Odiapua.com

କେନ୍ଦୁଝର : କରୋନା ସଂକ୍ରମଣ ପ୍ରତିହିତ ଲାଗି ସମସ୍ତ କ୍ୱାରେଣ୍ଟାଇନ ସହ ଆଇସୋଲେସନ ଓ ଅସ୍ଥାୟୀ ସ୍ୱାସ୍ଥ କେନ୍ଦ୍ରରେ ୧୪୪ ଧାରା ଜାରିହେଲା

କେନ୍ଦୁଝର, ୧୧ ମେ ୨୦୨୦ (ଓଡ଼ିଆ ପୁଅ/ବିଭୂତି ଭୂଷଣ ପଟ୍ଟନାୟକ) ସମଗ୍ର ବିଶ୍ୱରେ ମହାମାରୀ କରୋନା ତାର କାୟା ବିସ୍ତାର କରି ଚିଲିଥିବା ବେଳେ କେନ୍ଦୁଝର ଜିଲ୍ଲାରେ ମଧ୍ୟ ତାର ପ୍ରଭାବ ଦେଖିବାକୁ ମିଳିଛି। ଫଳରେ ଏହି କରୋନାର ପ୍ରତିହତ କରିବା ଲାଗି କେନ୍ଦୁଝର ଜିଲ୍ଲାର ସମସ୍ତ କ୍ୱାରେଣ୍ଟାଇନ କେନ୍ଦ୍ର ସହ ଆଇସୋଲୋସନ କେନ୍ଦ୍ର ଓ ଅସ୍ଥାୟୀ ସ୍ୱାସ୍ଥ କେନ୍ଦ୍ରମାନଙ୍କରେ ଜିଲ୍ଲାପାଳ ଓ ମାଜଷ୍ଟ୍ରେଟ ଆଶିଷ ଠାକରେ ସି.ଆର.ପି.ସି. ର ୧୪୪ ଧାରା ଜାରି କରିଛନ୍ତି। ରାଜ୍ୟ ସରକାରଙ୍କ ପଦକ୍ଷେପ ଅନୁଯାୟୀ ଲକ୍‌ଡାଉନରେ ବିଭିନ୍ନ ରାଜ୍ୟରେ ଫସି ରହିଥିବା ପ୍ରବାସୀ ଶ୍ରମଜୀବି, ଛାତ୍ର ଛାତ୍ରୀ ତୀର୍ଥ ଯାତ୍ରୀ ମାନେ ନିଜ ନିଜ ରାଜ୍ୟକୁ ଫେରୁଛନ୍ତି। ଏବଂ ଏହି ପ୍ରବାସୀମାନେ କେନ୍ଦୁଝର ଜିଲ୍ଲାରେ ପହଞ୍ଚିବା ପରେ ପ୍ରଥମେ ଗ୍ରାମ ପଞ୍ଝାୟତ ସ୍ତରୀୟ କ୍ୱାରେଟାଂଇନ କେନ୍ଦ୍ର / ଗୋଷ୍ଠୀସ୍ୱାସ୍ଥ‌୍ୟ କେନ୍ଦ୍ର/ ଅସ୍ଥାୟୀ ସ୍ୱାସ୍ଥ କେନ୍ଦ୍ର ସ୍ତରୀୟ ଆଇସୋଲେସନ କେନ୍ଦ୍ରରେ ୨୧ ଦିନ ରହିବେ। ଏହି କେନ୍ଦ୍ର ମାନଙ୍କରେ ସାମାଜିକ ଦୂରତାକୁ କଡା କଡି ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହି କେନ୍ଦ୍ର ମାନଙ୍କରେ ବାହାର ଲୋକମାନଙ୍କର ବେଆଇନ ଭାବେ ପ୍ରବେଶ କାରଣରୁ ଏହା କରୋନା ସଂକ୍ରମଣର ଆଶଙ୍କାକୁ ଦୃଢିଭୁତ କରୁଥିବା ବେଳେ ସରକାରୀ ନିର୍ଦ୍ଦେଶକୁ ମଧ୍ୟ ଉଲଙ୍ଘନ କରାଯାଉଛି। ଏହି କରୋନା ଭାଇରସ ପ୍ରତିରୋଧ ନିମନ୍ତେ ଜିଲ୍ଲାପାଳ ଓ ଜିଲ୍ଲା ମାଜିଷ୍ଟ୍ରେଟ, ଜିଲ୍ଲାର ସମସ୍ତ କ୍ୱାରେଣ୍ଟାଇନ ସେଣ୍ଟର, ଆଇସୋଲେସନ କେନ୍ଦ୍ର, ଅସ୍ଥାୟୀ ସ୍ୱାସ୍ଥ କେନ୍ଦ୍ରର ୧୦୦ ମିଟର ବ୍ୟାସାର୍ଦ୍ଧ ମଧ୍ୟରେ ସି.ଆର.ପି.ସି ର ୧୪୪ ଧାରା ଜାରି କରିଛନ୍ତି ଏବଂ ଏହି ଧାରା ଆଗାମୀ ୩୦ ତାରିଖ ପର୍ଯ୍ୟନ୍ତ ବଳବତର ରହିବ ବୋଲି ନିର୍ଦ୍ଦେଶ ଦିଆଯାଇଛି।

ଅନୁରୁପ ଭାବେ ଜିଲ୍ଲା ସଦର ମହକୁମା ଉପଖଣ୍ଡ ରାଙ୍କି ଠାରେ ଅନ୍ୱେଷା ହଷ୍ଟେଲ ଠାରେ କାର୍ଯ୍ୟକାରୀ ହେବାକୁ ଯାଉଥିବା କୋଭିଡ ହସ୍‌ପିଟାଲରେ ଯେ କୌଣସି ବାହାର ଲୋକଙ୍କର ପ୍ରବେଶ ଦ୍ୱାରା ଚିକିତ୍ସା ପ୍ରଭାବିତ ହେବାର ଆଶଙ୍କା ଥିବା ଦୃଷ୍ଟିରୁ ଜିଲ୍ଲାପାଳ ଓ ଜିଲ୍ଲା ମାଜିଷ୍ଟେଟ ଉକ୍ତ ହସପିଟାଲର ୧୦୦ ମିଟର ବ୍ୟାସାର୍ଦ୍ଧ ମଧ୍ୟରେ ସି.ଆର.ପି.ସି.ର ୧୪୪ ଧାରା ଜାରି କରିଛନ୍ତି। ଏବଂ ଏହି ଆଦେଶ ଆଗାମୀ ୩୦ ତାରିଖ ପର୍ଯ୍ୟନ୍ତ ବଳବତର ରହିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି। କେବଳ ପ୍ରଧିକୃତ ବ୍ୟକ୍ତିଙ୍କ ବ୍ୟତିତ ଅନ୍ୟ କୌଣସି ବ୍ୟକ୍ତି ଉପରୋକ୍ତ କ୍ୱେରେଟାଂଇନ କେନ୍ଦ୍ର, ଅସ୍ଥାୟୀ ସ୍ୱାସ୍ଥ କେନ୍ଦ୍ର, ଆଇସୋଲେସନ କେନ୍ଦ୍ର ସହ କୋଭିଡ ହସପିଟାଲ ପରିସରରେ ପ୍ରବେଶ କରି ପାରିବେ ନାହିଁ ବୋଲି ନିର୍ଦ୍ଦେଶ ଦିଆଯାଇଛି।