସଅପ୍‌ରେ ଭାଇରାଲ କରିବା ଘଟଣାରେ ସେମାନଙ୍କ ବିରୁଦ୍ଧରେ ମାମଲା ରୁଜୁ କରାଯାଇଛି। ଏବଂ କରୋନା ନିୟମକୁ ଖୋଲା ଖୋଲି ଉଲଘଂନ କରିବା ଓ ମାସ୍କ ନ ପିନ୍ଧିବା ଅଭିଯୋଗରେ ଜିଲ୍ଲା ମଧ୍ୟରେ ଗତ ସାତ ଦିନ ମଧ୍ୟରେ ଜରିମାନା ବବଦକୁ ୧୬ ଲକ୍ଷ ଟଙ୍କା ଆଦାୟ କରାଯାଇଥିବା ଜିଲ୍ଲାପାଳ ଠାକ୍‌ରେ ସୂଚନା ଦେଇଛନ୍ତି। ନିତ୍ୟାନ୍ତ ଆବଶ୍ୟକ ନ ଥିଲେ ଘରୁ ନବାହାରିବାକୁ ଏବଂ ବାହାରିଲା ବେଳେ ନିଜ ସହ ଅନ୍ୟକୁ ସୁରକ୍ଷା ରଖିବାକୁ ମାସ୍କ ନିଶ୍ଚୟ ପିନ୍ଧିବା ସହ ସାମାଜିକ ଦୂରତା ରକ୍ଷା ଉପରେ ଗୁରୁତ୍ୱ ଦେବାକୁ ଜିଲ୍ଲାପାଳ ଠାକରେ ପରାମର୍ଶ ଦେଇଛନ୍ତି।