Odiapua.com

କେନ୍ଦୁଝରରେ ପୁଣି ଏକ ଲଜ୍ଜା : ଜଣେ ନାବାଳିକାକୁ ଦୀର୍ଘ ଦିନ ଧରି କରାଯାଉଥିଲା ଗଣ ଦୁଷ୍କର୍ମ : ଗୁରୁତର ନାବାଳିକା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି

କେନ୍ଦୁଝର, ୪ ଜାନୁୟାରୀ ୨୦୨୦ (ଓଡ଼ିଆ ପୁଅ/ବିଭୂତି ଭୂଷଣ ପଟ୍ଟନାୟକ) କେନ୍ଦୁଝରରେ ପୁଣି ଏକ ଲଜ୍ଜା। ଜଣେ ନାବାଳିକାକୁ ଦୀର୍ଘ ଦିନ ଧରି ହାଟରୁ ଉଠାଇ ନେଇ କରାଯାଉଥିଲା ଗଣ ଦୁଷ୍କର୍ମ ଓ ଦିଆଯାଉଥିଲା ନିର୍ଯାତନା। ଘଟଣା ପ୍ରଘଟ କେଲେ ହତ୍ୟା କରିବାର ଦିଆଯାଉଥିଲା ଧମକ। ଦୁଷ୍କର୍ମର ଶୀକାର ନାବାଳକା ଏବେ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହେବାପରେ ଏହି ଲଜ୍ଜାକର ଘଟଣା ପଦାକୁ ଆସିଛି।

