Odiapua.com

କେନ୍ଦୁଝରରେ ଇଭିଏମ ଥିବା ଷ୍ଟ୍ରଙ୍ଗ୍ ରୁମରେ ଶାସକ ଦଳର ନେତା ମାନେ ଅନଧିକାର ପ୍ରବେଶ କରୁଥିବା ପ୍ରସଙ୍ଗରେ

ରାଜ୍ୟରେ ଇଭିଏମ ଥିବା ସମସ୍ତ ଷ୍ଟ୍ରଙ୍ଗ୍ ରୁମରେ କେନ୍ଦ୍ରୀୟ ସୁରକ୍ଷାବଳ ମୁତୟନ ଓ ସିସିଟିଭି ଲଗାଯାଉ:ବିଜେପି
ଭୁବନେଶ୍ୱର, ତା ୨୭/୦୪(ଓଡ଼ିଆ ପୁଅ): କେନ୍ଦୁଝର ଲୋକସଭା ନିର୍ବାଚନ ମଣ୍ଡଳିର ସମସ୍ତ ଇଭିଏମ ଥିବା କେନ୍ଦୁଝର ମାଇନିଂ ସ୍କୁଲରେ ଥିବା ଷ୍ଟ୍ରଙ୍ଗ୍ ରୁମରେ ଏକ ମହିନ୍ଦ୍ରା ବୋଲେରୋ ନମ୍ବର-ଓଆର୦୯-ଜେ-୮୭୭୭ ଥିବା ଗାଡିଟିରେ କିଛି ଅଜ୍ଞାତ ବ୍ୟକ୍ତିମାନଙ୍କୁ ବିଜେପିର କାର୍ଯ୍ୟକର୍ତା ମାନେ ଧରିଥିଲେ। ସେମାନେ ଦୀର୍ଘ ସମୟ ପର୍ଯ୍ୟନ୍ତ ତାଙ୍କର ପରିଚୟ ଦେଇ ପାରିନଥିଲେ। ଏଥିରୁ ଏବେ ଏକ ବଡ ସନ୍ଦେହ ସୃଷ୍ଟି ହୋଇଛି ଯେ ଇଭିଏମ ଥିବା ଷ୍ଟ୍ରଙ୍ଗ୍ ରୁମରେ ଯେଉଁଠିକୁ କେହି ଅନାଧିକାର ପ୍ରବେଶ କରିପାରିବା କଥା ନୁହେଁ ସେଠାରେ କିପରି ଅନଧିକାର ପ୍ରବେଶ ହେଉଛି। ସୁରକ୍ଷା ବ୍ୟବସ୍ଥା କଡାକଡି କରାନଯିବା ଫଳରେ ସେଠାରେ ଏଭଳି ପରିସ୍ଥିତି ଉପୁଜୁଛି। ରାଜ୍ୟ ଉପ ସଭାପତି ଶ୍ରୀ ସମୀର ମହାନ୍ତି ନେତୃତ୍ୱରେ ଏକ ପ୍ରତିନିଧି ଦଳ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରଙ୍କୁ ଭେଟି ଏହି ଘଟଣାର ତଦନ୍ତ କରିବା ପାଇଁ ଦାବି କରିଛନ୍ତି।

ସାରା ରାଜ୍ୟରେ ଥିବା ସମସ୍ତ ଷ୍ଟ୍ରଙ୍ଗ୍ ରୁମରେ କେନ୍ଦ୍ରୀୟ ସୁରକ୍ଷାବଳ ମୁତୟନ କରାଯିବା ସହ ସେହି ସ୍ଥାନମାନଙ୍କରେ ସିସିଟିଭି କ୍ୟାମେରା ଲଗାଯାଇ ଏହାଉପରେ କଡା ନଜର ରଖାଯାଉ ବୋଲି ଏହି ପ୍ରତିନିଧି ଦଳ ଦାବି କରିଛି।

ଏହି ପ୍ରତିନିଧି ଦଳରେ ରାଜ୍ୟ ଉପସଭାପତି ଶ୍ରୀ ରମାରଂଜନ ବଳିଆରସିଂ ଏବଂ ନିର୍ବାଚନ ପ୍ରକୋଷ୍ଠର ଆବାହକ ଶ୍ରୀ ରବିଶଙ୍କର ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ।