Odiapua.com

କେନ୍ଦୁଝରରେ ଗ୍ରାହକଙ୍କ ଠାରୁ ନେସ୍କୋ ଆଦାୟ କରୁଛି ଜିଜିଆ କର

କେନ୍ଦୁଝର ତା ୧୩.୩.୧୮ (ଓଡ଼ିଆ ପୁଅ/ବିଭୂତି ଭୂଷଣ ପଟ୍ଟନାୟକ) କେନ୍ଦୁଝର ଜିଲ୍ଲରେ ଗ୍ରାହକ ମାନଙ୍କ ଠାରୁ ନେସ୍କୋ ଆଦାୟ କରୁଛି ଜିଜିଆ କର। କେନ୍ଦୁଝର ରେ ନେସ୍କୋ ଗ୍ରାହକ ମାନଙ୍କ ଠାରୁ ସେମାନେ ବ୍ୟବହାର କରୁଥିବା ବିଦ୍ୟୁତ ବାବଦ ଦେୟ କେବଳ ଆଦାୟ କରୁନାହିଁ ବଂର ଏଥିସହ ଚତୁରତାର ସହ ଫିକ୍ସଡ ଡିମାଣ୍ଡ ଚାର୍ଯ୍ୟ ଓ ଇଲେକ୍ଟ୍ରିସିଟି ଡ୍ୟୁଟି ନାମରେ ମଧ୍ୟ ଅର୍ଥ ଆଦାୟ କରୁଛି। ନେସ୍କୋ ଗ୍ରାହକମାନଙ୍କ ଠାରୁ ବିଦ୍ୟୁତ ଦେୟ ଆଦାୟ କରିବା ଦିଗରେ ଯେଭଳି ଗୁରୁତ୍ୱ ଦେଉଛି, ସେବା ଯୋଗାଇବା ଦିଗରେ ତା ଅପେକ୍ଷା ବହୁଗୁଣ ଅବହେଲା କରୁଥିବା ଗ୍ରାହକମାନଙ୍କର ନିୟମିତ ଅଭିଯୋଗ ହେବାରେ ଲାଗିଛି।କିନ୍ତୁ ଏଦିଗରେ ସଚେତନ ହୋଇ ଗ୍ରାହକଙ୍କୁ ଉପଯୁକ୍ତ ସେବା ଯୋଗାଇବାରେ ନେସ୍କୋ ଅନାଗ୍ରହ ମନୋଭାବ ପୋଷଣ କରିଆସୁଅଛି। ଦିନକି ରାତି ଘଟାଂ ଘଟାଂ ଧରି ବାରମ୍ବାର ବିଦ୍ୟୁତ ଚାଲିଯିବା ଏବଂ ଲୋ ଭୋଲଟେଜ ପ୍ରାୟ ତ ଏକ ନିତିଦିନିଆ ଘଟଣା ହୋଇଛି। ଏପରିକି ବିଦ୍ୟୁତବିଭ୍ରାଟ କିମ୍ବା କୌଣସି ଅଘଟଣ ସଂପର୍କରେ ତୁରନ୍ତ ସୂଚନା ଦେବାକୁ ଫିଉଜକଲ ଅଫିସରେ ରହିଆସିଥିବା ଟେଲିଫୋନ ଟି ଗତ କିଛିମାସ ହେବ ଅଚଳ ହୋଇ ରହିଥିଲେ ମଧ୍ୟ ଉଦ୍ଦେଶ୍ୟମୂଳକ ଭାବେ ମରାମତି କରାଯାଉନାହିଁ। ଫଳରେ ସହରର ଗ୍ରାହକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। କିନ୍ତୁ ଅବସ୍ଥା