Odiapua.com

କେନ୍ଦୁଝର:ଝୁମ୍ପୁରା ଥାନା ଅଚଂଳରେ ବଢୁଛି ଚୋରୀ ଓ ଲୁଟ:ପୋଲିସ ଉପରୁ ତୁଟୁଛି ଭରସା

କେନ୍ଦୁଝର, ୨୨ ଜାନୁୟାରୀ (ଓଡ଼ିଆ ପୁଅ/ବିଭୂତି ଭୂଷଣ ପଟ୍ଟନାୟକ) କେନ୍ଦୁଝର ଜିଲ୍ଲାର ଆଇନ ଶୃଙ୍ଖଳା ଉପରେ ବିଭିନ୍ନ ମହଲରୁ ପ୍ରଶ୍ନ ଉଠିଥିବା ବେଳେ ଏହାକୁ ସଜାଡିବା ଦିଗରେ ପୋଲିସ ସଫଳ ହୋଇ ପାରୁ ନାହିଁ। ଜିଲ୍ଲାର ଖୋଦ ମୁଖ୍ୟାଳୟ ପରେ ଏବେ ଝୁମ୍ପୁରା ଅଂଚଳରେ ଆଇନ ଶୃଙ୍ଖଳା ଅଧୋଗତି କାରଣରୁ ଚୋରୀ, ଲୁଟ ଆଦି ବଢୁଥିବା ଅଭିଯୋଗ ଆସୁଛି। କେନ୍ଦୁଝର ସହରେ ଦିନକୁ ଦିନ ଚୋରୀ, ଲୁଟେରା, ଅସମାଜିକ ଲୋକଙ୍କ ସହ ମଦ୍ୟପଙ୍କର ପାଦୁର୍ଭାବ ବଢୁଥିବା ବେଳେ ଏବେ ଝୁମ୍ପୁରା ଥାନା ଅଚଂଳରେ ଚୋରୀ, ଲୁଟ ବଢିବାରେ ଲାଗିଛି। ଚଳିତ ମାସ ୧୪ ତାରିଖ ଠାରୁ ୨୦ ତାରିଖ ପର୍ଯ୍ୟନ୍ତ ଝୁମ୍ପୁରା ବାଇପାସ ପାଖରେ ଥିବା ଘର, ବାଲିବନ୍ଧ, ଅର୍ଶଳା ଗ୍ରାମରୁ ୪ ଟି ଚୋରି ଘଟଣା ଘଟି ସାରିଲାଣି। ଏ ନେଇ କ୍ଷତିଗ୍ରସ୍ଥ ପରିବାର ପକ୍ଷରୁ ଥାନାରେ ଏତଲା ଦିଆଯାଇଛି। ଏହା ବ୍ୟତିତ ଜାତୀୟ ରାଜପଥ ପାଶ୍ୱର୍ରେ ପାର୍କିଂ ଥିବା ଟ୍ରକ ଗୁଡିକରୁ ଡିଜେଲ ଚୋରି ଘଟଣା ଦୈନ ଦିନ ଘଟଣାରେ ପରିଣତ ହୋଇଛି। ରାତ୍ରୀ ୯ ଟା ପରେ ଝୁମ୍ପୁରା ବଜାରର ନିର୍ଦ୍ଧିଷ୍ଟ ୨ଟି ଜାଗା, ବ୍ଲକ କାର୍ଯ୍ୟାଳୟ ରାସ୍ତା, ବିଦେଶୀ ମଦ ଦୋକାନ ପାଖ କେନାଲ ରାସ୍ତା, ଦୂର୍ଗାପୁର ଗାଁ ଛକ, ଶ୍ରୀରାମପୁର ଛକ ରାସ୍ତା ଉପରେ ଅସାମାଜିକ କାର୍ଯ୍ୟା କଳାପ ବୃଦ୍ଧି ପାଇବାରେ ଲାଗିଛି। କିଛି ସଂଖ୍ୟାରେ ଯୁବକ ଉପରୋକ୍ତ ସ୍ଥାନ ଗୁଡିକରେ ଏକାଠି ହୋଇ ନିଶାସକ୍ତ ଅବସ୍ଥାରେ ହୋ ହାଲ୍ଲା କରିବା, ଲୋକଙ୍କୁ ମରପିଟ କରିବା ସହିତ ରାସ୍ତା ଉପରେ ଆଡ୍ଡା ଜମାଉଛନ୍ତି। ଉପରୋକ୍ତ ଅଭିଯୋଗ ନେଇ ବୁଦ୍ଧିଜିବୀ ଫୋରମ ରୁ ଝୁମ୍ପୁରା ଥାନାକୁ ଅବଗତ କରାଯାଇଥିଲେ ହେଁ, ପୋଲିସ ର ଏକମାତ୍ର ଉତର ଆମେ ଦେଖୁଛୁ। ଲୁଟ କରୁଥିବା ଯୁବକ ମାନଙ୍କ ହାତରେ ପିସ୍ତଲ ଓ ଭୁଜାଲି ରହୁଥିବା କଥା ଲୁଟର ଶିକାର ହେଉଥିବା ଲୋକମାନେ ବିଶେଷ ଭାବେ ଟ୍ରକ ଗୁଡିକର ଡ୍ରାଇଭର ମାନେ କହଛନ୍ତି। ଗତ ୧୪ ତାରିଖ ବିଳମ୍ବିତ ରାତ୍ରୀ ରେ ଏକ ଓମିନି ଗାଡି ନଂ-ଓଡି ୦୯ଡି-୬୮୭୨ରୁ ଥାନା ନିକଟରେ ୪ଥର ଗୁଳି ଫୁଟା ଯାଇଥିବା ବିଭିନ୍ନ ସୂତ୍ରରୁ ଜାଣିବାକୁ ମିଳିଥିବା ବେଳେ ୨ଦିନ ପରେ ଉକ୍ତ ଓମିନି ଗାଡିକୁ ପୋଲିସ ଜବତ କରିଛି। କିନ୍ତୁ ଗୁଳି ଫୁଟିବା ସମ୍ବନ୍ଧରେ ଝୁମ୍ପୁରା ଥାନାଧିକାରୀ ମୁହଁ ଖୋଲୁ ନାହାଁନ୍ତି କିମ୍ବା ଓମିନି ଗାଡି ଜବତ ଘଟଣାରେ ପୋଲିସ ବର୍ତମାନ ପର୍ଯ୍ୟନ୍ତ କହାରିକୁ ଗିରଫ କରିନାହିଁ। ଯେଉଁଥିପାଇଁ ପୋଲିସ ଉପରେ ଲୋକଙ୍କର ଆସ୍ଥା ତୁଟିବାରେ ଲାଗିଛି। ଏଭଳି ସ୍ଥିତିରେ ବିଭାଗୀୟ ଜିଲ୍ଲା କର୍ତ୍ତୃପକ୍ଷ ତୁରନ୍ତ ଏଥିରେ ହସ୍ତେକ୍ଷପ କରିବା ଅଧିକ ଆବଶ୍ୟତା ରହିଥିବା ମତ ପ୍ରକାଶ ପାଇଛି।