Odiapua.com

କେନାଲ ବାଡରେ ପିଟିହୋଇ ବାଇକ ଆରୋହୀ ମୃତ

ଭଦ୍ରକ, ୨୫ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଭଣ୍ଡାରିପୋଖରୀ ବ୍ଲକ୍ ମଞ୍ଜୁରୀରୋଡ ଫାଣ୍ଡି ଅନ୍ତର୍ଗତ ସାନଶାସନ ପଞ୍ଚାୟତ ବାହାଦୁଲନଗର ଗ୍ରାମରେ ସଡକ ଦୁର୍ଘଟଣାରେ ଜଣେ ଯୁବକ ଗତକାଲି ମୃତ୍ୟୁବରଣ କରିଛି। କେଉଁଝର ଜିଲ୍ଲା ଶାଳଣିଆ ଅଞ୍ଚଳରେ ଥିବା ମଙ୍ଗରାଜପୁର ଗ୍ରାମର ଆଶିଷ କୁମାର ବେହେରା(୨୮) ଦିନ ୨ଟା ସମୟରେ ସୁଦାବାଜ ଗ୍ରାମର ଶ୍ୱଶୁର ଘରକୁ ବାଇକ ଯୋଗେ ଆସୁଥିବା ବେଳେ ବାହାଦୁଲନଗର ଗ୍ରାମକୁ ସଂଯୋଗକାରୀ ମନ୍ତ୍ରେଶ୍ୱରୀ ପୀଠ ନିକଟ କେନ୍ଦୁଆପଦା ମାଇନର କେନାଲ ଉପରେ ନିର୍ମିତ ପୋଲ ତଳକୁ ଭାରସାମ୍ୟ ହରାଇ ବାଇକ ସହ ଖସିପଡିଥିଲା। କେନାଲ ପାଣିରେ ବାଇକ ତଳେ ରହିଯିବା ଫଳରେ ଆଶିଷ ଘଟଣାସ୍ଥଳରେ ପ୍ରାଣ ହରାଇଥିଲା। ଘଟଣାସ୍ଥଳରେ ଥିବା ଲୋକେ ଆଶିଷକୁ ଉଦ୍ଧାର କରି ଭଣ୍ଡାରିପୋଖରୀ ମେଡିକାଲକୁ ପଠାଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରି ଥାନାକୁ ସୂଚନା ଦେଇଥିଲେ। ପୁଲିସ ଶବ ଜବତ କରିଛି। ଏଥିନେଇ କୌଣସି ଅଭିଯୋଗ ଥାନାରେ ହୋଇନଥିବା ଜଣାଯାଇଛି।