Odiapua.com

କେନ୍ଦୁଝର : କ୍ୱାରେଣ୍ଟାଇନ୍‌ କେନ୍ଦ୍ରରେ ମଦ୍ୟପାନର ଭିଡିଓ ଭାଇରାଲ : ଜଣେ ଗିରଫ

କେନ୍ଦୁଝର, ୨୫ ମେ ୨୦୨୦ (ଓଡ଼ିଆ ପୁଅ) କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡର ରାମଚନ୍ଦ୍ର ପୁର ଥାନା ଅନ୍ତର୍ଗତ ଖଲଣା ପଞ୍ଚାୟତ ର କ୍ୱାରେଣ୍ଟାଇନ୍‌ କେନ୍ଦ୍ର ତଥା ସଙ୍ଗରୋଧ ଗୃହରେ ଅନ୍ତେବାସୀମାନେ ମଦ୍ୟପାନ କରୁଥିବାର ଏକ ଦୃଶ୍ୟ ଭାଇରାଲ ହେବା ପରେ ଏହି ଘଟଣାରେ ପୋଲିସ ଜଣଙ୍କୁ ଗିରଫ କରିଅଛି। କେନ୍ଦୁଝର ଜିଲ୍ଲାର ବିଭିନ୍ନ କ୍ୱାରେଣ୍ଟାଇନ୍‌ କେନ୍ଦ୍ରରେ ଯଦିଓ ଅନେକ ଅବ୍ୟବସ୍ଥା ଘଟଣା ବିଭିନ୍ନ ଅଭିଯୋଗ ମାନ ଅନେକ ସମୟରେ ଲୋକଲୋଚନକୁ ଆସୁଥିଲେ ମଧ୍ୟ ଏଭଳି ମଦ୍ୟପାନ ସଂପର୍କିୟ ଘଟଣା କେବେ ବି ଲୋକଲୋଚନକୁ ଆସି ନଥିଲା। ଯାହା ସାଧାରଣରେ ସମସ୍ତଙ୍କୁ ସ୍ୱଭାବିକ ଭାବେ ଆଶ୍ଚର୍ଯ୍ୟ ଚକିତ କରିଛି। ଖଲଣାଁ ପଞ୍ଚାୟତର କ୍ୱାରେଣ୍ଟାଇନ୍‌ କେନ୍ଦ୍ରରେ ପ୍ରବାସୀଙ୍କର ଖୋଲା ଖୋଲି ମଦ୍ୟପାନ କରିବା ଏବଂ ସେହି ମଦ୍ୟପାନ ଘଟଣାର ଭିଡିଓ ଫଟୋ ଭାଇରାଳ ହେବା ପରେ, ରାମଚନ୍ଦ୍ରପୁର ଥାନାର ଭାରପ୍ରାପ୍ତ ଅଧିକାରୀ ରାଜେନ୍ଦ୍ର ପ୍ରସାଦ ସ୍ୱାଇଁ ତୁରନ୍ତ ଘଟଣାର ତଦନ୍ତ କରି ମଦ ଯୋଗାଇ ଥିବା ଅଭିଯୋଗରେ ସେହି ଖଲଣା ଗ୍ରାମର ବିଷ୍ଣୁ ରାଉତ ନାମକ ଜଣେ ଲୋକଙ୍କୁ ଗିରଫ କରିଛନ୍ତି ଏବଂ ରାମଚନ୍ଦ୍ର ପୁର ଥାନାରେ ଘଟଣା ସଂପର୍କରେ ଏକ ମାମଲା ରୁଜୁ ହୋଇ ଅଧିକ ତଦନ୍ତ ଜାରି ରହିଥିବା ବେଳେ ବର୍ତ୍ତମାନର ଲକ ଡାଉନ ସମୟରେ ସମସ୍ତ ମଦ ଦୋକାନ ବନ୍ଦ ରହିଥିବା ବେଳେ କ୍ୱାରେଣ୍ଟାଇନ୍‌ କେନ୍ଦ୍ରକୁ ମଦ ଆସିଲା କେଉଁଠୁ ତାହା ଏବେ ପ୍ରଶାସନ ସମ୍ମୁଖରେ ଏକ ବଡ ପ୍ରଶ୍ନ ହୋଇ ଛିଡା ହୋଇଛି। ଓଡିଆ ପ୍ରବାସୀମାନଙ୍କର ଦୁଖଃକୁ ଦେଖି ରାଜ୍ୟ ସରକାର ସେମାନଙ୍କୁ ନିଜ ନିଜ ଗ୍ରାମକୁ ସୁରକ୍ଷିତ ଭାବେ ଫେରାଇ ଆଣିବା ଦିଗରେ ପ୍ରଚେଷ୍ଟା ଜାରି ରଖିଥିବା ବେଳେ, କ୍ୱାରେଣ୍ଟାଇନ କେନ୍ଦ୍ରରେ ଓଡିଆ ପ୍ରବାସୀମାନଙ୍କର ଏଭଳି ଦାୟିତ୍ୱହୀନ ବ୍ୟବହାରକୁ ସାଧାରଣ ଲୋକେ ଗ୍ରହଣ କରିପାରୁ ନାହାଁନ୍ତି ବରଂ ନାପନ୍ଦ କରିଛନ୍ତି। ଏଭଳି ଘଟମାର ପୁନରାବୃତି ନହେବା ଦିଗରେ ଜିଲ୍ଲା ପ୍ରଶାସନ ଅଧିକ ଯତ୍ନବାନ ହେବାର ଆବଶ୍ୟତା ରହିଛି।