Odiapua.com

କେନ୍ଦୁଝର ଜିଲ୍ଲାରେ ପୁଣି ୧ ଜଣ କରୋନା ପଜିଟିଭ ଚିହ୍ନଟ : ସଂଖ୍ୟା ୧୨କୁ ବୃଦ୍ଧି : ସୁସ୍ଥ ହେଲେ ୪ ପଜିଟିଭ

କେନ୍ଦୁଝର, ୨୫ ମେ (ଓଡ଼ିଆ ପୁଅ/ବିଭୂତି ଭୂଷଣ ପଟ୍ଟନାୟକ) କେନ୍ଦୁଝର ଜିଲ୍ଲାରେ ସୋମବାର ଦିନ ପୁଣି ଜଣେ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଫଳରେ ବର୍ତ୍ତମାନ ଜିଲ୍ଲାରେ ସର୍ବମୋଟ କରୋନା ପଜିଟିଭଙ୍କ ସଂଖ୍ୟା ୧୨ କୁ ବୃଦ୍ଧି ପାଇଥିବା ବେଳେ ଇତି ମଧ୍ୟରେ ୪ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ଏବଂ ବର୍ତ୍ତମାନ ଜିଲ୍ଲାରେ ସକ୍ରିୟ କରୋନା ପଜିଟିଭଙ୍କ ସଂଖ୍ୟା ୮ ରହିଛି ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି। ସୋମବାର ଦିନ ଚିହ୍ନଟ ହୋଇଥିବା ପଜିଟିଭ ଜଣଙ୍କ ଚମ୍ପୁଆ ଅଞ୍ଚଳର ବୋଲି ଜଣା ପଡିଛି। ଚିହ୍ନଟ ହୋଇଥିବା ଏହି ପଜିଟିଭ ଜଣଙ୍କ ଚମ୍ପୁଆ ଏନ. ଏ. ସି. ଅନ୍ତର୍ଗତ ୭ ନମ୍ବର ୱାର୍ଡରେ ଆଦର୍ଶ ବିଦ୍ୟାଳୟ, ଚମ୍ପୁଆ ବାଳିକା ବିଦ୍ୟାଳୟ ହଷ୍ଟେଲରେ ସ୍ଥାପିତ ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଥିବା ବେଳେ ଚିହ୍ନଟ ହୋଇଥିଲେ। ମୁମ୍ବାଇରୁ ଫେରିଥିଲେ ଏବଂ ଫେରିବା ପରଠାରୁ ସେ କ୍ୱାରେଟାଂଇନ କେନ୍ଦ୍ରର ଅସ୍ଥାୟୀ ମେଡିକାଲ କେନ୍ଦ୍ରରେ ରହିଥିଲେ ବୋଲି ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ଏଥିପାଇଁ ଆତଙ୍କିତ ନ ହେବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି। କିନ୍ତୁ କରୋନା ପଜିଟିଭ ଜଣଙ୍କ ଚିହ୍ନଟ ହୋଇଥିବା ଅଞ୍ଚଳଟି ବହୁ ଜନ ବହୁଳ ଅଞ୍ଚଳ ହୋଇଥିବା ଦୃଷ୍ଟିରୁ କଣ୍ଟେନମେଣ୍ଟ ଜୋନ ଭାବେ ଜିଲ୍ଲା ପ୍ରଶାସନ ପକ୍ଷରୁ ଘୋଷଣା କରା ଯାଇଛି। ଯାହା ମଧ୍ୟରେ ଚମ୍ପୁଆ ଏନ. ଏ. ସି. ର ୭ ନମ୍ବର ୱାର୍ଡର ଆଦର୍ଶ ବିଦ୍ୟାଳୟ ଚମ୍ପୁଆ, ବାଳିକା ହଷ୍ଟେଲ, ଚମ୍ପୁଆ ୟୁନିଟର ୪ ନମ୍ବର ବାଉଣ୍ଡରୀ ସୀମା ର ୩୦୦ ମିଟର ବ୍ୟାସର୍ଦ୍ଧ ଅଞ୍ଚଳ ରହିଛି ଏବଂ ଜିଲ୍ଲା ପ୍ରଶାସନ ପକ୍ଷରୁ ଓଡିଶା ଆଦର୍ଶ ବିଦ୍ୟାଳୟ ପୂର୍ବ, ପଶ୍ଚିମ, ଉତ୍ତର ଏବଂ ଦକ୍ଷିଣ ରହିଥିବା ମୁଖ୍ୟ ପ୍ରବେଶ ପଥକୁ ଶିଲିଂ ପଏଣ୍ଟ ଭାବେ ମଧ୍ୟ ଘୋଷଣା କରାଯାଇଛି।