କେନ୍ଦୁଝର ଜିଲ୍ଲାର ଝୁମ୍ପୁରା ଥାନା ଅଞ୍ଚଳର ଏହି ଘଟଣା। ଏକ ଗ୍ରାମର ଗୋଟିଏ ଗରୀବ ପରିବାରର ତିନି ନାବାଳିକା ଝିଅଙ୍କର ବାପା ମାନସିକ ବିକାରଗ୍ରସ୍ତ ହୋଇଥିବା ବେଳେ କୌଣସି କାମଧନ୍ଦା କରୁ ନଥିଲେ। ଫଳରେ ଘର ଚଳାଇବା ଦାୟିତ୍ୱ ସଂପୂର୍ଣ୍ଣ ଭାବେ ସଂପୃକ୍ତ ନାବାଳିକା ଓ ତାଙ୍କର ଦୁଇ ଭଉଣୀଙ୍କ ଉପରେ ରହିଥିଲା। ମା’ ଓ ନାବାଳିକା ସହ ଅନ୍ୟ ଦୁଇଭଉଣୀ ବିଭିନ୍ନ କାମ ଧନ୍ଦା କରି ନିଜର ଗୁଜୁରାଣ ମେଣ୍ଟାଇବା ସହ ନିଜ ବାଡିରେ ଫଳୁଥିବା ଲେମ୍ବୁ ଗଛରୁ ଲେମ୍ବୁ ତୋଳି ନେଇ ତିନି ନାବାଳିକା ଭଉଣୀ ଗାଁ ପାଖ ହାଟ ସହ କୁକୁଡା ପଡା ଆଦିରେ ବିକ୍ରୀ କରିଥାନ୍ତି। ହେଲେ ସମୟ କ୍ରମେ ମାସେ ପୂର୍ବେ ଜୁରୁଡି ଅଞ୍ଚଳର ଜଣେ ବ୍ୟକ୍ତିଙ୍କ ସହ ପରିଚୟ ହୁଏ। ଏବଂ ସଂପୃକ୍ତ ବ୍ୟକ୍ତି ଜଣଙ୍କ ବିବାହର ପ୍ରତିଶ୍ରୃତି ଦେଇ ତାକୁ ହାଟରୁ ନେଇ ନିୟମିତ ଦୁଷ୍କର୍ମ କରୁଥିଲା। ତେବେ ଗତ ୩୦ ତାରିଖ ସୋମବାର ସଂନ୍ଧ୍ୟାରେ ସଂପୃକ୍ତ ବ୍ୟକ୍ତି ଜଣକ ନାବାଲିକା ଜଣଙ୍କୁ ଅସୁରଖୋଲ ଜଙ୍ଗଲର ନିଛାଟିଆ ସ୍ଥାନକୁ ଦୁଷ୍କର୍ମ କରିବା ସହ ତାଙ୍କ ସହ ଅନ୍ୟ ସାଙ୍ଗ କେତେଜଣ ସାମିଲ ହୋଇଥିଲେ। ଏବଂ କାହାକୁ କିଛି କହିଲେ ଜୀବନରେ ମାରି ଦେବାକୁ ଧମକ ଦେଇଥିଲେ। ସେଦିନ ସେମାନେ ନାବାଲିକା ପୀଡିତାଙ୍କୁ ମୋଟର ସାଇକେଲରେ ଛାଡିବାକୁ ଆଣୁଥିବା ବେଳେ ସମୟରେ ମୋଟର ସାଇକେଲ ଟି ଗଛରେ ପିଟି ହୋଇଯାଇ ଦୁର୍ଘଟଣାଗ୍ରସ୍ତ ଘଟିଥିଲା। ଏବଂ ନାବାଳିକାଟିର ଗୋଡ ଭାଙ୍ଗିଯିବା ସବ ଶରୀର ର ବିଭିନ୍ନ ସ୍ଥାନରେ କ୍ଷତ ମଧ୍ୟ ହୋଇଥିଲା। ୩୧ ତାରିଖ ଦିନ ସକାଳେ ପୀଡିତା ନାବାଳିକା ଜଣଙ୍କ ନିଜ ଘରପାଖ ଅନ୍ୟ ଜଣେ ବ୍ୟକ୍ତିଙ୍କ ଘର ବାରଣ୍ଡାରେ ଶୋଇଥିବା ତାଙ୍କ ମା ଦେଖିଥିଲେ। ଦୁର୍ଘଟଣାରେ ପୀଡିତା ଜଣଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ଥିବା ବେଳେ ତାଙ୍କର ଗୋଡର ଚକି ଭାଙ୍ଗି ଯାଇଥିବା ଜଣା ପଡିଥିଲା। ଏହାପରେ ଝୁମ୍ଫୁରା ଡାକ୍ତରଖାନା ଓ ପରେ ତାଙ୍କ ମା ୩୧ ତାରିଖରେ ତାକୁ ଆଣି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରିଥିଲେ। ଏଭଳି ଏକ ଘଟଣା ଜଣାପଡିବା ପରେ ଶଖୀ ସଂସ୍ଥା ପକ୍ଷରୁ ପୋଲିସକୁ ଖବର ଦିଆଯିବା ପରେ ଗତକାଲି ତଥା ୩ ତାରିଖ ଶୁକ୍ରବାର ଦିନ ରାତି ପ୍ରାୟ ୧୧ ଟା ସମୟରେ ଝୁମ୍ପୁରା ପୋଲିସ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ଆସି ପୀଡିତା ଙ୍କ ବୟାନ ରେକର୍ଡ କରିବା ସହ ମା ଙ୍କ ଠାରୁ ଏତଲା ଗ୍ରହଣ କରିଛନ୍ତି ଯେଉଁଥିରେ ଦୁଇଜଣ ଦୁଷ୍କର୍ମକାରୀଙ୍କର ନାମ ରହିଥିବା ଜଣା ପଡିଛି। ଝୁମ୍ପୁରା ପୋଲିସ କେଶ ନଂ ୩/୨୦୨୦ ରେ ମାମଲା ରୁଜୁ କରାଯାଇଥିବା ବେଳେ ଧାରା ୩୬୩/ ୫୦୬/ ୩୭୬ ସହିତ ପୋସ୍କୋ ଆକ୍ଟରେ ଏକ କେଶ ରୁଜୁ କରି ତଦନ୍ତ ଆରମ୍ଭ କରିଛି।

ଏହି ଘଟଣା ସଂମ୍ପର୍କରେ ଏସ୍ ପି ଙ୍କୁ ପଚାରିବାରୁ ଏକ କେଶ ହୋଇ ତଦନ୍ତ ଚାଲିଛି ବୋଲି କହିଥିଲେ ସୁଦ୍ଧା ଅନ୍ୟ କିଛି କହିବାକୁ ମନା କରି ଦେଇଛନ୍ତି। ସେହିପରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ସିଡିଏମ୍ଓ ଓ ଏଡିଏମ୍ଓ ମଧ୍ୟ କିଛି କହିବାକୁ ମନାକରି ଦେଇଛନ୍ତି।