Odiapua.com

କେନ୍ଦୁଝର କୋଭିଡ ହସପିଟାଲରେ ଶଯ୍ୟା-ଭେଟିଂଲେଟର-ଆଇସିୟୁର ଅଭାବ : ହାତ ଟେକିଦେଲେ ଡାକ୍ତର : ସଙ୍କଟରେ ରୋଗୀଙ୍କ ଜୀବନ : କିଏ ନେବ ଉତରଦାୟିତ୍ୱ ?

କେନ୍ଦୁଝର, ୧୮ ମଇ (ଓଡ଼ିଆ ପୁଅ/ବିଭୂତି ଭୂଷଣ ପଟ୍ଟନାୟକ) କେନ୍ଦୁଝର କୋଭିଡ ହସପିଟାଲର ସ୍ଥିତି ଦିନକୁ ଦିନ ସଙ୍ଗୀନ ହେବାରେ ଲାଗିଛି। ନାହିଁ ନାହିଁରେ ଚାଲିଛି ଏହି କେନ୍ଦୁଝର କୋଭିଡ ହସପିଟାଲ। ଏଠାରେ ଶଯ୍ୟା ସଙ୍ଗକୁ ଆଇ ସି ୟୁ , ଭେଟିଂଲେଟର ଆଦିର ଗୁରୁତର ଅଭାବ ଦେଖା ଦେଇଛି। ଫଳରେ ଏଠାରେ ଚିକିତ୍ସା କରୁଥିବା ଡାକ୍ତରମାନେ ହାତ ଟେକି ଦେଉଛନ୍ତି। କୌଣସି ବ୍ୟବସ୍ଥା ନ ଥାଇ ରୋଗୀଙ୍କର କିପରି ଚିକିତ୍ସା କରିବୁ ବୋଲି ନିଜକୁ ନିଜକୁ ସଂପୁର୍ଣ୍ଣ ଅସହାୟ ମନେ କରୁଥୁବା ଡାକ୍ତର ଅତି ଦୁଖଃରେ ସହ ରୋଗୀଙ୍କର ସଂପର୍କୀୟ ମାନଙ୍କ ସମୁଖରେ ଖୋଲାଖୋଲି ପ୍ରକାଶ କରୁଛନ୍ତି। ଅନ୍ୟପଟେ କେନ୍ଦୁଝର କୋଭିଡ ହସପିଟାଲ ରେ ଚିକିତ୍ସିତ ହେଉଥିବା ଅବସ୍ଥାରେ ପ୍ରାୟ ପ୍ରତ୍ୟେକ ଦିନ ଯେଉଁ ଭାବେ ଏକାଧିକ ସଂଖ୍ୟକ ରୋଗୀଙ୍କର ମୃତ୍ୟୁ ହେବାରେ ଲାଗିଛି ସେ ସବୁର ରିପୋର୍ଟ ସରକାରୀ ଭାବେ ପ୍ରକାଶ ପାଉନଥିଲେ ମଧ୍ୟ ଶବ ସବୁ ପୋଡା ଯାଉଥିବାର ମୁକସାକ୍ଷୀ ସେହି ସ୍ଥାନର ଅଧିବାସୀ ରହିଛନ୍ତି। ଯାହାକୁ କୌଣସି ଭାବେ ଅସ୍ୱୀକାର କରାଯାଇ ପାରିବ ନାହିଁ। ଜିଲ୍ଲାର ବିଭିନ୍ନ ଅଂଚଳ, ଡାକ୍ତରଖାନା ଓ କେୟାର ସେଟଂଟ ଆଦିରୁ ଏଠାକୁ ରେଫର ହୋଇ ଆସୁଥିବା ରୋଗୀ ମାନଙ୍କୁ ଘଟାଂ ଘଟାଂ ଧରି ଆମ୍ବୁଲାନ୍ସ ତଥା ହସପିଟାଲ ବାହାରେ ଅପେକ୍ଷା କରି ରହିବାକୁ ପଡୁଛି। ଏପରିକି ହସପିଟାଲ ଭିତରକୁ ନିଆଯାଉଥିବା ରୋଗୀଙ୍କୁ ଆବଶ୍ୟକନୁସାରେ ଅକ୍ସିଜେନ କିମ୍ବା ସାଲାଇନ ଆଦି ଦିଆଯାଉଥିଲେ ମଧ୍ୟ ସେମାନଙ୍କୁ ସେହି ଅବସ୍ଥାରେ ଦୀର୍ଘ ସମୟ ଧରି ହୁଇଲଚେୟାରରେ ବସି ରହିବାକୁ ପଡୁଛି। ଅବଶ୍ୟ ଅକ୍ସିଜେନ ଅଭାବରୁ ଏହି କୋଭିଡ ହସପିଟାଲରେ କଳ୍ପନା ବାହାରେ ବହୁ ଅଧିକ ସଂଖ୍ୟକ ରୋଗୀଙ୍କର ମୃତ୍ୟୁ ହେବାପରେ , ବିଳମ୍ବରେ ହେଲେ ବି ଜିଲ୍ଲା ପ୍ରଶାସନ ର ଚେତା ପଶିଲା ଏବଂ ଗତବର୍ଷ କ୍ରୟ ପର ଠାରୁ ପକାଇ ରଖାଯାଇଥିବା ଅକ୍ସିଜେନେରେଟର କୁ କାର୍ଯ୍ୟକ୍ଷମ କରାଗଲା। ପ୍ରଧାନମନ୍ତ୍ରୀ ଖଣିଜ କ୍ଷେତ୍ରୀୟ କଲ୍ୟାଣ ଯୋଜନା ଦ୍ୱାରା ଗଠିତ ଡିଏମ ଏଫ ଫଣ୍ଡ ର ଏହି କୋଭିଡ ହସପିଟାଲ ନିର୍ମାଣ ହୋଇଛି। ଏହାର ମୁଖ୍ୟ କେନ୍ଦୁଝର ଜିଲ୍ଲାପାଳ ରହିଥିବା ବେଳେ ଏହି କୋଭିଡ ହସପିଟାଲରେ ରୋଗୀଙ୍କୁ ଅଧିକରୁ ଅଧିକ ସୁରକ୍ଷା ଯୋଗାଇ ଦେବା ଉଦ୍ଦେଶ୍ୟରେ ବିପୁଳ ଅର୍ଥ ମଧ୍ୟ ବ୍ୟୟ ହେଉଅଛି। କିନ୍ତୁ ତଥାପି ଏଠାରେ ବେଡର ଅଭାବ ସଙ୍ଗକୁ ଭେଟିଂଲେଟର ଏବଂ ଆଇସିୟୁ ଆଦିର ଅଭାବ ରହୁଛି ଯେଉଁଥିପାଇିଁ ରୋଗୀକୁ ମୃତ୍ୟୁ ମୁଖରେ ପଡିବାକୁ ପଡୁଛି। କେନ୍ଦୁଝର ଜିଲ୍ଲାରେ ଅର୍ଥର ଅଭାବ ନଥିବା ବେଳେ ରୋଗୀ ଉପଚାର ନିମନ୍ତେ ଅତ୍ୟନ୍ତ ଆବଶ୍ୟକ ଭେଟିଂଲେଟର , ଆଇସିୟୁ , ବେଡର ଆଦିର ବ୍ୟବସ୍ଥା ଏତେ ଦିନ ପରେ ହୋଇ ନପାରିବା ନପାରିବା ଯେତିକ ଦୁଖଃ ଦାୟକ ତା ଠାରୁ ଅଧିକ ଲଜ୍ୟାଜନକ ବେଲି ସାଧାରଣରେ ମତ ପ୍ରକାଶ ପାଉଛି। ତେବେ ଏହାକୁ କଣ ଇଛା ଶକ୍ତିର ଅଭାବ ନା ପରିଚଳନାଗତ ଦକ୍ଷତାର ଅଭାବ ବୋଲି ଧରି ନେବାକୁ ପଡିବ। କିଏ ନେବ ଏହାରଉତର ଦାୟିତ୍ୱ ତାହା ହିଁ ଆଜିର ବଡ ପ୍ରଶ୍ନ। କୋଭିଡ ହସପିଟାଲର କଳା କାରନାମା ଲୋକ ଲୋଚନକୁ ଆସିବା ପରେ ତାହାକୁ ଭିଡିଓ ମାଧ୍ୟମରେ ଲୋକଲୋଚନକୁ ଆଣିଥିବା ସେହି କେନ୍ଦୁଝର ପ୍ରେମୀ ତଥା ମାନବପ୍ରେମୀ ମାନଙ୍କୁ ମାନବିକତାର ଦ୍ୱାହୀ ଦେଇ ପୋଲିସ ସାହାର୍ଯ୍ୟରେ ଦମନ କରିବା ସହ ଅନ୍ୟମାନଙ୍କ ପାଇିଁ ଭୟରବାତାବରଣ ସୃଷ୍ଟି କରି ନିଜର ସ୍ୱଛତା ପ୍ରଦର୍ଶନ କରିବାକୁ ଜିଲ୍ଲା ପ୍ରଶାସନ ଯେଭଳି ଆଗ୍ରହୀ ହୋଇ ଉଠିଲେ ଅନୁରୁପ ଭାବେ ରୋଗୀଙ୍କ ସଠିକ ତଥା ଉନ୍ନତ ଉପଚାର ନିମନ୍ତେ ରହିଥିବା ଅଭାବକୁ ତୁରନ୍ତ ପୁରଣ କରି ରୋଗୀଙ୍କୁ ଜୀବନଦାନ ଦିଗରେ ତାଠାରୁ କମ୍‌ଆଗ୍ରହ ପ୍ରକାଶ କରିଥିଲେ ହୁଏତ ଅନେକ ରୋଗୀ ନୂତନ ଜୀବନ ପାଇପାରନ୍ତେ ଓ ସେମାନଙ୍କର ଖୁସି ଫେରି ଆସିପାରନ୍ତା ବୋଲି ହେଉଥିବା ଚର୍ଚ୍ଚାର ସତ୍ୟତା କୁ ହୁଏତ ଏଡାଇ ଦିଆଯାଇ ପାରିବନାହିଁ। ଅବଶ୍ୟ ଜିଲ୍ଲା ପ୍ରଶାସନ ଏ ଦିଗରେ ଗୁରୁତର ସହ ଅନୁଧ୍ୟାନ କରି ଆବଶ୍ୟକ ଉଚିତ ପଦକ୍ଷେ ନେବାର ଆବଶ୍ୟ ରହିଛି।