Odiapua.com

କେନ୍ଦୁଝର : କୋରୋନା କଟକଣା ସମୟରେ ଭିତ୍ତିପ୍ରସ୍ତର ସ୍ଥାପନକୁ ନେଇ ଉଠିଲା ପ୍ରଶ୍ନ

କେନ୍ଦୁଝର, ୨୬ ଜୁନ (ଓଡ଼ିଆ ପୁଅ/ବିଭୂତି ଭୂଷଣ ପଟ୍ଟନାୟକ) ସମଗ୍ର ବିଶ୍ୱରେ କରୋନା ତାର ପକ୍ଷ ବିସ୍ତାର କରି ଚାଲଥିବା ବେଳେ ଓଡିଶା କିମ୍ବା କେନ୍ଦୁଝର ଜିଲ୍ଲା ମଧ୍ୟ ଏଥିରୁ ବାଦ ପଡିନାହିଁ। ରାଜ୍ୟବାସୀଙ୍କୁ ସୁରକ୍ଷିତ ରଖିବା ଉଦ୍ଦେଶ୍ୟରେ ରାଜ୍ୟ ସରକାର ଅନେକ କଟକଣା ଜାରି ରଖିଛନ୍ତି ଏବଂ ସମସ୍ତ ସରକାରୀ କାର୍ଯ୍ୟକ୍ରମ ଏକ ପ୍ରକାର କଟକଣା ମଧ୍ୟରେ ବନ୍ଦ ରହିଥିବା ବେଳେ ସାମାଜିକ ଦୂରତା ଓ ମାସ୍କକୁ ବାଧ୍ୟତାମୂଳକ କରାଯାଇଛି। କ୍କିନ୍ତୁ ସମସ୍ତ କଟକଣାକୁ ଖୋଦ ରାଜ୍ୟ ସରକାରଙ୍କ ଜଣେ ମନ୍ତ୍ରୀ ଯେଭଳି ଫୁ କରି ଉଡାଇ ଦେଇଥିବା ଦେଖିବାକୁ ମିଳିଛି। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲାରେ। କେନ୍ଦୁଝର ଜିଲ୍ଲାର ତେଲକୋଇ ବିଧାନସଭା ନିର୍ବାଚନରେ ବି-ଜେ-ଡି ଦଳର ଟିକେଟରେ ବିଜୟୀ ହୋଇ ପ୍ରେମାନନ୍ଦ ନାୟକ ରାଜ୍ୟ ମନ୍ତ୍ରୀ ମଣ୍ଡଳରେ ଦକ୍ଷତା ବିକାଶ ମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। କରୋନା ଭୟାଭୟ ସମୟରେ ପ୍ରାୟତଃ ସରକାରୀ କାର୍ଯ୍ୟକ୍ରମରେ ଏକ ପ୍ରକାର ତାଲା ପଡିଯାଇଛି। କିନ୍ତୁ ବର୍ତ୍ତମାନର କରୋନା କଟକଣା ସମୟରେ ଶୁକ୍ରବାର ଦିନ ପ୍ରାୟ ଦିନ ୧୧ ଟା ସମୟରେ ମନ୍ତ୍ରୀ ପ୍ରେମାନନ୍ଦ ନାୟକ ଶତାଧିକ ପୁରୁଷ ଓ ମହିଳା ସମର୍ଥକ ମାନଙ୍କ ଗହଣରେ ତେଲକୋଇ ବଜାର ମଧ୍ୟରେ ଏକ ସରକାରୀ ସ୍ଥାନରେ ମନ୍ଦିର ନିର୍ମାଣ ନିମନ୍ତେ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଯାହାକୁ ନେଇ ଚର୍ଚ୍ଚା ଜୋର ରେ ଆରମ୍ଭ ହୋଇଯାଇଛି। କିନ୍ତୁ ସବୁଠାରୁ ଆଶ୍ଚର୍ଯ୍ୟର ବିଷୟ ହେଉଛି ଯେ ଗତ ମାର୍ଚ୍ଚ ମାସରେ ଯେଉଁ ସ୍ଥାନରୁ ସରକାରଙ୍କ ପକ୍ଷରୁ ଏକ ବେଆଇନ ନିର୍ମାଣକୁ ଉଛେଦ କରାଯାଇଥିଲା ଦୁଇ ମାସ ପରେ ସେହି ସ୍ଥାନରେ କିପରି ସରକାରଙ୍କ ଖୋଦ ଜଣେ ମନ୍ତ୍ରୀ ପୁଣି ଏକ ମନ୍ଦିର ନିର୍ମାଣ ପାଇିଁ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ତାହା ସମସ୍ତଙ୍କ ପାଇଁ ଯେଭଳି ରହସ୍ୟପୂର୍ଣ୍ଣ ହୋଇ ପଡିଛି ଅନୁରୁପ ଭାବେ ପ୍ରଶ୍ନଚିହ୍ନ ମଧ୍ୟ ଲଗାଇଛି। ତାହା ପୁଣି କରୋନା କଟକଣା ସମୟରେ ସାମାଜିକ ଦୂରତା ଠାରୁ ଏକ ସ୍ଥାନରେ ୭ ଜଣଙ୍କ ଠାରୁ ଅଧିକ ଏକାଠି ହୋଇ ନପାରିବା ଭଲି ସରକାରୀ ନିର୍ଦ୍ଦେଶକୁ ବେଖାତିର କରି ଯାହାକି ବିଭନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ମନ୍ତ୍ରୀ ମଣ୍ଡଳର ଏଭଳି ଅମାନିଆ ସଦସ୍ୟଙ୍କୁ ମନାଇବା ଲାଗି ଖୋଦ ମୁଖ୍ୟମନ୍ତ୍ରୀ ଦୃଷ୍ଟି ଦେବାକୁ ଅନେକ ସଚେତନ ନାଗକିକ ଅନୁରୋଧ କରଛନ୍ତି।