Odiapua.com

କୃଷି ମାରଣ ନିତୀକୁ ବିରୋଧ କରି ଭାରତବନ୍ଦ ଡାକରା

ମାଲକାନଗିରି,୨୬ା୩(ଓଡିଆ ପୁଅ ) କୃଷକ ଶ୍ରମିକ ଆଇନ ମାରଣ ନିତୀ ଦରଦାମ ବୃଦ୍ଧି କୁ ବିରୋଧକରି ଆଜି ସଂଯୁକ୍ତ କିଶାନମୋର୍ଚ୍ଚାର ଡାକରାରେ ମାଲକାନଗିରି ଜିଲ୍ଲାରେ ଭାରତ ବନ୍ଦ ଡାକରା ଦିଆଯାଇଛି । ଜିଲ୍ଲାକୃଷ୍କ ସଂଘ,କଂଗ୍ରେସ,ସିପିଏମ.ଜିଲ୍ଲାଆଦିବାସୀ ସଂଘ ସହ ସାତଟି ସଂଗଠନର ଆହ୍ୱାନ କ୍ରମେ ମାଲକାନଗିରି ଜିଲ୍ଲାରେ ହରତାଳ, ରାସ୍ତାରୋକ ଆନ୍ଦଳ ଓ ସାରଣ ଧର୍ମଘଟ ଅନୁଷ୍ଟିତ ହୋଇ ଯାଇଛି । କେନ୍ଦ୍ର ସରକାରଙ୍କ କୃଷକ ବିରୋଧି ,ଟୋକନ ପାଇଥିବା ସମସ୍ତ ଚାଷୀର ଧାନକୁ ଏମ ଏସ ପ ିରେ କ୍ରୟ କରିବା,ରନ୍ଧନ ଗ୍ୟାସ ଓ ଅତ୍ୟାବଶ୍ୟକୀୟ ସାମଗ୍ରୀର ଦରବୃଦ୍ଦିକୁ ରୋକିବା,ଭୂମିହିନଙ୍କୁ ଭୁମିର ଅଧିକାର,ସମସ୍ତ ଲଘୁବନଜାତ ଦ୍ରବ୍ୟର ଏମଏସପି ପାଇଁ ବ୍ୟବସ୍ଥା କରିବା,ସମସ୍ତ ଯାତ୍ରୀ ବାହି ଟ୍ରେନ ର ଚଳାଚଳ ଆରମ୍ଭ କରିବା, ଶ୍ର୍‌ମିକ ବିରୋଧି ଶ୍ରମ ଆଇନର ପ୍ରତ୍ୟାହାର,ରଷ୍ଠ୍ରୀୟତ ଉଦ୍ୟୋଗର ଘରୋଇ କରଣ ବନ୍ଦ,ନିମ୍ମ ଓ କ୍ଷୁଦ୍ର ଚାଷୀ ମାନଙ୍କୁ କୃଷିରୁଣ ଛାଡ କରିବା,କୃଷିଜାତ ସାମଗ୍ରୀର ସବ ର୍ନିମ୍ମ ସହାୟକ ମୂଲ୍ୟ ନିର୍ଦ୍ଦାରଣ ନିୟନ୍ତ୍ରଣ ମୁକ୍ତ ହେବ,ଇ-ମାର୍କେଟ ନାମରେ ମଣ୍ଡି ବ୍ୟବସ୍ଥା ବିଲୋପ ହେବ,ଚାଷୀ ନିଜ ଫସଲ ପାଇଁ ମୂଲ୍ୟଧାର୍ଯ୍ୟ କରିପାରିବା ନାହିଁ,ଏହା ଦ୍ୱାରା ବ୍ୟବସାୟୀ ମାନେ ଲାଭବାନହେବେ,ଫଳରେ ସାଧାରଣ ଖାଉଟି ଅସୁବିଧାର ସମ୍ମୁଖିନ ହେଉଥିବା ବେଳେ ଲାଭଖୋର ବ୍ୟବସାୟୀ ମାନେ ମାଲ ଗଛିତ ରଖି ଲାଭବାନ ହେବେ । ଏହା ଦ୍ୱାରା ଲୋକମାନଙ୍କ ଆର୍ଥିକ ମାନଦଣ୍ଡ ଭୁଷୁଡି ପଡିବ,ଏଣୁ ସରକାର ତୁରନ୍ତ ଏହି ବିଲ ପ୍ରତ୍ୟହାର କରିବା ପାଇଁ ଆଜି ଜିଲ୍ଲାଆଦିବାସୀ ସଂଘର ସଭାପତି ବାଲରାଜ ଗେମେଲ, କମଳସାଇ ମାଝୀ,ସମ୍ବାରୁ ମାଡକାମି,ଇନ୍ଦ୍ର ଦରୁଆ,ଅନାଦି କଡା,ସୋନୁ ଅନୁଗୁ,ଘେନୁ ମୁଦୁଲି,ଗୋବିନ୍ଦ ପାତ୍ର, ଜିଲ୍ଲା ସପିଆଇଏମ ଦଳର ଆବାହକ ବ୍ରଜମାଝୀ ଙ୍କ ସହିତ ସାତଟି ସଂଗଠନର ପ୍ରମୁଖ କୃଷକ ନେତା ମାନେ ଜିଲ୍ଲାସଦର ମହକୁମା ବସଷ୍ଟାଣ୍ଡ,କୋରକୁଣ୍ଡା ବଜାର ଠାରେ କିଛି ସମୟ ଧରି ପିକେଟିଂ କରିବା ସହିତ ରାସ୍ତାରୋକ କରିଥିଲେ । ଲକଡାଉନ ନିୟମ ମାନି ମୁହଁରେ ମାସ୍କ ପିନ୍ଧି ସାମାଜିକ ଦୂରତା ରକ୍ଷାକରି ସିପିଆଇଏମ କର୍ମୀ,ଜିଲ୍ଲା କଂଗ୍ରେସ.କେନ୍ଦ୍ରୀୟ ଟ୍ରେଡ ୟୁନିୟନ ଓ କୃଷକ ସଭା, କିଷାନ ସଂଘର୍ଷ ସମନ୍ୱୟ ସମିତି ର କର୍ମକର୍ତା ମାନେ ମାଲକାନଗିରି ବାଲିମେଳା ଛକ,କଲେଜ ଛକ,ସୁବାଷ ଛକ,ବସଷ୍ଠାଣ୍ଡ ଠାରେ ପ୍ରତିବାଦ ଓ ବିକ୍ଷୋଭ ପ୍ରଦର୍ଶନ ସହ ରାସ୍ତାରୋକ କରିଥିଲେ । ମାଲକାନଗିରି ଜିଲ୍ଲାର ଗଣ ପବ ର୍ ବଡଯାତ୍ରା ଉତ୍ସବ ଆରମ୍ଭ ହୋଇ ଯାଇଥିବାରୁ ଏହିବନ୍ଦର ପ୍ରଭାବ ସେମତି କିଛି ଜିଲ୍ଲାସଦର ମହକୁମା ଠାରେ ପଡିନଥିଲା, କେବଳ ସ୍କୁଲ କଲେଜ ଗୁଡିକ ବନ୍ଦରହିଥିବା ବେଳେ ଦୋକାନ ବଜାରଗୁଡିକ ସ୍ୱାଭାବିକ ଭାବେ ଖୋଲାରହିଥିଲା । ପୁଲିସ ପ୍ରଶାସନ ପକ୍ଷରୁ ସହରରେ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା ।