Odiapua.com

କୃଷି ବିଲ୍ ପ୍ରତ୍ୟାହାର ଦାବିରେ ସଂଯୁକ୍ତ କିଷାନ ମୋର୍ଚ୍ଚା ପକ୍ଷରୁ ବିକ୍ଷୋଭ

ଭଦ୍ରକ, ୧୮ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ଦେଶ ତମାମ୍ ମହିଳା କୃଷକମାନଙ୍କ ପ୍ରତିବାଦ ଦିବସ ଅବସରରେ ସଂଯୁକ୍ତ କିଷାନ ମୋର୍ଚ୍ଚା ପକ୍ଷରୁ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ହୋଇଛି । ମହିଳା ନେତ୍ରୀ ରୋଜାଲିନୀ ସାମ୍ୟବାଦୀ, ଶିଖା ମହାପାତ୍ର, ସମ୍ବାରୀ ମୁଣ୍ଡା, ସୁକାନ୍ତ ହେମ୍ବ୍ରମ୍‌, ମଂଜୁଲତା ଜେନା ଓ ଶାନ୍ତି ନାୟକଙ୍କ ନେତୃତ୍ୱରେ ଏକ ଶୋଭାଯାତ୍ରା ବନ୍ତଛକରୁ ବାହାରି ସହର ପରିକ୍ରମା କରିବା ପରେ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲା । ରୋଜାଲିନ୍‌ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ କୃଷକ ନେତା ଚନ୍ଦ୍ରଶେଖର ନାୟକ, ପ୍ରଭାସ ମହାପାତ୍ର, ରାଧା ଦାସ, ଦିଲ୍ଲୀପ ନାୟକ, ମଳୟ ଭୋଇ, ନିରଂଜନ ପାଣି, ମଂଜୁଲତା ଜେନା, ମହେଶ୍ୱର ନାୟକ, ଶାନ୍ତିଲତା ନାୟକ, ସେକ୍ କମର, ସେକ୍ କାଲୁ, ଉମାମଣି ଜେନା, ନାରାୟଣ ଲେଙ୍କା, ମହେଶ୍ୱର ନାୟକ, ରାଜୁ ଜେନା, ସୁକାନ୍ତି ପ୍ରଧାନ, ସମର ବଳ, ଜୟନ୍ତୀ ବିଶ୍ୱାଳ, ଭାଗ୍ୟଲକ୍ଷ୍ମୀ ଜେନା, ଲତା ଜେନା, ବିଦ୍ୟାଧର ଜେନା ଓ ଶ୍ରମିକ ନେତା ଦିବ୍ୟସିଂହ ନାୟକ ପ୍ରମୁଖ ଯୋଗଦେଇ ଭାରତବର୍ଷର ମୋଦି ସରକାର ଦେଶର କୃଷି ଓ କୃଷକ ବିରୋଧୀ ୩ଟି ଆଇନ୍ ଆଣିଥିବାରୁ ଦେଶ ତମାମ୍ ଲକ୍ଷ ଲକ୍ଷ ଚାଷୀ ଦିଲ୍ଳୀଠାରେ ଆନ୍ଦୋଳନରେ ବସିଥିବାବେଳେ ୧୪୦ ଜଣ ସହୀଦ ହେବା ଘଟଣାକୁ ତୀବ୍ର ନିନ୍ଦା କରିଥିଲେ । ଏବଂ ଉକ୍ତ ଆଇନ୍ ପ୍ରତ୍ୟାହାର ନହେବା ପର୍ଯ୍ୟନ୍ତ ଦେଶର ସମସ୍ତ ମହିଳା କୃଷକ ମା’ ଓ ଭଉଣୀମାନେ ଏହି ଆନ୍ଦୋଳନକୁ ଜୋରଦାର କରିବା ପାଇଁ ଆହ୍ୱାନ ଦେଇଥିଲେ ।