Odiapua.com

କୃଷ୍ଣାନନ୍ଦପୁର ପୋଲିଫାଣ୍ଡିର ନୂତନ ଅଧିକାରୀଙ୍କୁ ସମ୍ବର୍ଦ୍ଧନା

ତିର୍ତ୍ତୋଲ ୨୦/୯ (ଓଡ଼ିଆ ପୁଅ/ଟୁକନ ୟେଠୀ) – ତିର୍ତ୍ତୋଲ ଥାନା ଅନ୍ତର୍ଗତ ଦୋଆବ ଅଞ୍ଚଳ କୃଷ୍ଣାନନ୍ଦପୁର ପୋଲିସ ଫାଣ୍ଡିରେ ଅନିରୁଧ ନାୟକ ନୂତନ ଅଧିକାରୀଭାବେ ଯୋଗଦାନ କରିଛନ୍ତି। ଏହି ଅବସରରେ କୃଷ୍ଣାନନ୍ଦପୁର ପଞ୍ଚାୟତ ସରପଞ୍ଚ ଗୋଲୋକ ନାରାୟଣ ଜେନା, ପୂର୍ବତନ ସମିତସଭ୍ୟ ମହମ୍ମଦ ଆଜାଦ ଅହେମଦ, ସମିତସଭ୍ୟା ବାସନ୍ତା ସାହୁ, ଶେଖ୍ ଅସଗର ଅଲ୍ଲ. ଖଲିକୁଜ ଜମ୍ମା, ତନୱିର ଅହମଦ, ମୋବାରକ୍ ଖାଁ, ଶାହିଦ ଅଲ୍ଲି, ଜମିଲ ଅଲ୍ଲି. ଶୋବେର ଅଲ୍ଲି, ଶେଖ୍ ରବାନି, ରାଜନ ଅଲ୍ଲି. ମନୱାର ଅଲ୍ଲି ପ୍ରମୁଖ କୃଷ୍ଣାନନ୍ଦପୁର ଫାଣ୍ଡିରେ ପହଞ୍ଚି ନୂତନଭାବେ ଯୋଗଦାନ କରିଥିବା ଅଧିକାରୀ ଅନିରୁଧ ରାଉତଙ୍କୁ ପୁଷ୍ପଗୁଛ ପ୍ରଦାନ କରି ସ୍ୱାଗତ ସମ୍ବର୍ଦ୍ଧନା କରିଥିଲେ। ପରେ ଅଧିକାରୀ ଶ୍ରୀଯୁକ୍ତ ରାଉତଙ୍କ ସହିତ ଉପରୋକ୍ତ ବ୍ୟକ୍ତିମାନେ କୃଷ୍ଣାନନ୍ଦପୁର ପଞ୍ଚାୟତ ସମେତ ସ୍ଥାନୀୟ ଅଞ୍ଚଳରେ ଶାନ୍ତି ଶୃଙ୍ଖଳା ବଜାୟ ରହିବ ସେଥିପ୍ରତି ଆଲୋଚନା କରିଥିଲେ।