Odiapua.com

କେତେ ପରିଷ୍କାର ରାଜଧାନୀ ଭୁବନେଶ୍ଵର ?

ଭୁବନେଶ୍ଵର, ୦୧/୦୮, (ଓଡ଼ିଆ ପୁଅ/ ପଙ୍କଜିନୀ ନାୟକ):କଟକ ପରେ ଏବେ ରାଜଧାନୀବାସୀଙ୍କୁ ଘାରିଛି ଜଣ୍ଡିସ ଭୟ। ବର୍ଷା ଦିନ ଯୋଗୁଁ ଚାରିଆଡ଼େ କୁଢ଼ କୁଢ଼ ଅଳିଆ ପଡି ରହିଛି। ଶିକ୍ଷିତ ହୋଇ ମଧ୍ୟ ସଚେତନ ହେଉନାହାନ୍ତି ରାଜଧାନୀ ବାସୀ।

ଏଥିପାଇଁ ବିଏମସି ଦାୟୀ ବୋଲି ସେମାନେ ଅଭିଯୋଗ କରିଛନ୍ତି। ରାସ୍ତାରେ ପଡ଼ି ରହୁଥିବା ଅଳିଆକୁ ସଫା କରିବା ପାଇଁ କୌଣସି ବ୍ୟବସ୍ଥା କରାଯାଉନାହିଁ। ଯାହାଦ୍ୱାରା ଜଣ୍ଡିସ, ଡେଙ୍ଗୁ ଭଳି ମାରାତ୍ମକ ରୋଗ ହେବାର ଆଶଙ୍କା ରହିଛି।

ଗତ କିଛିଦିନ ହେଲା କଟକ, ବାଲେଶ୍ୱରରେ କାୟା ବିସ୍ତାର କରିଛି ଜଣ୍ଡିସ।