ଭଦ୍ରକ, ୫ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭାରତର ସର୍ବବୃହତ ବେସରକାରୀ ବନ୍ଦର ଓ ଲଜିଷ୍ଟିକ୍ କମ୍ପାନୀ ଆଦାନୀ ପୋର୍ଟ ଓ ସ୍ପେଶାଲ ଇକୋନୋମିକ୍ ଜୋନ୍ ଲିମିଟେଡ୍, ୨୮୦୦ କୋଟି ଟଙ୍କାରେ କୃଷ୍ଣପାଟନମ୍ ବନ୍ଦରର ଅବଶିଷ୍ଟ ୨୫ ପ୍ରତିଶତ ଅଂଶଧନ ଅଧିଗ୍ରହଣ ପାଇଁ ଘୋଷଣା କରିଛି । ଏହାଦ୍ୱାରା ଆଦାନୀ ପୋର୍ଟ ଓ ସ୍ପେଶାଲ ଇକୋନୋମିକ୍ ଜୋନ୍ କୃଷ୍ଣପାଟନମ୍ ବନ୍ଦରରେ ଏହାର ଅଂଶଧନକୁ ୭୫ ପ୍ରତିଶତରୁ ୧୦୦ ପ୍ରତିଶତକୁ ବୃଦ୍ଧି କରିବ । ଭାରତର ପୂର୍ବତଟର ଆନ୍ଧ୍ର ଓ ତାମିଲନାଡୁ ସୀମା ନିକଟରେ ଚେନ୍ନ୍ାଇ ପୋର୍ଟଠାରୁ ୧୮୦କିମି ଦୂର ଆନ୍ଧ୍ର ପ୍ରଦେଶର ନେଲୋର ଜିଲ୍ଲାରେ କୃଷ୍ଣପାଟନମ୍ ବନ୍ଦର ଅବସ୍ଥିତ । ୬୪ ଏମ୍ଏମ୍ଟିପିଏ କ୍ଷମତା ବିଶିଷ୍ଟ କୃଷ୍ଣପାଟନମ୍ ବନ୍ଦର ହେଉଛି ମଲ୍ଟି କାର୍ଗୋ ସୁବିଧା ଥିବା ଗଭୀର ଜଳ ବନ୍ଦର । ୨୦ କିମି ଜଳ ଉତ୍ସ ଓ ୬୮୦୦ ଏକର ଜମି ଉପରେ ଅବସ୍ଥିତ କୃଷ୍ଣପାଟନମ୍ ବନ୍ଦର ପାଇଁ ୫୦ ବର୍ଷର ରିହାତି ସହିତ ୩୦୦ ଏମ୍ଏମ୍ଟିପିଏ କ୍ଷମତା ବିଶିଷ୍ଟ ଏକ ମାଷ୍ଟର ପ୍ଲାନ ରହିଛି । ଅଧିଗ୍ରହଣ ପରଠାରୁ କୃଷ୍ଣପାଟନମ୍ ବନ୍ଦର ବ୍ୟବସାୟ ପ୍ରକ୍ରିୟା ପୁନଃ ଇଞ୍ଜିନିୟରିଂ ଉପରେ ଧ୍ୟାନ ଦେଇଛି, ଯାହାଫଳରେ ଆର୍ଥିକ ବର୍ଷ ୨୦୨୦ରେ ୫୭ ପ୍ରତିଶତ ଥିବା ଇବିଆଇଟିଡିଏ ଆର୍ଥିକ ବର୍ଷ ୨୦୨୧ରେ ୭୨ ପ୍ରତିଶତକୁ ବୃଦ୍ଧି ପାଇଛି । ଆଦାନୀ ପୋର୍ଟ ଓ ସ୍ପେଶାଲ ଇକୋନୋମିକ୍ ଜୋନ୍ ଲିମିଟେଡ୍ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ତଥା ପୂର୍ଣ୍ଣକାଳୀନ ନିର୍ଦ୍ଦେଶକ ଶ୍ରୀ କରଣ ଆଦାନୀ କହିଛନ୍ତି, କୃଷ୍ଣପାଟନମ୍ ବନ୍ଦର ଉପରେ ଶତପ୍ରତିଶତ ମାଲିକାନା ୨୦୨୫ ସୁଦ୍ଧା ୫୦୦ ଏମ୍ଏମ୍ଟି ଦିଗରେ ଆଦାନୀ ପୋର୍ଟ ଓ ସ୍ପେଶାଲ ଇକୋନୋମିକ୍ ଜୋନ୍ ଦ୍ୱାରା ନିଆଯାଉଥିବା ବିଭିନ୍ନ ପଦକ୍ଷେପକୁ ତ୍ୱରାନ୍ୱିତ କରିବ ଏବଂ ଭାରତର ପୂର୍ବ ଓ ପଶ୍ଚିମ ଉପକୂଳ ମଧ୍ୟରେ କାର୍ଗୋ ସମାନତା ହାସଲ ଲକ୍ଷ୍ୟକୁ ସଫଳ କରାଇବ । ଆମେ ନିଶ୍ଚିତ ଯେ ୨୦୨୫ ସୁଦ୍ଧା କୃଷ୍ଣପାଟନମ୍ ବନ୍ଦରରେ ଥ୍ରୋପୁଟ୍କୁ ଦ୍ୱିଗୁଣିତ ଓ ଇବିଆଇଟିଡିଏ କୁ ତିନିଗୁଣିତ କରିବାରେ ଆମେ ସଫଳ ହେବୁ ।