Odiapua.com

କେନ୍ଦୁଝରରେ ବିଚ ରାସ୍ତା ଉପରେ ପୋଲିସର ସମ୍ମୁଖରେ ସାମାଜିକ ଦୂରତାର ଧଜିଆ ଉଡିଲା : ପୋଲିସର କାର୍ଯ୍ୟଶୈଳୀ ଉପରେ ଉଠିଲା ପ୍ରଶ୍ନ

କେନ୍ଦୁଝର, ୧୭ ଅଗଷ୍ଟ (ଓଡ଼ିଆ ପୁଅ/ବିଭୂତି ଭୂଷଣ ପଟ୍ଟନାୟକ) କରୋନା ମହାମାରି ପରି ମାହା ବିପତ୍ତି ସମୟରେ ସରକାରୀ ନିୟମକୁ ଫୁ କରି କେନ୍ଦୁଝର ସହରର ବିଚ ରାସ୍ତା ଉପରେ ପୋଲିସର ଆଖି ସାମନାରେ ପୁରୁଷ ଓ ମହିଳାମାନେ ସାମାଜିକ ଦୂରତାର ଖୋଲା ଖୋଲି ଧଜିଆ ଉଡାଇବା ଦେଖିବାକୁ ମିଳଥିଲା। କେନ୍ଦୁଝର ଜିଲ୍ଲା ମୁଖ୍ୟାଳୟରେ ରେ ୭୪ ତମ ଜିଲ୍ଲା ସ୍ତରୀୟ ସ୍ୱାଧୀନତା ଦିବସ ସମାରୋହରେ ମୁଖ୍ୟ ଅତିଥୀ ଭାବେ ଓଡିଶାର ମାନ୍ୟବର ମନ୍ତ୍ରୀ କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ, ପଶୁ ସମ୍ପଦ ବିକାଶ ଓ ଉଚ୍ଚ ଶିକ୍ଷା ବିଭାଗ ର ମନ୍ତ୍ରୀ ଡଃ ଅରୁଣ ସାହୁ ଶୁକ୍ରବାର ଦିନ ରାତିରେ ଆସି ସର୍କିଟ ହାଉସ ଯିବା ପୂର୍ବରୁ କେନ୍ଦୁଝର ସହରର ମହାବୀର ଛକ ନିକଟରେ ପହଞ୍ଚିବା ସଙ୍ଗେ ସଙ୍ଗେ ସେଠାରେ ଉପସ୍ଥିତ ଶତାଧିକ ଲୋକ ମନ୍ତ୍ରୀଙ୍କୁ ସ୍ୱାଗତ କରିବାକୁ ଯାଇ ସାମାଜିକ ଦୂରତାକୁ ଭୁଲିଯାଇଥିଲେ। କରୋନା ସମୟରେ ହେଲେ ବି ସରକାରଙ୍କର ସାମାଜିକ ଦୂରତା ଭଳି କଠୋର କଟକଣାକୁ ସମସ୍ତେ ଯେଭଳି ଉପହାସ କରିବା ପାଇଁ ପ୍ରସ୍ତୁତ ହୋଇ ଆସିଥିବା ଭଳି ପ୍ରଦର୍ଶନ କରିଥିଲେ। ସାମାଜିକ ଦୂରତା ଭଙ୍ଗ କରୁଥିବା ଲୋକମାନଙ୍କ ପ୍ରତି କଠୋର ଆଭିମୁଖ୍ୟ ଗ୍ରହଣ କରି ଜରିମାନା ଆଦାୟ କରିବାରେ ହେଳା କରୁ ନଥିବା ସେହି ପୋଲିସ ବାବୁମାନଙ୍କର ଉପସ୍ଥିତ ରେ ହିଁ ଖୋଲା ଖୋଲି ଲୋକମାନେ ସମାଜିକ ଦୂରତା ଭଳି କଟକଣା କୁ ଫୁ ରେ ଉଡାଇଦେଇଥିବା ଦେଖିବାକୁ ମିଳିଥିଲା। ହେଲେ ପୋଲିସ ବାବୁମାନେ ଯେଭଳି ସେମାନଙ୍କୁ ବାରଣ କରିବାକୁ ସାହାସ ଜୁଟାଇ ପାରୁ ନଥିଲେ। ତେବେ କଣ ନିରୀହ ଲୋକଙ୍କ କ୍ଷେତ୍ରରେ ହିଁ କେବଳ କଟକଣା। ଖୋଦ ସରକାରଙ୍କର ଜଣେ ବରିଷ୍ଟ ମନ୍ତ୍ରୀ ଓ ପୋଲିସ ଉପସ୍ଥିତରେ ସରକାରଙ୍କ କଟକଣାର ଖୋଲାଖୋଲି ଧଜିଆ ଉଡାଯିବା ଘଟଣାକୁ ନେଇ ସହର ରେ ଚର୍ଚ୍ଚା ଯୋର ଧରିବା ଥିବା ବେଳେ ଅନ୍ୟ ପକ୍ଷରେ ଏହି ଘଟଣାରେ ସରକାରଙ୍କ ନିଷ୍ପତି ତଥା ନିର୍ଦ୍ଦେଶର ସଫଳ ରୂପାୟନ କ୍ଷେତ୍ରରେ ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନର ଆନ୍ତରିକତା ଉପରେ ସ୍ୱଭାବିକ ଉଠିଛି ପ୍ରଶ୍ନ।