Odiapua.com

କେନ୍ଦୁଝର : ଅପରଧିଙ୍କର ଚରାଭୁମି ପାଲଟିଛି ସହର :ଦୁର୍ଗା ମନ୍ଦିରରୁ ଲକ୍ଷାଧିକ ଟଙ୍କାର ଗହଣା ଓ ଟଙ୍କା ଲୁଟ

କେନ୍ଦୁଝର ତା ୨୬.୨.୧୮ (ଓଡ଼ିଆ ପୁଅ/ବିଭୂତି ଭୂଷଣ ପଟ୍ଟନାୟକ) କେନ୍ଦୁଝର ରେ ଦୁର୍ଗା ମନ୍ଦିର ରୁ ଲକ୍ଷାଧିକ ଟଙ୍କାର ଗହଣା ଓ ଟଙ୍କା ଲୁଟ। କେନ୍ଦୁଝର ସହରର ଜନଗହଳି ପୁର୍ଣ୍ଣ ସରକାରୀ ବସଷ୍ଟାଣ୍ଡ ସମ୍ମୁଖରେ ଥିବା ଦୁର୍ଗା ମନ୍ଦିରରୁ ରବିବାର ରାତି ରେ କେହି ଦୃବୃର୍ତ ମନ୍ଦିରର ତାଲା ଭାଙ୍ଗି ମନ୍ଦିର ଭିତରେ ଥିବା ହୁଣ୍ଡି ତାଡି ଠାକୁର ଙ୍କର ଲକ୍ଷାଧିକ ଟଙ୍କାର ଗହଣା ଓ ଟଙ୍କା ଲୁଟ ନେଇଛନ୍ତି। ପୂଜକ ଭାସ୍କର ପଣ୍ଡାଙ୍କର କହିବା ଅନୁସାରେ ସୋମବାର ଭୋର ରେ ସେ ପୂଜା କରିବାକୁ ଆସିଥିବା ସମୟରେ ମନ୍ଦିରରୁ ଚୋରୀ ହୋଇଥିବାର ଜାଣିବାକୁ ପାଇଥିଲେ। ଠାକୁର ଦୁର୍ଗାଙ୍କର ମୁକୁଟ ଓ ବାକ୍ସ ଭିତରେ ଥିବା ୫ ଟି ମୁକୁଟ ସହ ମଙ୍ଗଳ ସୂତ୍ର ଓ ଅଣ୍ଟା ସୁତା ଓ ଦାନ ବାକ୍ସ ରେ ଥିବା ସବୁ ଟଙ୍କାପଇସା ଦୃବୃର୍ତମାନେ ଲୁଟି ନେଇଯାଇଛନ୍ତି। ଇତି ମଧ୍ୟରେ କେନ୍ଦୁଝର ଟାଉନ ଓ ଆଖପାଖ ଅଞ୍ଚଳରେ ଚୋରୀ ଡକାୟତି ବଢିବାସହ ଅସମାଜିକ ଲୋକଙ୍କର ପାଦୁର୍ଭାବ ମଧ୍ୟ ବଢିଚାଲିଛି। ପ୍ରାୟ ପ୍ରତ୍ୟକ ରାତ୍ରୀରେ ବିଭିନ୍ନ ଅଞ୍ଚଳରୁ ଗୃହ କିମ୍ବା ଦୋକାନ ଚୋରୀ ହେବାରେ ଲାଗିଛି। ଏହା ଏକ ଜିଲ୍ଲା ମୁଖ୍ୟାଳୟ ହୋଇ ଥିବା ବେଳେ ପୋଲିସ ବିଭାଗର ଜିଲ୍ଲା ମୁଖିଆ ଙ୍କ ଠାରୁ ଆରମ୍ଭ କରି ଉଚ୍ଚ ପଦାଧିକରୀ ଅବସ୍ଥାନ କରୁଛନ୍ତି। ତଥାପି ଚୋର, ଡାକାୟତ ଓ ଲୁଟେରାମାନେ ଯେଭଳି ନିର୍ଭୟରେ ପ୍ରାୟତଃ ନିୟମିତ ଭାବେ ଅପରାଧ ଘଟାଇ ଚାଲିଥିଲେ ମଧ୍ୟ ପୋଲିସ ର ନିଦ ଭାଙ୍ଗୁନାହିଁ ତାହା ସ୍ୱଭାବିକ ଭାବେ ଅଧିକାରୀ ମାନଙ୍କର କାର୍ଯ୍ୟଶୈଳୀ ଉପରେ ପ୍ରଶ୍ନଚିହ୍ନ ଲଗାଇବା ସହ ପୋଲିସ ଉପରେ ସାଧାରଣ ଲୋକଙ୍କର ବିଶ୍ୱାସ ତୁଟିବାରେ ଲାଗିଛି। ବିଶେଷ ଭାବେ ମନ୍ଦିର ଗୁଡିକ ଚୋରଙ୍କର ଟାର୍ଗେଟ ହୋଇଅଛି ତାହା ଶ୍ରଦ୍ଧାଳୁ ମାନଙ୍କ ମଧ୍ୟ ତାବ୍ର ଅସନ୍ତୋଷର କାରଣ ହୋଇଛି। ଏବଂ ଟାଉନରେ ବୃଦ୍ଧିପାଉଥିବା ଅପରାଧକୁ ରୋକିବାରେ ପୋଲିସର ଅପାରଗତା ସାଧାରଣରେ ତୀବ୍ର ସମାଲୋଚିତ ହେବାରେ ଲାଗିଛି।