Odiapua.com

କୃଷ୍ଣ ଚରଣ ବିଦ୍ୟାମନ୍ଦିରରେ ବ୍ଲକ ସ୍ତରୀୟ କ୍ରୀଡ଼ା ଉତ୍ସବ, ଭାଗନେଲେ ୧୦୪୯ ଛାତ୍ର ଛାତ୍ରୀ

ଭଦ୍ରକ, ୧୬ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ବନ୍ତ ବ୍ଲକ ସ୍ତରୀୟ କ୍ରୀଡ଼ା ଉତ୍ସବ କୃଷ୍ଣ ଚରଣ ବିଦ୍ୟାମନ୍ଦିର ଏବଂ ନିମପଡ଼ା ଖେଳ ପଡ଼ିଆ ଠାରେ ଅନୁଷ୍ଠିତ ହୋଇଯାଇଛି । ଫୁଟ୍ ବଲ୍‌, ଭଲି ବଲ୍‌, କବାଡ଼ି, କ୍ରୀକେଟ୍‌, ଖୋଖ ଆଦି କ୍ରୀଡ଼ା ପ୍ରତିଯୋଗିତାରେ ମୋଟ୍ ବନ୍ତ ବ୍ଲକରେ ଥିବା ୨୫ଗୋଟି ପଞ୍ଚାୟତରୁ ଯୁବ କ୍ରୀଡ଼ାବିତ୍ ମାନେ ଅଂଶଗ୍ରହଣ କରିଥିଲେ । ପ୍ରାରମ୍ଭରେ ଆୟୋଜିତ କ୍ରୀଡ଼ା ଉତ୍ସବକୁ ଭଣ୍ଡାରିପୋଖରୀ ବିଧାୟକ ପ୍ରଫୁଲ୍ଲ ସାମଲ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରି କହିଲେ, ରାଜ୍ୟ ସରକାର କ୍ରୀଡ଼ାକୁ ଗୁରୁତ୍ୱାରୋପ କରୁଥିବା ବେଳେ ଏଥିରେ ଅଧିକରୁ ଅଧିକ ସଂଖ୍ୟାରେ ଭାଗ ନେଇ ଭବିଷ୍ୟତରେ ସଫଳ କ୍ରୀଡ଼ାବିତ୍ ହେବାକୁ ପରାମର୍ଶ ଦେଇଥିଲେ । ଏନେଇ ଆୟୋଜିତ ସଭାକୁ ବନ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରଦୀପ କୁମାର ସେଠୀ ପୌରହିତ୍ୟ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପ୍ରଫୁଲ୍ଲ କୁମାର ଜେନା, ବନ୍ତ ବ୍ଲକ ଅଧ୍ୟକ୍ଷ ମନୋରଞ୍ଜନ ଘଡ଼େଇ, ଉପାଧ୍ୟକ୍ଷା ପ୍ରଗତିବାଳା ସ୍ୱାଇଁ, ଜିଲ୍ଲା ପରିଷଦ ସଭ୍ୟା ରୁନିତା ଦାସ, ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ନିଶିକାନ୍ତ ଖୁଣ୍ଟିଆ, ଆଗରପଡ଼ା ମହାବିଦ୍ୟାଳୟ ପରିଚାଳନା ପରିଷଦର ସଭାପତି ପ୍ରଶାନ୍ତ କୁମାର ଦାସ, ବ୍ଲକ ଶିକ୍ଷାଧିକାରୀ ମଞ୍ଜୁଳାବାଳା ନାୟକ, ଅତିରିକ୍ତ ବ୍ଲକ ଶିକ୍ଷାଧିକାରୀ ହରେକୃଷ୍ଣ ଆପଟ୍ଟ, ପୁରୁଷଣ୍ଢ ସରପଞ୍ଚ ପ୍ରକାଶ ବିଶ୍ୱାଳ, ଯୁବ ନେତା ସତ୍ୟ ସାଧନ ବେଜ, ବିଦ୍ୟାମନ୍ଦିରର ପ୍ରଧାନ ଶିକ୍ଷକ ଶରତ କୁମାର ଜେନା ପ୍ରମୁଖ ଅତିଥି ଭାବେ ଯୋଗଦେଇ କ୍ରୀଡ଼ା ଉତ୍ସବ ଆୟୋଜନ ନେଇ ମତ ରଖିଥିଲେ । ପରେ କ୍ରୀଡ଼ା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ବ୍ଲକ କ୍ରୀଡ଼ା ସମ୍ପାଦକ ମନୋଜ କୁମାର ଶଙ୍ଖୁଆଙ୍କ ତତ୍ତ୍ୱାବଧାନରେ କ୍ରୀଡ଼ା ଶିକ୍ଷକ ଜଗନ୍ନାଥ ଦ୍ୱିବେଦୀ, ନିରଞ୍ଜନ ଜେନା, ଧିରେନ୍ଦ୍ର ସଡ଼ଙ୍ଗୀ, ରତିକାନ୍ତ ପଣ୍ଡା, ଉମାକାନ୍ତ ଜେନା, ଯଶୋବନ୍ତ ସିଂହ, ସୁବୋଧ କୁମାର ପାତ୍ର, ଉପମନ୍ୟୁ ଖୁଣ୍ଟିଆ, ଶମ୍ଭୁନାଥ ମହାନ୍ତି, ଗଣେଷ ପ୍ରସାଦ ଦାସ, ବଳଭଦ୍ର ଜେନା, ଗଙ୍ଗାଧର ରାଉତ, ବିରଭଦ୍ର ପଣ୍ଡା,କୋଦଣ୍ଡଧର ସେଠୀ, ଜନ୍ମେଜୟ ନାୟକ ପ୍ରମୁଖ ଖେଳକୁ ପରିଚାଳନା କରିଥିଲେ । ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ଥିଲେ । ଏହି କ୍ରୀଡ଼ା ୬ଦିନ ବ୍ୟାପି ଅନୁଷ୍ଠିତ ହେବ ।