ଭୁବନେଶ୍ୱର ୦୮ ମଇ, ୨୦୨୦ (ଓଡ଼ିଆ ପୁଅ) ରାଜ୍ୟରେ ଖରିଫ ଫସଲ ପାଇଁ ୯୬ ଲକ୍ଷ ମେଟ୍ରିକ୍ ଟନ୍ ଖାଦ୍ୟଶସ୍ୟ ଉତ୍ପାଦନର ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଫସଲ ବିବିଧିକରଣ ଉପରେ ଗୁରୁତ୍ବ ଦେଇଛନ୍ତି। କୃଷକମାନଙ୍କୁ ଲାଭାନ୍ବିତ କରିବା ଉଦ୍ଦେଶ୍ୟରେ ଫାର୍ମ ପଣ୍ଡ ଖନନ ଓ ଫସଲ ଋଣ ପ୍ରଦାନ ଆଦି ପଦକ୍ଷେପ ଗ୍ରହଣ କରାଯାଇଛି।