ସୁଧାରିବାରେ ଦିଗରେ ବିଭାଗୀୟ ଅଧିକାରୀମାନେ ଆଗ୍ରହ ପ୍ରକାଶ କରୁନାହାଁନ୍ତି। ଫଳରେ ଗ୍ରାହକ ମାନଙ୍କ ମଧ୍ୟରେ ସ୍ୱଭାବିକ ଭାବେ ଅସନ୍ତୋଷ ବଢିବଢି ଚାଲିଛି। ଏପରିକି ସହରବାସୀଙ୍କୁ ଠିକ ସମୟରେ ବିଦ୍ୟୁତ ସେବା ଯୋଗାଇ ଦେବା ଲାଗି ସ୍ଥାନୀୟ କାର୍ଯ୍ୟାଳୟରେ ଆବଶ୍ୟକ ସଂଖ୍ୟକ ଟେକ୍ନିକାଲ କର୍ମଚାରୀ ନିଯୁକ୍ତ ଦିଆ ଯାଉନାହିଁ। ଦୀର୍ଘବର୍ଷ କାମକରି ଅବସର ଗ୍ରହଣ କରୁଥିବା ଅଭିଜ୍ଞ କର୍ମଚାରୀଙ୍କ ସ୍ଥାନରେ ନୂତନ କର୍ମଚାରୀ ନିଯୁକ୍ତି ଦିଆଯାଉନାହିଁ କିମ୍ବା ସେମାନଙ୍କ ଅଭିଜ୍ଞତା କୁ ଉପଯୋଗ କରିବା ଦିଗରେ ଗୁରୁତ୍ୱ ଦିଆଯାଉନାହିଂ।ଅଥଚ ଅନ୍ୟ ପକ୍ଷରେ କଳେବଳେ କୌଶଳରେ ଗ୍ରାହକ ମାନଙ୍କ ଠାରୁ ଦେୟ ଆଦାୟ କରିବାକୁ ଉଚ୍ଚ ବେତନଭୋଗୀ କର୍ମଚାରୀ, ଅଧିକାରୀ ନିଯୁକ୍ତି ଦିଆଯାଉଥିବା ଅଭିଯୋଗ ହେଉଛି। ଏବଂ ଏପଟେ ଗ୍ରାହକ ମାନଙ୍କ ଦ୍ୱାରା ବ୍ୟବହାର କରାଯାଉଥିବା ବିଦ୍ୟୁତ ବାବଦ ଦେୟ ସହ ଚତୁରତାରେ ଇଲେକ୍ଟ୍ରିକ ଡ୍ୟୁଟି ଓ ଫିକ୍ସଡ ଡିମାଣ୍ଡ ଚାର୍ଯ୍ୟସ୍ ନାମରେ ଅର୍ଥ ଆଦାୟ କରାଯାଉଅଛି। ଗ୍ରାହକଙ୍କ ବିଦ୍ୟୁତ ଦେୟ ପରିମାଣନୁଶାରେ ଇଲେକ୍ଟ୍ରି ଡ୍ୟୁଟି ଓ ଲୋଡନୁଶାରେ ଫିକ୍ସଡ ଡିମାଣ୍ଡ ଚାର୍ଯ୍ୟସ୍ ଧାର୍ଯ୍ୟ କରାଯାଇ ସ୍ପଷ୍ଟ ଦିବାଲୋକରେ ଗ୍ରାହକମାନଙ୍କୁ ଶୋଷଣ କରାଯାଉଛି। ଆଗାମୀ ଦିନରେ ବିଦ୍ୟୁତ ଉପଭୋକ୍ତା ସଘଂ ପକ୍ଷ ନେସ୍କୋ ର ଏତାଦୃଶ୍ୟ ଗ୍ରାହକ ଶୋଷଣ କାର୍ଯ୍ୟକ୍ରମ ବିରୁଦ୍ଧରେ ଆନ୍ଦୋଳନ ଆରମ୍ଭ କରାଯିବାର ପ୍ରସ୍ତୁତି ଆରମ୍ଭ ହେଉଥିବା ସୂଚନା ମିଳିଛି।