Odiapua.com

କେନ୍ଦୁଝର: କାମ ଯୋଗାଇ ଦେବାକୁ ଦାବି କରି ଜିଲ୍ଲା ପ୍ରଶାସନକୁ ଦାବିପତ୍ର ପ୍ରଦାନ କଲେ କିନ୍ନର

କେନ୍ଦୁଝର, ୨୫ ସେପ୍ଟେମ୍ବର (ଓଡ଼ିଆ ପୁଅ/ବିଭୂତି ଭୂଷଣ ପଟ୍ଟନାୟକ) କେନ୍ଦୁଝର ଜିଲ୍ଲା ରେ ବସବାସ କରୁଥିବା କିନ୍ନର ମାନଙ୍କୁ କାମ ଯୋଗାଇ ଦେବାକୁ ସେମାନେ ଦାବି କରିଛନ୍ତି। ଗୁରୁବାର ଦିନ ଏ ସଂପର୍କରେ କେନ୍ଦୁଝର ଜିଲ୍ଲା କିନ୍ନର ମହାସଂଘ ପକ୍ଷରୁ ଜିଲ୍ଲା ପ୍ରାଶସନକୁ ଏକ ଦାବି ପତ୍ର ଦିଆଯାଇଛି। ସାରା ବିଶ୍ୱବାସୀ ଏବେ କରୋନା ମହାମାରୀ ଭଳି ଘଡିସନ୍ଧି ମୂହୂର୍ତ ଦେଇ ଗତିକରୁଥିବା ବେଳେ କିନ୍ନର ସମାଜ ମଧ୍ୟ ଏଥିରେ ବେଶ ପ୍ରଭାବିତ ହୋଇଅଛି। କେନ୍ଦୁଝର ଜିଲ୍ଲା ରେ ବସବାସ କରୁଥିବା କିନ୍ନର ମାନଙ୍କୁ ରୋଜଗାର ପନ୍ଥା ର ବ୍ୟବସ୍ଥା କରିବା ସହ ମୁଣ୍ଡ ଗୁଞ୍ଜିବା ପାଇଁ ଗୃହ ଯୋଗାଇ ଦେବା ଦାବିରେ କେନ୍ଦୁଝର ଜିଲ୍ଲା କିନ୍ନର ମହାସଂଘ ଜିଲ୍ଲା ପ୍ରଶାସନ ର ଦ୍ୱାରସ୍ଥ ହୋଇଥିଲା। କେନ୍ଦୁଝର ଜିଲ୍ଲା କିନ୍ନର ମହାସଂଘ ର ପ୍ରତିଷ୍ଠାତା ତଥା ବିଶିଷ୍ଠ ସମାଜସେବୀ ସାଧାନା ମିଶ୍ର ଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଦଳ ଜିଲ୍ଲା ପ୍ରଶାସନ କୁ ଭେଟି ଅନ୍ୟ ଜିଲ୍ଲା ଭଳି କେନ୍ଦୁଝର ଜିଲ୍ଲାର ଚିକିତ୍ସାଳୟ, ପୌରପାଳିକା, ସ୍ୱଛାସେବୀ ସଂଗଠନରେ କର୍ମସଂସ୍ଥାନ ଯୋଗାଇ ଦିଆଯାଉ କିମ୍ବା ଲିଜ ସୂତ୍ର ରେ ଜମି ଯୋଗାଇ ଦିଆଗଲେ ସେମାନେ ପନି ପରିବା ଚାଷବାସ କରି ଦୁଇ ପଇସା ରାଜଗାର କରି ସ୍ୱାଭିମାନର ସହ ଦୁନିଆରେ ବଂଚି ପାରନ୍ତେ ବୋଲି ପ୍ରଶାସନ ନିକଟରେ ଗୁହାରି କରିଛନ୍ତି। ଆହୁରୀ ମଧ୍ୟ କିନ୍ନର ମାନଙ୍କୁ ତାଙ୍କ ଘର ଲୋକେ ଘରୁ ତଡିଦେବା ପରେ ସେମାନଙ୍କ ପାଇିଁ ମୁଣ୍ଡ ଗୁଞ୍ଜିବାକୁ ଚାଳ ନହିଁ କିମ୍ବା ସେମାନଙ୍କ ନାମରେ ଜମି ଖଣ୍ଡିଏ ମଧ୍ୟ ନାହିଁ। ତେଣୁ ଜିଲ୍ଲା ପ୍ରଶାସନ ଉଦାରତାର ସହ ସେମାନଙ୍କର ସମସ୍ୟାକୁ ବିଚାର କରି ତାଙ୍କୁ ମୁଣ୍ଡ ଗୁଞ୍ଜି ବାକୁ ଖଣ୍ଡିଏ ଘର ମଧ୍ୟ ଯୋଗାଇ ଦେବାକୁ ସେମାନେ ନିବେଦନ କରିଥିବା ମହାସଂଘ ସଭାପତି ସ୍ୱାତୀ ଦାଶ ପ୍ରକାଶ କରିଛନ୍ତି।