Odiapua.com

କେନ୍ଦୁଝର କାର୍ଯ୍ୟରତ ସାମ୍ବାଦିକଙ୍କୁ ପୋଲିସର ଆକ୍ରମଣ, ହରିଚନ୍ଦନପୁର ପ୍ରେସ କ୍ଲବର ନିନ୍ଦା

ହରିଚନ୍ଦନପୁର,ତା ୨୩ ଅପ୍ରେଲ (ଓଡ଼ିଆ ପୁଅ/ପ୍ରେମାନନ୍ଦ ଦାସ) ପ୍ରତିଷ୍ଠିତ ଦୈନିକ ଖବର କାଗଜର କେନ୍ଦୁଝର ଜିଲ୍ଲା ପ୍ରତିନିଧି ସୁବ୍ରତ ସ୍ୱାଇଁ ତାଙ୍କ ରୋଗାଗ୍ରସ୍ଥ ପୁଅକୁ ପ୍ରଶାସନର ଅନୁମତି ଥିବା କାର ଯୋଗେ ଡାକ୍ତରଖାନା ନେଉଥିଲେ । ଡାକ୍ତରଖାନା ଛକରେ ଥିବା କର୍ତବ୍ୟରତ ପୋଲିସ କର୍ମଚାରୀ ଶ୍ରୀସ୍ବାଇଁଙ୍କ ଗାଡି ସହ ଅନୁମତି ପତ୍ର ଯାଞ୍ଚ କରିଥିଲେ । ଅନୁମତି ପତ୍ର ଯାଞ୍ଚ ପରେ ମଧ୍ୟ ପୁଲିସ ଅଧିକାରୀ ଜଣଙ୍କ ଶ୍ରୀସ୍ଵାଇଁଙ୍କୁ ଦୁର୍ବବ୍ୟବହାର କରିବା ସହ ଅସଭ୍ୟ ଭାଷାରେ କି ସାମ୍ବାଦିକ ବୋଲି କହିଥିଲେ । ଏଥିସହ ପୋଲିସ ବାବୁ ଜଣଙ୍କ ଧରିଥିବା ବାଡ଼ିରେ ତାଙ୍କୁ ଆକ୍ରମଣ କରିଥିଲେ । ଏନେଇ ଉକ୍ତ ପୋଲିସ କର୍ମଚାରୀଙ୍କ ବିରୁଦ୍ଧରେ ଅଭିଯୋଗ କରାଯାଇଛି । କରୋନା ସମୟରେ କରୋନା ଯୋଦ୍ଧା ଭାବେ କାର୍ଯ୍ୟ କରୁଥିବା କାର୍ଯ୍ୟରତ ସାମ୍ବାଦିକଙ୍କୁ ଏଭଳି ବ୍ୟବହାରକୁ ହରିଚନ୍ଦନପୁର ପ୍ରେସ କ୍ଳବ ପକ୍ଷରୁ ତୀବ୍ର ନିନ୍ଦା କରାଯାଇଛି । ଉକ୍ତ ପୋଲିସ କର୍ମଚାରୀଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବିକୁ ନେଇ ଆଜି ହରିଚନ୍ଦନପୁର ପ୍ରେସ କ୍ଲବର ସଭାପତି ପ୍ରଶାନ୍ତ ନାୟକ, ଉପସଭାପତି ପ୍ରେମାନନ୍ଦ ଦାସ, ସମ୍ପାଦକ ଶ୍ରୀନିବାସ ପାଇକରାୟ, ସେକ୍ରେଟାରୀ ପରେଶ କୁମାର ସେଠୀ, ସଦସ୍ୟ ଉତ୍ତମ ଗିରି, ହିମାଂଶୁ ଶେଖର ଦାସ, ଭବାନୀ ପ୍ରସାଦ ମହାନ୍ତ, ସନ୍ତୋଷ କୁମାର ମହାନ୍ତ, କୃଷ୍ଣଚନ୍ଦ୍ର ବେହେରା, ରାମଚନ୍ଦ୍ର ନାଏକ, ଘନଶ୍ୟାମ ଜେନା, ଜଗବନ୍ଧୁ ମହାନ୍ତ ପ୍ରମୁଖ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ବିଡ଼ିଓଙ୍କ ଜରିଆରେ ଦିଆଯାଇଛି ।