Odiapua.com

କେନ୍ଦୁଝର ଜିଲ୍ଲାରେ ପୁଣି ୨୫ କରୋନା ସଂକ୍ରାମିତ ଚିହ୍ନଟ : ଆକ୍ରାନ୍ତଙ୍କ ସଂଖ୍ୟା ୧୮୨କୁ ବୃଦ୍ଧି :ସୁସ୍ଥ ହେଲେ ୧୦୭ : ଆକ୍ଟିଭ କେସ୍ ୭୫

କେନ୍ଦୁଝର, ୫ ଜୁଲାଇ (ଓଡ଼ିଆ ପୁଅ/ବିଭୂତି ଭୂଷଣ ପଟ୍ଟନାୟକ) କେନ୍ଦୁଝର ଜିଲ୍ଲାରେ ଆଜି ରବିବାର ଦିନ ପୁଣି ୨୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତ ୨୪ ଘଣ୍ଟା ମଧ୍ୟରେ ରବିବାର ଦିନ ସକାଳ ୯ ଟା ସୁଦ୍ଧା ଦ୍ୱିତୀୟ ଥର ପାଇଁ ଏତେ ଅଧିକ ସଂଖ୍ୟକ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଗତ ରବିବାର ୨୮ ତାରିଖ ଦିନ ପ୍ରଥମ ଥର ପାଇଁ ୨୫ ଜଣ କରୋନା ଆକ୍ରନ୍ତ ଚିହ୍ନଟ ହୋଇଥିଲେ। ଆଜି ରବିବାର ଦ୍ୱିତୀୟ ଥର ଚିହ୍ନଟ ହୋଇଥିବା ଏହି ୨୫ ଜଣଙ୍କ ମଧ୍ୟରୁ ୮ ଜଣ ମହାରାଷ୍ଟ୍ରରୁ ଫେରିଥିବା ବେଳେ ୪ ଜଣ ଦିଲ୍ଲୀରୁ, ୧ ଜଣ କେରଳରୁ ଏବଂ ଉତ୍ତରପ୍ରଦେଶରୁ ୧ ଜଣ ଫେରିଥିଲେ। ଏବଂ ଅନ୍ୟ ଆକ୍ରାନ୍ତ ୧୧ ଜଣ ସ୍ଥାନୀୟ ସଂକ୍ରମଣ ଏବଂ ଏମାନେ ସମସ୍ତେ ବଡବିଲ ଅଞ୍ଚଳର ଅଟନ୍ତି। ସେମାନେ ଭୁବନେଶ୍ୱରରୁ ଆସ ଫେରି ଯାଇିଥିବା ବିଜେପି ଦଳର ଜଣେ ଅମାନିଆ ନେତାଙ୍କ ସଂସ୍ପର୍ଶରେ ଆସିଥିବାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ବଡବିଲ ଅଞ୍ଚଳରେ ଚିହ୍ନଟ ସଂପୃକ୍ତ ଆକ୍ରନ୍ତ ମାନଙ୍କର କଣ୍ଟାକ୍ଟା ଟ୍ରେସିଙ୍ଗ ଚାଲିଥିବା ଜିଲ୍ଲାପାଳ ଆଶିଷ ଠାକରେ ସୂଚନା ଦେଇଛନ୍ତି। ପ୍ରବାସୀ ୧୪ ଜଣ ସମସ୍ତ ଆକ୍ରାନ୍ତ ଘଟଗାଁ ବ୍ଳକ, ହରିଚନ୍ଦନପୁର ବ୍ଳକ, ହାଟଡିହୀ ବ୍ଳକ, ପାଟଣା ବ୍ଳକ, କେନ୍ଦୁଝର ସଦର ବ୍ଳକ ଅସ୍ଥାୟୀ ମେଡିକାଲ କ୍ୱାରେଣ୍ଟାଇରେ ରହିଥିବା ପ୍ରଶାସନ ପକ୍ଷରୁ ସୂଚନା ଦିଆ ଯାଇଛି। ସମସ୍ତ ଆକ୍ରାନ୍ତମାନଙ୍କୁ କୋଭିଡ ହସ୍‌ପିଟାଲକୁ ପଠାଇ ଦିଆଯାଇଛି। ଶେଷ ଖବର ସୁଦ୍ଧା ଆଜି ରବିବାର ୬ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଫଳରେ ଆଜି ରବିବାର ସୁଦ୍ଧା ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୮୨ ରେ ପହଞ୍ଚିଥିବା ବେଳେ ୧୦୭ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏବଂ ବର୍ତ୍ତମାନ ଜିଲ୍ଲାରେ ୭୫ ଟି ଆକ୍ଟିଭ କେସ୍ ରହିଛି।

ଇତି ମଧ୍ୟରେ ବଡବିଲ ଅଞ୍ଚଳରେ ପ୍ରଥମଥର ୧୧ କରୋନା ପଜିଟିଭ ଚିହ୍ନଟ ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ସେଠାରେ ୭ ଦିନ ପାଇିଁ ସଟ୍ ଡାଉନ ଘୋଷଣା କରାଯାଇଥିବା ବେଳେ ମେଡିସିନ, ପେଟ୍ରୋଲ ପମ୍ପ, ଦୁଗ୍ଧ ଆଦି ଅତ୍ୟାବଶ୍ୟକ ଜିନିଷକୁ ବନ୍ଦରୁ ବାଦ ଦିଆଯାଇଥିଲେ ମଧ୍ୟ ଗୁଡସ୍ ପରିବହନକୁ ଅନୁମତି ଥିବା ଜିଲ୍ଲାପାଳ କହିଛନ୍ତି। କିନ୍ତୁ ଏହିସମୟ ମଧ୍ୟରେ ଖଣି କାର୍ଯ୍ୟକଳାପ ଚାଲିବା ଏବଂ ଖଣିଜ ପରିବହନ ସଂପର୍କରେ ନର୍ଦ୍ଧିଷ୍ଟ ଭାବେ କିଛି କହି ନଥିଲେ। ଚଳିତ ଜୁଲାଇ ମାସର ପ୍ରତ୍ୟେକ ଶନିବାର ଓ ରବିବାର ଦୁଇଦିନ ସଟ୍ ଡାଉନ ଘୋଷଣା କରାଯାଇସାରିଛି।