Odiapua.com

କେନ୍ଦୁଝର ଜିଲ୍ଲାରେ ପୁଣି ଚିହ୍ନଟ ହେଲେ ୫ କରୋନା ଆକ୍ରାନ୍ତ : ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୭୫କୁ ବୃଦ୍ଧି

କେନ୍ଦୁଝର, ୧୬ ଜୁନ (ଓଡ଼ିଆ ପୁଅ/ବିଭୂତି ଭୂଷଣ ପଟ୍ଟନାୟକ) ମଙ୍ଗଳବାର ଦିନ ସକାଳ ୯ଟା ସୁଦ୍ଧା ବିଗତ ୨୪ ଘଟାଂ ମଧ୍ୟରେ କେନ୍ଦୁଝର ଜିଲ୍ଲାରେ ପୁଣି ୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଫଳରେ ଜିଲ୍ଲାରେ ଅଦ୍ୟବଧି ସର୍ବମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୭୫ ରେ ପହଞ୍ଚି ଅଛି। ଜିଲ୍ଲାରେ ବିଭିନ୍ନ ସମୟରେ ଯେପରି ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି ତାହା ସ୍ୱଭାବିକ ଭାବେ ଜିଲ୍ଲାବାସୀଙ୍କ ମଧ୍ୟରେ ଉଦ୍‌ବେଗର କାରଣ ହୋଇଛି। ମଙ୍ଗଳବାର ଦିନ ସୂଚନା ଦିଆଯାଇଥିବା ଚିହ୍ନଟ କରୋନା ଆକ୍ରାନ୍ତଙ୍କ ମଧ୍ୟରେ ଦୁଇ ଜଣ ଗୁଜୁରାଟରୁ ଫେରିଥିବା ବେଳେ ଜଣେ ଦିଲ୍ଲୀ ଏବଂ ଅନ୍ୟ ଦୁଇ ଜଣ ତାମିଲନାଡୁ ଫେରନ୍ତି ପ୍ରବାସୀ ଅଟନ୍ତି। ସେମାନଙ୍କ ମଧ୍ୟରୁ ୫ ଜଣ ପ୍ରବାସୀ କ୍ୟରେଟାଂଇନ କେନ୍ଦ୍ରରେ ରହିଥିବା ବେଳେ ଜଣେ ପ୍ରବାସୀ ହୋମ ସଂଗରୋଧ ତଥା ନିଜ ଘରେ ନିସଙ୍ଗ ହୋଇ ରହିଥିଲେ। ଫଳରେ ଇତି ମଧ୍ୟରେ ଜିଲ୍ଲାରେ ସର୍ବମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୭୫ କୁ ବୃଦ୍ଧି ପାଇଥିବା ବେଳେ ସୁସ୍ଥଙ୍କ ସଂଖ୍ୟା ମଧ୍ୟ ୩୩ କୁ ବୃଦ୍ଧି ପାଇଛି। ଏବଂ ଜିଲ୍ଲାରେ ଆକ୍ଟିଭ କେଶ ବର୍ତମାନ ୪୨ ରେ ରହିଛି।