Odiapua.com

କୃଷି ବିଲ୍ କୁ ବିରୋଧ, ବିଭିନ୍ନ ସଂଗଠନ ପକ୍ଷରୁ ବିକ୍ଷୋଭ

ହରିଚନ୍ଦନପୁର,ତା ୨୫ ସେପ୍ଟେମ୍ବର (ଓଡ଼ିଆ ପୁଅ/ପ୍ରେମାନନ୍ଦ ଦାସ)କେନ୍ଦ୍ର ସରକାରଙ୍କ କୃଷି କ୍ଷେତ୍ର ସଂକ୍ରାନ୍ତ ବିଧେୟକ ସଂସଦରେ ଗୃହୀତ ହେବା ପ୍ରତିବାଦରେ ଭାରତୀୟ କିଶାନ ୟୁନିୟନ, ଅଲଇଣ୍ଡିଆ କୃଷକ ସଂଗଠନ, ଅଖିଳ ଭାରତ କିଶାନ ସଂଘର୍ଷ ସମନ୍ବୟ କମିଟି ଓ ଅଲ୍‌ ଇଣ୍ଡିଆ କିଶାନ ମହାସଙ୍ଘ, ଓଡ଼ିଶାର ନବନିର୍ମାଣ କୃଷକ ସଂଗଠନ ସମେତ ଦେଶବ୍ୟାପୀ ୨୪ଟି କୃଷକ ସଂଗଠନ ଓ ୧୮ଟି ରାଜନୈତିକ ଦଳ ଶୁକ୍ରବାର ଭାରତ ବନ୍ଦ ଡାକରା ଦେଇଛନ୍ତି । ତେବେ ଏହି ବନ୍ଦକୁ ସମର୍ଥନ କରି ଆଜି କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକର ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ନରଣପୁର ଠାରୁ ବ୍ରାହ୍ମଣୀପାଳ ଭିଆଇପି ରାସ୍ତାର ହରିଚନ୍ଦନପୁର ବାଇପାସ୍ ଛକରେ କୃଷକ ସଂଗଠନ ପକ୍ଷରୁ ରାଜରାସ୍ତାକୁ ଅବରୋଧ କରି କୃଷି ବିଲର ପ୍ରତିବାଦ କରିଛନ୍ତି । କେନ୍ଦ୍ର ସରକାର ଆଣିଥିବା କୃଷି ବିଲକୁ ଦେଶସାରା ଚାଷି ସଂଗଠନ ଗୁଡିକ ବିରୋଧ କରି ଆଜି ଭାରତ ବନ୍ଦ ଡାକରା ଦେଇଥିବା ବେଳେ ଓଡ଼ିଶାର ନବ ନିର୍ମାଣ କୃଷକ ସଂଗଠନ ଓ ବ୍ଲକ କଂଗ୍ରେସ ଏହି ବନ୍ଦକୁ ସମର୍ଥନ କରିଛନ୍ତି । ଏହି କାର୍ଯ୍ୟକ୍ରମରେ କଂଗ୍ରେସ ନେତା ପ୍ରଶାନ୍ତ କୁମାର ଦଳେଇଙ୍କ ସହ ଅନ୍ୟାନ୍ୟ ନେତା, କର୍ମୀଙ୍କ ସହ ନବନିର୍ମାଣ ସଙ୍ଗଠନ କର୍ମକର୍ତ୍ତା ଓ ଶତାଧିକ ଚାଷୀ ଉପସ୍ଥିତ ଥିଲେ । ସମସ୍ତେ ମିଶି ହରିଚନ୍ଦନପୁର ବଜାରର ଏକ ଘଣ୍ଟା ଧରି ବିକ୍ଷୋଭ ପ୍ରଦର୍ଶନରେ କେନ୍ଦ୍ର ସରକାରଙ୍କ ଏହି ବିଲକୁ ବିରୋଧ କରି ବିଭିନ୍ନ ପ୍ରକାର ନାରା ଦିଆଯାଇଥିଲା । କେନ୍ଦ୍ର ସରକାର ତୁରନ୍ତ ଏହି ଚାଷି ମାରଣ ବିଲକୁ ପ୍ରତ୍ୟାହାର କରିବାକୁ ଚାଷି ସଂଗଠନ ପକ୍ଷରୁ ଦାବି ହୋଇଛି ।