Odiapua.com

କେକେଏସ ମହିଳା କଲେଜରେ ବିଶ୍ୱ ମହିଳା ଦିବସ

ବାଲେଶ୍ୱର, ୯ା୩(ଓଡ଼ିଆ ପୁଅ/ଅଭୟ ଦାସ): ବାଲେଶ୍ୱର କୁନ୍ତଳା କୁମାରୀ ମହିଳା ମହାବିଦ୍ୟାଳୟ ପକ୍ଷରୁ ଜାତୀୟ ସେବା ଯୋଜନା ଆନୁକୂଲ୍ୟରେ ବିଶ୍ୱ ମହିଳା ଦିବସ ପାଳିତ ହୋଇଯାଇଛି। ମହାବିଦ୍ୟାଳୟ ଅଧ୍ୟକ୍ଷା ଡ. ସୁବ୍ରତା ଦେବାଙ୍ଗନା ଏଥିରେ ସଭାପତିତ୍ୱ କରିବା ସହିତ ମହିଳା ଦିବସ ପାଳନର ଆଭିମୁଖ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ। ସମ୍ପ୍ରତି ରାଷ୍ଟ୍ର ନିର୍ମାଣରେ ମହିଳାମାନେ ପୁରୁଷ ସହ ସମକକ୍ଷ ହୋଇପାରିଥିବା ବେଳେ ସେମାନଙ୍କ ସାମ୍ବିଧାନ ଅଧିକାର ସୁରକ୍ଷା ଦିଗରେ ସବୁ ମହଲରୁ ଉଦ୍ୟମ କରିବାକୁ ଅଧ୍ୟକ୍ଷା ଡ. ଦେବାଙ୍ଗନା ଆହ୍ୱାନ ଦେଇଥିଲେ। ଉଦ୍ଭିଦ ବିଜ୍ଞାନ ବିଭାଗ ଅଧ୍ୟାପିକା ନିଖତ ନୁରଙ୍କ ସଂଯୋଜନାରେ ଆୟୋଜିତ କାର୍ଯ୍ୟକ୍ରମରେ ଅତିଥି ଅଧ୍ୟାପକ ଡ. ରାଧାଗୋବିନ୍ଦ କୁଇଲା, ରାଜନୀତି ବିଜ୍ଞାନ ଅଧ୍ୟାପକ ସଂଜୟ କୁମାର ସ ଯୋଗଦେଇ ମହିଳା ଦିବସ ପାଳନର ଯଥାର୍ଥତା ଓ ସାମ୍ପ୍ରତିକ ସମାଜରେ ନାରୀ ପ୍ରଗତି ଓ ସଶକ୍ତୀକରଣ ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ। ଏହି ଅବସରରେ ‘ବିକାଶଶୀଳ ଦେଶରେ ମହିଳା ସଶକ୍ତୀକରଣ ଏକ କାଳ୍ପନିକ ଚିନ୍ତାଧାରା’ ଶୀର୍ଷକ ତର୍କ ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ଏଥିରେ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା। ଅଧ୍ୟାପିକା ଅର୍ଚ୍ଚନା ପଶାୟତ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।