କେନ୍ଦୁଝର, ୨୩ ଜାନୁୟାରୀ (ଓଡ଼ିଆ ପୁଅ/ବିଭୂତି ଭୂଷଣ ପଟ୍ଟନାୟକ) କେନ୍ଦୁଝର ରେ ଦୀର୍ଘ ଆଠ ମାସ କାଳ ଦରମା ନ ପାଇଁ ଜିଲ୍ଲା ପ୍ରକଳ୍ପ ସଂଯୋଜକ ଙ୍କ କାର୍ଯ୍ୟାଳୟକୁ ଆଜି ଶୁକ୍ରବାର ଦିନ ଘେରିଛନ୍ତି କଳା ଓ କ୍ରୀଡା ଶିକ୍ଷକମାନେ। ରାଜ୍ୟ ସରକାର ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ କଳା ଅନ୍ତର୍ନିହିତ କ୍ରୀଡା କୁ ଉଜାଗର କରିବା ପାଇଁ ସବୁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କଳା ଓ କ୍ରୀଡା ଶିକ୍ଷକ ନିଯୁକ୍ତ କଲେ। ଏମାନଙ୍କୁ ମାସକୁ ମାସ ଦରମା ମଧ୍ୟ ଦେଲେ। ହେଲେ କରୋନା ମହାମାରୀ ସମୟରେ ରାଜ୍ୟ ର ଅନେକ ବିଦ୍ୟାଳୟରେ କଳା ଓ କ୍ରୀଡା ଶିକ୍ଷକ ଙ୍କର ଦରମା ମେ ମାସ ୨୦୨୦ ରୁ ବନ୍ଦ କରିଦେଲେ। ଏହା ସହ ଶହେ ରୁ କମ ଛାତ୍ର ଛାତ୍ରୀ ଥିବା ବିଦ୍ୟାଳୟ ଗୁଡୁକର ଶିକ୍ଷକ ଓ ଶିକ୍ଷୟତ୍ରୀ ମାନଙ୍କର ଦରମା ମଧ୍ୟ ମାର୍ଚ୍ଚ ମାସରୁ ବନ୍ଦ କରି ଦିଆ ଯାଇଛି। ଏହି ଏକ ବର୍ଷ ଧରି ଏହି ଶିକ୍ଷକ ମାନେ ବିନା ଦରମା ରେ କୋଭିଡ କାମ ମଧ୍ୟ କରୁଥିଲେ। ହେଲେ ଆଜି ପର୍ଯ୍ୟନ୍ତ ସରକାର ସେମାନଙ୍କର ଦରମା ଦେବା ନେଇ କୈାଣସି ଘୋଷଣା କରୁ ନଥିବା ସେମାନେ ଅଭିଯୋଗ କରିଛନ୍ତି। ତେଣୁ ବାଧ୍ୟ ହୋଇ ଆଜି ସମଗ୍ର ଜିଲ୍ଲାରୁ ପ୍ରାୟ ୨୫୦ ରୁ ଉର୍ଦ୍ଧ କଳା ଓ କ୍ରୀଡା ଶିକ୍ଷକ ଶିକ୍ଷୟତ୍ରୀ ମାନେ ଏକ ବିରାଟ ଶୋଭାଯାତ୍ରା ରେ ଆସି ଜିଲ୍ଲା ପ୍ରକଳ୍ପ ସଂଯୋଜକ ଙ୍କ କାର୍ଯ୍ୟାଳ୍ୟ ଘେରିବା ସହ ସମ୍ମୁଖ ରେ ଧାରଣା ଦେଇଛନ୍ତି। ଅନ୍ୟ କିଛି ଜ୍ଲିଲ୍ଲାର ଶିକ୍ଷକ ମାନଙ୍କୁ ଏକ ବର୍ଷର ଦରମା ପ୍ରଦାନ କରାଯାଇଥିବା ବେଳେ କେନ୍ଦୁଝର ଜିଲ୍ଲା ର ଅଧୀକାରୀ କାହିକିଁ ଦରମା ଦେଉ ନାହାନ୍ତି ବୋଲି ଜିଲ୍ଲା କଳା ଓ କ୍ରିଡା ମହାସଙ୍ଘ ସଂପାଦକ ବିଶ୍ୱନାଥ ନାଏକ ଓ ସଭାପତି ଦୀନମଣି ମହାନ୍ତ ପ୍ରମୁଖ ପ୍ରଶ୍ନ କରିଛନ୍ତି। ଦରମା ନ ପାଇବା ପର୍ଯ୍ୟନ୍ତ ଏହି ଧାରଣା ଚାଲୁ ରହିବ ବୋଲି ଆନ୍ଦୋଳନ ରତ ଶିକ୍ଷକ ଓ ଶିକ୍ଷୟତ୍ରୀ ମାନେ ଚେତାବନୀ ଦେଇଛନ୍ତି।। ଏନେଇ ଜିଲ୍ଲା ପ୍ରକଳ୍ପ ସଂଯୋଜକ ଙ୍କର ପ୍ରତିକ୍ରୀୟା ମିଳି ପାରି ନାହିଁ।